ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆତ୍ମହୁତି ଜଗଦୀଶ ଙ୍କ ବୁର୍ଲା ଠାରେ ମୃତ୍ୟୁ

ଓଡିଶା ସେଟାଲମେଣ୍ଟ ଧାରା ୨୨ ଓଡିଶା ଲେଣ୍ଡ ରିଫର୍ମ ଆଇନ ୧୯୬୦ ଅନୁଯାୟୀ ଆବେଦନ କରିଥିଲେ। ଉପଜିଲ୍ଲାପାଳ ନୂଆପଡା ଠାରେ ଆବେଦନ ହୋଇଥିବା ବେଳେ ଏହାର ଏକ ରିପୋଟ ଦେବା ପାଇଁ ଉପଜିଲ୍ଲାପାଳ କାର୍ଯ୍ୟାଳୟ ରୁ ନୂଆପଡା ତହସିଲ କାର୍ଯ୍ୟାଳୟ କୁ ଆସିଅଛି। ସେଠାରେ ରିପୋର୍ଟ ଦେବାକୁ ବିଳମ୍ବ ହେଉଥିଲା। ବାରମ୍ବାର ଅନୁରୋଧ ପରେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ। ଆତ୍ମାହୁତି ଦେଇଥିବା ଯୁବକ ବାପା ଆତ୍ମାରାମ ହରିଜନ ଙ୍କ ୩.୧୨ ଏକର ଜମି ରହିଅଛି। ସେହି ଜମିକୁ ବିକ୍ରୀ ପାଇଁ ଆବେଦନ କରିଥିଲେ। ୨୩ ମାର୍ଚ୍ଚ ୨୦୨୨ ରେ ଉପଜିଲ୍ଲାପାଳ ପାଖରେ ଆବେଦନ କରିଥିଲେ। ଏହା ପୁଣି ୯ ଜୁନ ୨୦୨୨ ରେ ଉପଜିଲାପାଳ କାର୍ଯ୍ୟାଳୟ ପକ୍ଷରୁ ନୂଆପଡା ତହସିଲଦାର ଦେବ ରଞ୍ଜନ ରାଉତଙ୍କୁ ଘଟଣା ତଦନ୍ତ କରି ଏକ ରିପୋର୍ଟ ଦେବାକୁ ପତ୍ରାଳପ ହୋଇଅଛି। ସରକାରୀ ସେବା ପ୍ରଦାନର ଏକ ନଗ୍ନ ରୂପ ଦେଖିବାକୁ ମିଳିଅଛି। ଜଗଦୀଶ ଆବେଦନ କରିବା ର ୨ ମାସ ୧୭ ଦିନ ପର୍ଯ୍ୟନ୍ତ ଉପଜିଲ୍ଲାପାଳ କାର୍ଯ୍ୟାଳୟ ରେ ପଡି ରହିଥିଲା। ଉପଜିଲ୍ଲାପାଳ କାର୍ଯ୍ୟାଳୟ ରୁ ୯ ଜୁନ ରେ ତଦନ୍ତ ରିପୋର୍ଟ ପାଇଁ ଆସିଅଛି। ରିପୋର୍ଟ ପ୍ରଦାନ ପାଇଁ ୯ ମାସ ବିତି ଯାଇଥିଳେ ସୁଦ୍ଧା  କୌଣସି ପଦକ୍ଷେପ ନେଇ ନାହାନ୍ତି। ଆବେଦନର ୬ ଦିନ ପରେ ଏକ ବର୍ଷ ପୁରିବ। କିନ୍ତୁ ଦୁନିଆରେ ଆଉ ସେ ନାହାନ୍ତି ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

 

Related posts

ବିଦ୍ୟୁତ୍ ଆଘାତରେ ଶିଶୁ କନ୍ୟା ମୃତ୍ୟୁ, ମା ଓ ମlଇ ଗୁରୁତର

masiha

ଜୟପାଟଣା ବ୍ଲକ ପୁଝାରିଗୁଡା ଠାରେ ବଞ୍ଜରା ସମାଜର ପାରମ୍ପରିକ ବାଲିଯାତ୍ରା ତିଜ୍ ଉତ୍ସଵ ଉଦଯାପିତ

masiha

ଵୟାଳିଶମୌଜାରେ ଲାଗିଲା ଟଙ୍କା ଡିପୋଜିଟ୍ ମେସିନ

Sunil Chandra Nayak

Leave a Comment

error: Content is protected !!