ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ସଫଳା ଦାସ ଙ୍କ କବିତା l l ନବବର୍ଷ l l

l l ନବବର୍ଷ l l

              ସଫଳା ଦାସ 

ଆସ ନବବର୍ଷ ହସ ଖୁସି ଭରି 
  ନୂତନପ୍ରେରଣା ମନରେ ଦେଇ 
ପୂରଣା ବର୍ଷର ପୁରୁଣା ଡାଏରୀ 
ସ୍ମୃତି ହୋଇଯାଉ ରହି ।।
ହରାଇଛି କେତେ ପାଇଛି ବା କେତେ 
  ହିସାବ କିତାବ ଛାଡି 
ନୂତନ ବର୍ଷ ରେ ନୂତନ ସଂନ୍ଧାନେ 
    ଆଗେ ଚାଲି ଯାଅ ମାଡି।।
ଜୀବନ ର ପଥ ଅଙ୍କା ବଙ୍କା ଯେତେ 
    ନଦୀ ସ୍ରୋତ ବୋହି ଯିବ 
ଆସୁ ଝଡା ଝଞା ଯେତେ ବି ସ୍ରୋତ ରେ
    ସାଗରରେ ମିଶୁ ଥିବ।।
ନୂତନ ସୂରୁଜ ନୂତନ କିରଣ
    ନୂତନ ଆଲୋକ ଦେଇ 
ଆସ ନବବର୍ଷ ସ୍ୱାଗତ କରୁଛୁ 
    ଅନେକ କାମନା ନେଇ ।।

          କଟକ

Related posts

ନଳିନୀ ପ୍ରଭା ମିଶ୍ର ଙ୍କ କବିତା // ଶିବରାତ୍ରି

Sunil Chandra Nayak

ବିଜୟ କୁମାର ଜେନା ଙ୍କ ସକାଳର ଜଣାଣ = ଶ୍ରୀରଙ୍ଗା ଚରଣେ

Sunil Chandra Nayak

ସିତାଂଶୁ ଜେନା ଙ୍କ କବିତା _ ରାତ୍ର ଅଭିସାର _

Sunil Chandra Nayak

Leave a Comment

error: Content is protected !!