ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ଚିତ୍ରା ରାଣୀ ପାତ୍ର ଙ୍କ କବିତା = ଜୀବନ ଯନ୍ତ୍ରଣା =

= ଜୀବନ ଯନ୍ତ୍ରଣା =

ଦେହ ଆଜି ଅବସନ୍ନ, ଅବସନ୍ନ ମନ,
କ୍ଳାନ୍ତ ଏଇ ଅପରାହ୍ନ କରୁଛି ବିଦୀର୍ଣ୍ଣ।।
ପାଷାଣ ପ୍ରତିମା ପରି ଏଠି ମୁଁ ବସିଛି,
ନୟନରୁ ଅଶ୍ରୁଧା ରା ଶୁଖି ଯାଇଅଛି।।
ଜୀବନଟା ଏତେ ଶୁଷ୍କ ଜାଣି ମୁଁ ନଥିଲି,
ଚତୁର୍ଦ୍ଦିଗ ଲାଗେ ଖାଲି ତପ୍ତ ମ ରୁବାଲି।
ତୃଷା ନିବାରଣ ପାଇଁ ପାଣି ଟିକେ ନାହିଁ,
ମରୀଚିକା ପଛରେ ତ ଯାଉଛି ମୁଁ ଧାଇଁ।।
ଚିର ନିଦ୍ରା ଖୋଜୁଅଛି ଶାନ୍ତି ଟିକେ ପାଇଁ,
ପାଉନିତ କୋଳ ତୁମ ଶୋଇ ଯିବା ପାଇଁ।।
ଜାଣେନା ଜୀବନ ପଥ କେବେ ଯେ ସରିବ
ମନ୍ଥର ଏ ପଦ ପାତ କେବେ ଥମିଯିବ।।
ଝଡ଼ ଝଞ୍ଜା ସହି ସହି ହେଲିଣି ନିଥର,
ପୂର୍ଣ୍ଣ ଛେଦ ଦେଇ ପ୍ରଭୁ କରହେ ନିଜର।
ଚାହେଁନା ଚାହେଁନା ଆଉ ତୁମ ଛଡ଼ା କିଛି,
ତୋଳିନିଅ ତୁମେ ମୋତେ ଆକୁଳେ ଡାକୁଛି।।

___ଚିତ୍ରା ରାଣୀ ପାତ୍ର ___

            ବାଲେଶ୍ଵର 

Related posts

ଚନ୍ଦ୍ରକଳା ଙ୍କ କବିତା // ମହା ଜାଗର 

Sunil Chandra Nayak

ପ୍ରେମଲତା ଙ୍କ କବିତା // ଭାବନାରେ

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

Leave a Comment

error: Content is protected !!