l l ନବବର୍ଷ l l
ସଫଳା ଦାସ
ଆସ ନବବର୍ଷ ହସ ଖୁସି ଭରି
ନୂତନପ୍ରେରଣା ମନରେ ଦେଇ
ପୂରଣା ବର୍ଷର ପୁରୁଣା ଡାଏରୀ
ସ୍ମୃତି ହୋଇଯାଉ ରହି ।।
ହରାଇଛି କେତେ ପାଇଛି ବା କେତେ
ହିସାବ କିତାବ ଛାଡି
ନୂତନ ବର୍ଷ ରେ ନୂତନ ସଂନ୍ଧାନେ
ଆଗେ ଚାଲି ଯାଅ ମାଡି।।
ଜୀବନ ର ପଥ ଅଙ୍କା ବଙ୍କା ଯେତେ
ନଦୀ ସ୍ରୋତ ବୋହି ଯିବ
ଆସୁ ଝଡା ଝଞା ଯେତେ ବି ସ୍ରୋତ ରେ
ସାଗରରେ ମିଶୁ ଥିବ।।
ନୂତନ ସୂରୁଜ ନୂତନ କିରଣ
ନୂତନ ଆଲୋକ ଦେଇ
ଆସ ନବବର୍ଷ ସ୍ୱାଗତ କରୁଛୁ
ଅନେକ କାମନା ନେଇ ।।
କଟକ