ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୭୦ ବର୍ଷରୁ ଉର୍ଦ୍ଧ୍ବ ହେଲା ଗୋରୁମହିଷାଣୀ ପୁରୁଣା ମଣ୍ଡପରେ ଶାରଦୀୟ ଦୁର୍ଗାପୂଜା,

୭୦ ବର୍ଷରୁ ଉର୍ଦ୍ଧ୍ବ ହେଲା ଗୋରୁମହିଷାଣୀ ପୁରୁଣା ମଣ୍ଡପରେ ଶାରଦୀୟ ଦୁର୍ଗାପୂଜା,

 ମୟୂରଭଞ୍ଜ – ୨୫/୧୦ ( ମସିହା)ସମଗ୍ର ଭାରତ ସମେତ ବିଦେଶରେ ବିଭିନ୍ନ ସ୍ଥାନରେ ହିନ୍ଦୁ ଧର୍ମାବଲମ୍ବୀ ରହୁଥିବା ଅଂଚଳରେ ମା’ ଦୁର୍ଗତିନାଶିନୀଙ୍କ ପୂଜା ମହାସମାରୋହରେ ପାଳନ କରାଯାଉଛି । ମୟୂରଭଞ୍ଜ ଜିଲ୍ଲାର ସୀମାନ୍ତ ଗୋରୁମହିଷାଣୀ ବଜାର ସନ୍ନିକଟ ରେ ଟିସ୍କୋ କମ୍ପାନୀ ଗୋରୁମହିଷାଣୀ ରେ ଲୌହ ଉତ୍ପାଦନ କରୁଥିବା ସମୟରୁ ଆଜିଯାଏଁ ମା’ ଶାରଦୀୟ ଦୁର୍ଗାପୂଜା ନିରବର୍ଛିନ୍ନ ଭାବେ ପାଳନ କରା ହୋଇଆସୁଛି । ଶୁକ୍ରବାର ଦିନ ଷଷ୍ଠୀ ଦିନ ବିଲ୍ଵାଧୀଵେଶ,, ଶନିବାର ଦିନ ସପ୍ତମୀ ପୂଜା,, ରବିବାର ଦିନ ମହାଷ୍ଟମୀ, ସନ୍ଧିପୂଜା, ବଳିଦାନ,, ସୋମବାର ଦିନ ମହାନବମୀ ପୂଜା,ମା’ଙ୍କୁ ଆବାହନ, ଏବଂ ରବିବାର ଦିନ ପୂର୍ଣ୍ଣାହୁତି, ଅପରାଜିତା ଓ ଦେବୀ ବିସର୍ଜନ ପୂଜକଙ୍କ ଦ୍ୱାରା କରାଯାଇଥିଲା ।କମିଟି ତରଫରୁ ଭକ୍ତବୃନ୍ଦଙ୍କର ଅନ୍ନପ୍ରସାଦ ବଣ୍ଟନ କରାଯାଇଥିଲା ।ଅଷ୍ଟମୀ ଓ ନବମୀ ଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରା ଯାଇଥିଲା ।ଆଖପଆଖଂଚଳର ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ମା’ ଙ୍କ ଦର୍ଶନ କରି ପୂଜାର୍ଚ୍ଚନା କରି ଆଶୀର୍ବାଦ ନେଇଥିଲେ ।କମିଟିର କର୍ମକର୍ତ୍ତା ରମେଶ ସାହୁ,ଅଶୋକ ଗିରି, ଅଶୋକ ମହାନ୍ତ,ଅଜିତ ଗିରି,ସ୍ଵାଧୀନ ଗିରି,ଦୁର୍ଗା ମହାନ୍ତ,ରାଧିକା ମୁଣ୍ଡା, ନିରଞ୍ଜନ ଗିରି,ଲିଟୁ ଗିରି ,ଚିନ୍ମୟ ଗିରି,ସରୋଜ ଗିରି,ଆଶିଶ ମହାନ୍ତଙ୍କ ସମେତ ଅନ୍ୟ କମିଟି ସଦସ୍ୟ ପରିଚାଳନାରେ ସହଯୋଗ କରିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳଙ୍କ ରିପୋର୍ଟ

Related posts

ନର୍ଲା ଉପର ପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ ଅନୁଷ୍ଠିତ 

masiha

କନ୍ଧମାଳର ବିଏସଏଫ କ୍ୟାମ୍ପ ପକ୍ଷରୁ ଜନସମ୍ପର୍କ ଶିବିର 

Sunil Chandra Nayak

କୋଲନରା ବ୍ଲକ କାର୍ଯ୍ୟାଳୟ ପରିସରରେ ସୂଚନା ଶିକ୍ଷା ଓ ଯୋଗାଯୋଗ ଉପକ୍ରମରେ ବ୍ଲକ ସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ 

masiha

Leave a Comment

error: Content is protected !!