ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବେକରେ କୌପୀନ ବାନ୍ଧି ଅଲେଖ ବାବାଙ୍କ ଆତ୍ମହତ୍ୟା

ବେକରେ କୌପୀନ ବାନ୍ଧି ଅଲେଖ ବାବାଙ୍କ ଆତ୍ମହତ୍ୟା 

ଡାବୁଗାଁ, ୨୫/୧୦ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧୀନ ଖୁଟୁବାଇ ଗ୍ରାମ ନିକଟସ୍ଥ କାଜୁ ବଗିଚା ମଧ୍ୟରେ ଥିବା କୃଷ୍ଣଚୂଡା ଗଛଡାଳରେ ମଙ୍ଗଳବାର ବିଳମ୍ବିତ ରାତ୍ରିରେ ଜଣେ ଅଲେଖ ବାବା ଆତ୍ମହତ୍ୟା କରିଥିବା ନେଇ ବୁଧବାର ଡାବୁଗାଁ ଥାନାରେ ଅଭୋଯୋଗ ହୋଇଛି | ସୂଚନାଯୋଗ୍ୟ:- ମଙ୍ଗଳବାର ବିଳମ୍ବିତ ରାତ୍ରିରେ ଡାବୁଗାଁ ଥାନା ଅଧୀନ ଖୁଟୁବାଇ ଗ୍ରାମ ନିକଟସ୍ଥ କାଜୁ ବଗିଚା ମଧ୍ୟରେ ଥିବା କୃଷ୍ଣଚୂଡା ଗଛ ଡାଳରେ ଜୟସିଂ ସାନ୍ତା (୩୫) ନାମକ ଅଲେଖ ବାବା ନିଜ ବିନ୍ଧା କୌପୀନ ଗାମୁଛା ବେକରେ ବାନ୍ଧି ଆତ୍ମହତ୍ୟା କରିଥିଲେ | ଆଜି ସକାଳୁ ଗ୍ରାମର କିଛି ଲୋକ ଶୌଚ ପାଇଁ ଯାଇଥିଲେ | ସେଠାରେ ଏକ ଗଛ ରେ ଜଣେ ଲୋକ ଝୁଲୁ ଥିବା ଦେଖି ଗ୍ରାମକୁ ଆସି ଖବର ଦେଇଥିଲେ | ପରେ ଖବର ପ୍ରସାରିତ ହେବାପରେ ମୃତକର ପରିବାର ଲୋକେ ଆସି ଦେଖି ଚିହ୍ନଟ କରିଥିଲେ | ମୃତକ ହେଲେ ଝରିଗାଁ ଥାନା ଅଧୀନ ପାଲିଆ ଗ୍ରାମର ସେଖୁରୁ ସାନ୍ତାଙ୍କ ପୁଅ ଜୟାସିଂ ବୋଲି ଜଣା ପଡିଛି | ଏନେଇ ମୃତକ ଙ୍କ ଭାଇ ଗୋବିନ୍ଦ ସାନ୍ତା ମଙ୍ଗଳବାର ମଧ୍ୟାନ୍ନରେ ଡାବୁଗାଁ ଥାନାରେ ଏତଲା ଦେଇଥିଲେ | ଉକ୍ତ ଏତଲା କୁ ଭିତ୍ତି କରି ଥାନା ଏଏସଆଇ ଗୋପାଳକୃଷ୍ଣ ହାଲୱା ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ପଞ୍ଚନାମା କରି ବ୍ୟବଚ୍ଛେଦ ପାଇଁ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇ ଥିଲେ | ଶବ ବ୍ୟବଛେଦ ପରେ ପରିବାର ବର୍ଗ ଙ୍କୁ ହସ୍ତାନ୍ତର କରାଯାଇଛି | ଏନେଇ ଥାନା କେସ ନଂ ୩୨/୨୩ ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ମଦ୍ୟପ ସ୍ବାମୀର ନୃଶଂସ କାଣ୍ଡ , ପେଟ୍ରୋଲ ଢ଼ାଳି ପତ୍ନୀକୁ ପୋଡ଼ି ମାରିବା ଉଦ୍ଯମ:ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତରିତ

ତିରିଂ ଅଂଚଳରେ ଝାଡ଼ଖଣ୍ଡ ବାଲୁ ମାଫିଆଙ୍କ ରାଜ; ୨ ହାଇଭାକୁ ଜବତ କଲା ଝରାଡିହି ଥାନା; ଅପହରଣ ମାମଲାରେ ଗାଡ଼ି ସହିତ ୩ ଅଟକ

masiha

ବାଣପୁର ଥାନା ଅଞ୍ଚଳରେ ବିବାହିତା ମହିଳାଙ୍କୁ ଜୋର୍ ଜବରଦସ୍ତି ବଳାତ୍କାର କରିବା ସହିତ ଓ ତାଙ୍କର ଆପତ୍ତିଜନକ ଫୋଟୋ ଓ ଭିଡିଓ ସୋସିଆଲ ମିଡିଆରେ ଅପଲୋଡ଼ କରି ଯୁବକ ଗିରଫ !!!

Sunil Chandra Nayak

Leave a Comment

error: Content is protected !!