ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସି ପି ଆଇ ଏମ୍ ର ପୂର୍ବତନ ସାଧାରଣ ସମ୍ପାଦକ କମ୍ରେଡ ସୀତାରାମ ଯେଚୁରୀ ଙ୍କ ଶ୍ରଦ୍ଧାଞ୍ଜଳି ସଭା

ସି ପି ଆଇ ଏମ୍ ର ପୂର୍ବତନ ସାଧାରଣ ସମ୍ପାଦକ କମ୍ରେଡ ସୀତାରାମ ଯେଚୁରୀ ଙ୍କ ଶ୍ରଦ୍ଧାଞ୍ଜଳି ସଭା

ରାଉରକେଲା: ସି ପି ଆଇ ଏମ୍ ର ପୂର୍ବତନ ସାଧାରଣ ସମ୍ପାଦକ କମ୍ରେଡ୍ ସୀତାରାମ ୟେଚୁରୀ ଙ୍କ ପ୍ରଥମ ମୃତ୍ୟୁବାର୍ଷିକୀରେ, ତାଙ୍କର ତ୍ୟାଗ ଏବଂ ସଙ୍ଘର୍ଷପୂର୍ଣ୍ଣ ଜୀବନ ର ଅମ୍ଳାନ ସ୍ମୃତି ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ଆଜି ତାଙ୍କର ପ୍ରଥମ ମୃତ୍ୟୁ ବାର୍ଷିକୀ ଅବସରରେ ସ୍ଥାନୀୟ ଶକ୍ତିନଗର ସ୍ଥିତ ସି ପି ଆଇ ଏମ୍ ଜିଲ୍ଲା କାର୍ଯ୍ୟାଳୟ ଏ କେ ଜି ଭବନ ଠାରେ ପାର୍ଟିର ରାଉରକେଲା ଆଂଚଳିକ କମିଟି ପକ୍ଷରୁ ସଂପାଦକ ରାଜ କିଶୋର ପ୍ରଧାନ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭା ରେ ପାର୍ଟିର ବହୁ ସଦସ୍ୟ କମ୍ରେଡ୍ ସୀତାରାମ ଙ୍କ ଫଟୋଚିତ୍ର ରେ ମାଲ୍ୟାର୍ପଣ କରିବା ସହିତ ବକ୍ତବ୍ୟ ରଖି କହିଥିଲେ ଯେ କମ୍ରେଡ ସୀତାରାମ ଯେଚୁରୀ କେବଳ ଜଣେ ନେତା ନଥିଲେ ସେ ଥିଲେ ବିଚାରର ଦୃଢ଼ ସ୍ୱର, ଗଣତନ୍ତ୍ର, ଧର୍ମନିରପେକ୍ଷତା ଓ ସମାଜବାଦର ନିର୍ଭୀକ ପ୍ରଚାରକ ଏବଂ ଶ୍ରମଜୀବୀ ଲୋକଙ୍କ ଅଧିକାର ପାଇଁ ଜୀବନ ବ୍ୟାପୀ ସଂଗ୍ରାମ କରିଛନ୍ତି । ତାଙ୍କ କଥା ପ୍ରେରଣା ଦେଉଥିଲା, ତାଙ୍କ ବୁଦ୍ଧି ଆମ ସଂଘର୍ଷକୁ ତୀକ୍ଷ୍ଣ କରୁଥିଲା, ଏବଂ ପୀଡ଼ିତଙ୍କ ପ୍ରତି ତାଙ୍କର ଅଟଳ ପ୍ରତିବଦ୍ଧତା ପିଢ଼ିପିଢ଼ିକୁ ଶକ୍ତି ଦେଉଥିଲା।ଯଦିଓ ସେ ଶରୀରରେ ଆମ ସହ ନାହାଁନ୍ତି, ତାଙ୍କ ଆଦର୍ଶଗତ ବିଚାର, ସଂଘର୍ଷ ଓ ନ୍ୟାୟପୂର୍ଣ୍ଣ ସମାଜ ପ୍ରତିଷ୍ଠା ପାଇଁ ମାନବୀୟ ଦୃଷ୍ଟିକୋଣ ର ଅମର ସ୍ମୃତି ଆମ ସହ ଚାଲିଛି। ତାଙ୍କୁ ସର୍ବୋତ୍ତମ ଶ୍ରଦ୍ଧାଞ୍ଜଳି ହେଉଛି ତାଙ୍କର ଅସମ୍ପୂର୍ଣ୍ଣ ଲଢେଇଗୁଡ଼ିକୁ ଆଗେଇ ନେବା ସାମ୍ପ୍ରଦାୟିକତା ବିରୋଧରେ, ଶୋଷଣ ବିରୋଧରେ, ଅସମାନତା ବିରୋଧରେ ଏବଂ ସମାଜବାଦ ପ୍ରତିଷ୍ଠା ଲକ୍ଷ୍ୟରେ ଆଗେଇ ନେବା, ଯାହା ପାଇଁ ସେ ଜୀବନବ୍ୟାପୀ ଅବଦାନ ଦେଇଥିଲେ ଓ ସଙ୍ଘର୍ଷ କରିଥିଲେ । କମ୍ରେଡ ଯେଚୁରୀ ଲୋକଙ୍କ ସଂଘର୍ଷରେ ଅମର ତାଙ୍କ ଜୀବନ ଆମର ସଂଗ୍ରାମର ଅସ୍ତ୍ର ବୋଲି ମତ ପ୍ରକାଶ କରିବା ସହିତ ତାଙ୍କର ପାର୍ଟି ପ୍ରତି ଅବଦାନ ତାଙ୍କୁ ସର୍ବଦା ଚିର ସ୍ମରଣୀୟ କରି ରଖିବ ବୋଲି କହିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଓ.ଭି.ଇ.ପି ବାର୍ଷିକ ଉତ୍ସବ ପାଳନ 

Sunil Chandra Nayak

ଉଦଘାଟିତ ହେଲା ବାର୍ଷିକ ଟେରାକୋଟା ପ୍ରଦର୍ଶନୀ ‘ମୂର୍ତ୍ତିକା’-୨୦୨୪, ମନ ମୋହିଲା କଳିଙ୍ଗାୟନ ତୌର୍ୟତ୍ରିକମ ନୃତ୍ୟାଙ୍ଗନା ମାନଙ୍କ ନୃତ୍ୟ

masiha

ଅବ୍ୟବସ୍ଥିତ ଡ୍ରେନେଜ୍ ବ୍ୟବସ୍ଥାକୁ ନେଇ ଜନ ଅସନ୍ତୋଷ। ଜିଲ୍ଲାପାଳ ଙ୍କ ଦୃଷ୍ଟି ଆକର୍ଷଣ କଲା ଜଗନ୍ନାଥ ସେବା ସମିତି

masiha

Leave a Comment

error: Content is protected !!