ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ଶ୍ରୀମତୀ କଲ୍ୟାଣୀ ନନ୍ଦ ଙ୍କ କବିତା l l ସ୍ବାଗତ ନବବର୍ଷ l l

l l ସ୍ବାଗତ ନବବର୍ଷ l l

       ଶ୍ରୀମତୀ କଲ୍ୟାଣୀ ନନ୍ଦ

      ବିଗତ ବର୍ଷ ହୋଇଛି ଅତୀତ,
      ସହି କେତେ ଦୁଃଖ,ଶୋକ,
     ଘାତ,ପ୍ରତିଘାତ,ଉତ୍ଥାନ,ପତନ,
     ଜନ୍ମ, ମୃତ୍ୟୁ ର ସତ୍ୟ କରି ଅବଲୋକନ,
     ନେଇଛି ବିଦାୟ,
     ଦେଇ ହର୍ଷ, ଉଲ୍ଲାସ,
     ପୁଣି କେବେ ବିଷାଦର ସ୍ପର୍ଶ।
    ଆସିଛି ପୁଣି ଏକ ନୂତନ ବର୍ଷ,
    ନବ ଉନ୍ମାଦନା,ଆଶା,ବିଶ୍ବାସ,
    ଦେଇ ନୂତନତ୍ବ ର ଆହ୍ବାନ,
    ଶିତ ସକାଳକୁ କରି ରଙ୍ଗୀନ,
    ଅନୁସରି ସମୟର ଚିରାଚରିତ ପଥ,
    ଚାଲିଛି ଏ ସଭ୍ୟ ସମାଜ,ସଭ୍ୟ ମାନବ,
    ସମୟ ସାଥେ ଦେଇ ତାଳ,
    ଆଉ ଏକ ନୂତନତ୍ବ ର ସନ୍ଧାନ,
    ସଫଳତା,ଅସଫଳତା ର ପଥ ,
    ଅନୁସରି ସେଇ ପଥ ନବବର୍ଷ,
    ଦୁଇ ହଜାର ତେଇଶି ର ଆଗମନ,
    କର ସ୍ବାଗତ,କର ସ୍ବାଗତ,କର ସ୍ବାଗତ।

          ସମ୍ବଲପୁର

Related posts

ଦିଲ୍ଲୀପ କୁମାର ନନ୍ଦୀ ଙ୍କ କବିତା l l ଋତୁ ବିପରୀତ l l

Sunil Chandra Nayak

ମଧୁ ସୁଧନ ମହାପାତ୍ର ଙ୍କ କବିତା = ଦୁଃଖ ଅପ୍ରମିତ

Sunil Chandra Nayak

ପ୍ରସନ୍ନ କୁମାର ସାହୁ ଙ୍କ କବିତା = ଶ୍ରୀରାମ ନବମୀ

Sunil Chandra Nayak

Leave a Comment

error: Content is protected !!