ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ମମତା ସାହୁ ଙ୍କ କବିତା // ଶୀତକାଳୀନ ପ୍ରଭାତ

 ଶୀତକାଳୀନ ପ୍ରଭାତ

ଶୀତକାଳୀନ ପ୍ରଭାତ
ଚତୁଃର୍ଦିଗ ଶିଶିର ସିକ୍ତ।।
ନବୋଦିତ ଅରୁଣଙ୍କର
କିରଣ ରେଖା କୋମଳ।।
ପ୍ରତିଫଳିତ କରେ ତାର
ସୁବର୍ଣ୍ଣ ମୁକ୍ତା ସମ୍ଭାର।।
ଶିଶିର ଜଳ ଶୀତଳ
ସ୍ନାନ କରିଛି ସକଳ।।
ଦ୍ରୁମଲତା ବଳୀ ସବୁଜ
ପତ୍ରରେ ଶିଶିରର ପାତ।।
ଶୁଭ୍ର ଶିଶିର ବିନ୍ଦୁ ସ୍ବଚ୍ଛ
ଘାସ ଗାଲିଚାରେ ଖଚିତ।।
ଦେଖି ଏ ଶୋଭା ବିଭବ
ବର୍ଣ୍ଣନା ନୁହେଁ ସମ୍ଭବ।।
ପଲ୍ଲୀ ଉଦ୍ୟାନ ଗୁଡିକ
ଦେଖି ଫୁଲ ଶୋଭା ସୁଖ।।
ନାନା ଫୁଲ ପ୍ରସ୍ଫୁଟିତ
ସୌନ୍ଦର୍ଯ୍ୟରେ କନକିତ।।
ଶିଶିର ସଜଳ ପ୍ରତ୍ୟୁଷ
ଦୁଗଧ ଧବଳ ଦୃଶ୍ୟ।।
ମନୋମୁଗ୍ଧ କରେ ଅତି
ପବିତ୍ର ଦୃଶ୍ୟ ଆଳତି
ନିର୍ମଳ ପ୍ରଭାତ ଶିରେ
ମ୍ରିୟମାଣ ଶୀତ ସ୍ପର୍ଶରେ
ଆଚ୍ଛାଦିତ ଧରା ବକ୍ଷରେ
ମନେ ଉନ୍ମଷଣ ଭରେ।।

       ମମତା ସାହୁ

           ଗାଈଗାଁ, କଳାହାଣ୍ଡି

Related posts

ନିରଞ୍ଜନ ସାହୁ ଙ୍କ କବିତା l l ଷାଠିଏ ପୁରିଲା,ଚାକିରୀ ସରିଲା l l

Sunil Chandra Nayak

ମଧୁସୂଦନ ମହାପାତ୍ର ଙ୍କ କବିତା //ଶୋଷଣର ସୈତାନ !

Sunil Chandra Nayak

ଜନରଞ୍ଜନପ୍ରଧାନ ଙ୍କ କବିତା // ତୁମେ ମୋ ଆଖିର ସତ ସପନ

Sunil Chandra Nayak

Leave a Comment

error: Content is protected !!