l l ଷାଠିଏ ପୁରିଲା,
ଚାକିରୀ ସରିଲା l l
ନିରଞ୍ଜନ ସାହୁ
ଷାଠିଏ ପୁରିଲା ଚାକିରୀ ସରିଲା
ଅବସର ପାଇ ଗଲି
ନୁଆଁ ବରସରେ ବାର୍ଦ୍ଧକ୍ୟ ମେଳରେ
ସଦସ୍ୟ ମୁଁ ହେଇଗଲି
ତେତିଶି ବରଷ ଚାକିରୀ କରିଲି
ଖେଳ ଶିକ୍ଷକ ରୂପରେ
ପିଲାମାନଙ୍କୁ ଖେଳେଇ ଖେଳେଇ
ଦିନ ସରିଗଲା ଖେଳରେ
ସୁସ୍ଥ ଶରୀର ଗଠନ ପାଇଁକି
ପିଲାଙ୍କୁ ଖେଳାଉ ଥିଲି
ନଖ କଟା ଠାରୁ ଚୁଟି କଟା ଯାଏ
କଟକଣା କରୁଥିଲି
ଭଲ ମଣିଷ ଟେ ହୋଇବା ପାଇଁ କି
ନୀତିଶିକ୍ଷା ଦେଉଥିଲି
ପିଲାଙ୍କ ମେଳରେ ଆନନ୍ଦ ମନରେ
ଦିନ ମୁଁ କଟାଉଥିଲି
ସବୁ ଅଧିକାର ଅପସରି ଗଲା
ଅବସର ପାଇକରି
ଚାକିରୀ ଜୀବନ ସ୍ମୃତି ହୋଇଗଲା
ହୃଦୟରେ ଘର କରି
ଜୟପୁର,କୋରାପୁଟ