ନୂଆପଡା // ନୂଆପଡା ଜିଲ୍ଲା ସଦର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଜଣେ କଲ୍ୟାଣପୁର ଗ୍ରାମର ଦିବ୍ୟାଙ୍ଗ ଜଗଦୀଶ ଚୌହାନ ଆତ୍ମାହୁତି ଦେଇ ଥିବା ବେଳେ ବୁର୍ଲା ଠାରେ ଚିକିତ୍ସିତ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଅଛି। ଏହି ଘଟଣାକୁ କେନ୍ଦ୍ର କରି ଓଡିଶା ସରକାର ପକ୍ଷରୁ ନୂଆପଡା ତହସିଲଦାର ଦେବେନ୍ଦ୍ର କୁମାର ରାଉତ ଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି। ଏହା ନେଇ ନୂଆପଡା ଜିଲ୍ଲାପାଳ ହେମକାନ୍ତ ସାଏ ସୂଚନା ଦେଇଛନ୍ତି। ତାଙ୍କ ପରିବାର ପକ୍ଷରୁ ଏକ ମାମଲା ନୂଆପଡା ଥାନା ରେ ରୁଜୁ ହୋଇଥିବା ବେଳେ ରାଜସ୍ବ ବିଭାଗ କାର୍ଯ୍ୟକଳାକୁ ଅତିରିକ୍ତ ଜିଲ୍ଲାପାଳ ସତ୍ୟାସତ୍ୟ ତଦନ୍ତ ପାଇଁ ଦାୟିତ୍ବ ପ୍ରଦାନ କରାଯାଇଅଛି। ଏହି ଘଟଣାର ସତ୍ୟାସତ୍ୟ ତଦନ୍ତ କରି ଏକ ରିପୋର୍ଟ ପ୍ରଦାନ କରିବେ ବୋଲି ଜଣାପଡିଅଛି। ଆତ୍ମାହୁତି ଦେବା ଏକ ଅଭାବନୀୟ ଘଟଣା ବୋଲି ଜିଲ୍ଲାପାଳ ହେମକାନ୍ତ ସାଏ ପ୍ରକାଶ କରିଛନ୍ତି। ସେହିପରି ସତ୍ୟାସତ୍ୟ ତଦନ୍ତ ପରେ ଘଟଣାର ପ୍ରକୃତ ସତ୍ୟ ଜଣାପଡିବ ବୋଲି ଜିଲ୍ଲାପାଳ ପ୍ରକାଶ କାରିଛନ୍ତ ।
previous post