ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୋଲିସ ନିଯୁକ୍ତିରେ ଏସ୍ ସି, ଏସଟି ଏବଂ ଓବିସିଙ୍କୁ ପାତରଅନ୍ତର ଅଭିଯୋଗ

ମୁଖ୍ୟମନ୍ତ୍ରୀ ଓ ଡିଜିଙ୍କୁ ଫେରାଦ ହେଲା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନ୍

ଭବାନୀପାଟଣା,୩୧/୧୨(ମ ନି ସ )-ରାଜ୍ୟ ଗୃହ ବିଭାଗ ପକ୍ଷରୁ ୪୭୯୦ଟି ଓଡିଶା ପୋଲିସ ସିପାହୀ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି ! ତେବେ ଏଥିରେ ରାଜ୍ୟର ୨୭ଟି ଜିଲ୍ଲାରେ ପଛୁଆବର୍ଗ ପାଇଁ ଆଦୌ ସଂରକ୍ଷଣ ନଥିବା ବେଳେ, ୩ଟି ଜିଲ୍ଲାରେ ଅନୁସୂଚିତ ଜାତି ମାନଙ୍କ ପାଇଁ ସଂରକ୍ଷଣ ନାହିଁ ! ରାଜ୍ୟର ୬ ଜିଲ୍ଲାରେ ଅନୁସୂଚିତ ଜନଜାତିଙ୍କ ପାଇଁ ସଂରକ୍ଷଣ ନାହିଁ ! ଏଣୁ ଓଡ଼ିଶାର ସବୁ ଜିଲ୍ଲାରେ ସମସ୍ତ ଓବିସି, ଏସ୍ ଟି, ଏସ୍ ସି ଜାତିର ନିଯୁକ୍ତି ଆଶାୟୀ ଯୁବକଯୁବତୀମାନଙ୍କୁ ସିପାହୀ ପଦବୀ ନିମନ୍ତେ ଉଚିତ ସଂରକ୍ଷଣ ଦେବା ପାଇଁ ଦ୍ରୁଢ଼ ଦାବି ଉପସ୍ଥାପନ କରିଛି ରାଜ୍ୟର ଅଗ୍ରଣୀ ସାମାଜିକ ଓ ବୈଚାରିକ ସଂଗଠନ ଅଲ୍ ଓଡିଶା ସିଡୁଲ୍ଡ କାଷ୍ଟ ଫେଡରେସନ ! ଆଜି ଅପରାହ୍ନରେ ଫେଡେରେସନର ସଭାପତି ଧନଞ୍ଜୟ ଦୀପଙ୍କ ନେତୃତ୍ଵରେ ଏକ ପ୍ରତିନିଧି ଦଳ କଳାହାଣ୍ଡି ଆରକ୍ଷୀ ଅଧୀକ୍ଷକ ଅଭିଳାଷ ଜୀଙ୍କୁ ସାକ୍ଷାତ କରି ତାଙ୍କ ଜରିଆରେ ପୋଲିସ ମହାନିର୍ଦ୍ଦେଶକଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ! ସେହିପରି ଅତିରିକ୍ତ ଜିଲ୍ଲାପାଳ ସୁଶାନ୍ତ କୁମାର ପଟେଲଙ୍କ ଜରିଆରେ ମୁଖ୍ଯମନ୍ତ୍ରୀଙ୍କୁ ମଧ୍ୟ ଦାବିପତ୍ର ପ୍ରଦାନ କରାଯାଇଛି ! ଆଜିର ଏଇ ପ୍ରତିନିଧି ଦଳରେ ଫେଡେରେସନର ଆଇନ ବିଭାଗ ମୁଖ୍ୟ ଛବିଲାଲ ନିଆଲ, ସାଧାରଣ ସମ୍ପାଦକ ଯତୀନ୍ଦ୍ର କର, ସମ୍ପାଦକ ଜୟପ୍ରକାଶ ଜାଲ,,ବିଏମ୍ ପି ଜିଲ୍ଲା ସଭାପତି ମହେନ୍ଦ୍ର ଧାଙ୍ଗଡାମାଝୀ, ଭାରତ ମୁକ୍ତିମୋର୍ଚ୍ଚା ଜିଲ୍ଲା କର୍ମକର୍ତ୍ତା କଲିମୁଲା ଖାନ୍, ଅଭିମନ୍ୟୁ ନାଏକ, ଠାକୁର ମଙ୍ଗରାଜ, ମୁନୁ କାଣ୍ଡ, ଜନକ ପୋଡ଼ଙ୍କ ସମେତ ଅନେକ କର୍ମକର୍ତ୍ତା ସାମିଲ ହୋଇଥିଲେ !

ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ 

Related posts

ଟ୍ରାକ୍ଟର ଧକ୍କାରେ ଦାଦା ମୃତ ପୁତୁରା ଗୁରୁତର ଆହତ

Sunil Chandra Nayak

ଅନ୍ବେଷଣର ୧୮ତମ ବାର୍ଷିକ ସମ୍ମିଳନୀ 

masiha

କଳାହାଣ୍ଡି ସାମ୍ବାଦିକ ସଂଘର ବାର୍ଷିକ ଉତ୍ସବ ଅନୁଷ୍ଠିତ

masiha

Leave a Comment

error: Content is protected !!