= ଜୀବନ ଯନ୍ତ୍ରଣା =
ଦେହ ଆଜି ଅବସନ୍ନ, ଅବସନ୍ନ ମନ,
କ୍ଳାନ୍ତ ଏଇ ଅପରାହ୍ନ କରୁଛି ବିଦୀର୍ଣ୍ଣ।।
ପାଷାଣ ପ୍ରତିମା ପରି ଏଠି ମୁଁ ବସିଛି,
ନୟନରୁ ଅଶ୍ରୁଧା ରା ଶୁଖି ଯାଇଅଛି।।
ଜୀବନଟା ଏତେ ଶୁଷ୍କ ଜାଣି ମୁଁ ନଥିଲି,
ଚତୁର୍ଦ୍ଦିଗ ଲାଗେ ଖାଲି ତପ୍ତ ମ ରୁବାଲି।
ତୃଷା ନିବାରଣ ପାଇଁ ପାଣି ଟିକେ ନାହିଁ,
ମରୀଚିକା ପଛରେ ତ ଯାଉଛି ମୁଁ ଧାଇଁ।।
ଚିର ନିଦ୍ରା ଖୋଜୁଅଛି ଶାନ୍ତି ଟିକେ ପାଇଁ,
ପାଉନିତ କୋଳ ତୁମ ଶୋଇ ଯିବା ପାଇଁ।।
ଜାଣେନା ଜୀବନ ପଥ କେବେ ଯେ ସରିବ
ମନ୍ଥର ଏ ପଦ ପାତ କେବେ ଥମିଯିବ।।
ଝଡ଼ ଝଞ୍ଜା ସହି ସହି ହେଲିଣି ନିଥର,
ପୂର୍ଣ୍ଣ ଛେଦ ଦେଇ ପ୍ରଭୁ କରହେ ନିଜର।
ଚାହେଁନା ଚାହେଁନା ଆଉ ତୁମ ଛଡ଼ା କିଛି,
ତୋଳିନିଅ ତୁମେ ମୋତେ ଆକୁଳେ ଡାକୁଛି।।
___ଚିତ୍ରା ରାଣୀ ପାତ୍ର ___
ବାଲେଶ୍ଵର



