ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୭୦ ବର୍ଷରୁ ଉର୍ଦ୍ଧ୍ବ ହେଲା ଗୋରୁମହିଷାଣୀ ପୁରୁଣା ମଣ୍ଡପରେ ଶାରଦୀୟ ଦୁର୍ଗାପୂଜା,

୭୦ ବର୍ଷରୁ ଉର୍ଦ୍ଧ୍ବ ହେଲା ଗୋରୁମହିଷାଣୀ ପୁରୁଣା ମଣ୍ଡପରେ ଶାରଦୀୟ ଦୁର୍ଗାପୂଜା,

 ମୟୂରଭଞ୍ଜ – ୨୫/୧୦ ( ମସିହା)ସମଗ୍ର ଭାରତ ସମେତ ବିଦେଶରେ ବିଭିନ୍ନ ସ୍ଥାନରେ ହିନ୍ଦୁ ଧର୍ମାବଲମ୍ବୀ ରହୁଥିବା ଅଂଚଳରେ ମା’ ଦୁର୍ଗତିନାଶିନୀଙ୍କ ପୂଜା ମହାସମାରୋହରେ ପାଳନ କରାଯାଉଛି । ମୟୂରଭଞ୍ଜ ଜିଲ୍ଲାର ସୀମାନ୍ତ ଗୋରୁମହିଷାଣୀ ବଜାର ସନ୍ନିକଟ ରେ ଟିସ୍କୋ କମ୍ପାନୀ ଗୋରୁମହିଷାଣୀ ରେ ଲୌହ ଉତ୍ପାଦନ କରୁଥିବା ସମୟରୁ ଆଜିଯାଏଁ ମା’ ଶାରଦୀୟ ଦୁର୍ଗାପୂଜା ନିରବର୍ଛିନ୍ନ ଭାବେ ପାଳନ କରା ହୋଇଆସୁଛି । ଶୁକ୍ରବାର ଦିନ ଷଷ୍ଠୀ ଦିନ ବିଲ୍ଵାଧୀଵେଶ,, ଶନିବାର ଦିନ ସପ୍ତମୀ ପୂଜା,, ରବିବାର ଦିନ ମହାଷ୍ଟମୀ, ସନ୍ଧିପୂଜା, ବଳିଦାନ,, ସୋମବାର ଦିନ ମହାନବମୀ ପୂଜା,ମା’ଙ୍କୁ ଆବାହନ, ଏବଂ ରବିବାର ଦିନ ପୂର୍ଣ୍ଣାହୁତି, ଅପରାଜିତା ଓ ଦେବୀ ବିସର୍ଜନ ପୂଜକଙ୍କ ଦ୍ୱାରା କରାଯାଇଥିଲା ।କମିଟି ତରଫରୁ ଭକ୍ତବୃନ୍ଦଙ୍କର ଅନ୍ନପ୍ରସାଦ ବଣ୍ଟନ କରାଯାଇଥିଲା ।ଅଷ୍ଟମୀ ଓ ନବମୀ ଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରା ଯାଇଥିଲା ।ଆଖପଆଖଂଚଳର ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ମା’ ଙ୍କ ଦର୍ଶନ କରି ପୂଜାର୍ଚ୍ଚନା କରି ଆଶୀର୍ବାଦ ନେଇଥିଲେ ।କମିଟିର କର୍ମକର୍ତ୍ତା ରମେଶ ସାହୁ,ଅଶୋକ ଗିରି, ଅଶୋକ ମହାନ୍ତ,ଅଜିତ ଗିରି,ସ୍ଵାଧୀନ ଗିରି,ଦୁର୍ଗା ମହାନ୍ତ,ରାଧିକା ମୁଣ୍ଡା, ନିରଞ୍ଜନ ଗିରି,ଲିଟୁ ଗିରି ,ଚିନ୍ମୟ ଗିରି,ସରୋଜ ଗିରି,ଆଶିଶ ମହାନ୍ତଙ୍କ ସମେତ ଅନ୍ୟ କମିଟି ସଦସ୍ୟ ପରିଚାଳନାରେ ସହଯୋଗ କରିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳଙ୍କ ରିପୋର୍ଟ

Related posts

ଲାଞ୍ଜିଗଡ଼ ପ୍ରେସ୍ କ୍ଲବ ପକ୍ଷରୁ ନୂଆ ବିଡିଓଙ୍କୁ ସ୍ବାଗତ ସମ୍ବର୍ଦ୍ଧନା

masiha

ଶିକ୍ଷାବିତ୍ ଗଦାଧର ମିଶ୍ର ସ୍ମୃତି ସଂସଦ,ଢେଙ୍କାନାଳ ପକ୍ଷରୁ ବିଶ୍ୱକୁନ୍ତଳ ଶିଶୁଗୃହର ଅନ୍ତେବାସୀଙ୍କ ସହିତ ମହୁଲପଡାର ଜୁଆଙ୍ଗ ସାହିର ଲୋକମାନଙ୍କ ସହିତ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଓ ବରା ଦିବସ -୨୦୨୬ ପାଳନ

Sunil Chandra Nayak

ରାସ୍ତା ଦୁର୍ଘଟଣାରେ ହାଟବାଦଡା ରାଜସ୍ବ ନୀରିକ୍ଷକଙ୍କ ମୃତ୍ୟୁ

Sunil Chandra Nayak

Leave a Comment

error: Content is protected !!