ସାହିତ୍ୟ ଅଗଣାକୈଳାସ ଚ଼ନ୍ଦ୍ର ପାଢ଼ୀ ଙ୍କ କବିତା ।। ଆବାହନୀ ନୂତନ ବର୍ଷର ।। by Sunil Chandra NayakDecember 31, 2022January 1, 20230116 Share0 ।। ଆବାହନୀ ନୂତନ ବର୍ଷର ।। କୈଳାସ ଚ଼ନ୍ଦ୍ର ପାଢ଼ୀ ତୁମେ ପରା ଆସିବ ନୂଆ ବର୍ଷ ! ଆସ ! ଏ ମାଟିରେ ମହକାଇ ଅଗର ବତୀର ବାସ ତୁମେ ଆସ ନୀଳକଣ୍ଠ ସାଜି, ଶୋଷି ନେଇ ମଣିଷର ହୃଦ-ଉପକଣ୍ଠୁ ଯେତେ ସବୁ ହିଂସା-ଦ୍ବେଷ ଅହଂତ୍ବର-ବିଷ ।। ତୁମେ ପରା ଆସିବ ନୂଆବର୍ଷ! ଆସ ! ପ୍ରୀତିର ଫଗୁଣେ ଏଠି ରଚ଼ିବାକୁ ନୂତନ ରାହାସ ତୁମେ ଆସ ଜୀବନେ ଜୀବନେ ଭରି ସତ୍ୟ-ଶାନ୍ତି-ଦୟା-କ୍ଷମା- ମୈତ୍ରୀ ଓ ପ୍ରୀତିର ଅସୀମ-ବିଶ୍ବାସ ।। ତୁମେ ପରା ଆସିବ ନୂଆବର୍ଷ ! ଆସ ! ଫୁଲରେ ମହକ ଭରି କବିତାର ସୁର ଧରି ତୁମେ ଚ଼ାଲିଆସ ଏ ମାଟିର ପାଣି-ପବନରେ ଭରିଦେଇ ପର୍ଯ୍ୟାପ୍ତ ପୀୟୂଷ ।। ତୁମେ ପରା ଆସିବ ନୂଆବର୍ଷ! ଆସ! ସମତାର-ରଥ ଚ଼ଢ଼ି ଏକତାର ମନ୍ତ୍ର ପଢ଼ି ତୁମେ ଛୁଟି ଆସ ବାଦ-ବିସମ୍ବାଦ ଭୁଲି ସହଯୋଗ ଜରିଆରେ ଆଗାମୀ ଜୀବନ ପାଇଁ ସ୍ବପ୍ନ ଦେଖୁ ମାଟିର-ମଣିଷ ।। ତୁମେ ପରା ଆସିବ ନୂଆବର୍ଷ! ଆସ! ଜୀବନ ଓ ଯନ୍ତ୍ରଣାର ସଂଘର୍ଷରେ କ୍ଷତାକ୍ତ-ରକ୍ତାକ୍ତ ଏ ହୃଦୟକୁ ନେଇ ତୁମକୁ ସଙ୍ଖୋଳିବାକୁ ନାହିଁ ଆଜି ତିଳେ ଅବଶୋସ ତୁମେ ଆସ ତୁମକୁ ଜଣାଉଅଛୁ ସ୍ବାଗତ-ସମ୍ଭାଷ ।। କୁମାର ପୁର । ଅନନ୍ତ ପୁର ବାସୁଦେବ ପୁର । ଭଦ୍ରକ “