ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ନିରଞ୍ଜନ ସାହୁ ଙ୍କ କବିତା l l ଷାଠିଏ ପୁରିଲା,ଚାକିରୀ ସରିଲା l l

l l ଷାଠିଏ ପୁରିଲା,

ଚାକିରୀ ସରିଲା l l

 

          ନିରଞ୍ଜନ ସାହୁ

ଷାଠିଏ ପୁରିଲା ଚାକିରୀ ସରିଲା
ଅବସର ପାଇ ଗଲି
ନୁଆଁ ବରସରେ ବାର୍ଦ୍ଧକ୍ୟ ମେଳରେ
ସଦସ୍ୟ ମୁଁ ହେଇଗଲି
ତେତିଶି ବରଷ ଚାକିରୀ କରିଲି
ଖେଳ ଶିକ୍ଷକ ରୂପରେ
ପିଲାମାନଙ୍କୁ ଖେଳେଇ ଖେଳେଇ
ଦିନ ସରିଗଲା ଖେଳରେ
ସୁସ୍ଥ ଶରୀର ଗଠନ ପାଇଁକି
ପିଲାଙ୍କୁ ଖେଳାଉ ଥିଲି
ନଖ କଟା ଠାରୁ ଚୁଟି କଟା ଯାଏ
କଟକଣା କରୁଥିଲି
ଭଲ ମଣିଷ ଟେ ହୋଇବା ପାଇଁ କି
ନୀତିଶିକ୍ଷା ଦେଉଥିଲି
ପିଲାଙ୍କ ମେଳରେ ଆନନ୍ଦ ମନରେ
ଦିନ ମୁଁ କଟାଉଥିଲି
ସବୁ ଅଧିକାର ଅପସରି ଗଲା
ଅବସର ପାଇକରି
ଚାକିରୀ ଜୀବନ ସ୍ମୃତି ହୋଇଗଲା
ହୃଦୟରେ ଘର କରି

ଜୟପୁର,କୋରାପୁଟ

Related posts

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା // ଅବୁଝା ରାଈ

Sunil Chandra Nayak

 ‘ସାହିତ୍ୟ ଅଗଣା ‘ ରେ ଭେଟନ୍ତୁ ମା’ ର ପ୍ରୀତି ଛବି ସବୁକୁ……

masiha

©ମଧୁମିତା ମିଶ୍ର ଙ୍କ କବିତା = ସନେଟ୍… ବଣ୍ଟାବଣ୍ଟି 

masiha

Leave a Comment

error: Content is protected !!