ସାହିତ୍ୟ ଅଗଣାସୁରେଶ କୁମାର ପରିଡ଼ା ଙ୍କ କବିତା _ _ ବ୍ୟଥା _ _ by Sunil Chandra NayakJanuary 12, 2023054 Share0 _ _ ବ୍ୟଥା _ _ ଜାଣିଲାନି ଭେଣ୍ଡା ପୁଅ ଆମ ଘର କେମିତି ଚଳୁଛି ? ବୁଢ଼ା ବୟସ ରେ ବୋପା ଖଟି ଖଟି କେମିତି ମରୁଛି,, ବୁଝିଲାନି ପୁଅ ମୋର ଖାଇବା ଟା କେଉଁଠୁ ଆସୁଛି, ମୋବାଇଲ ଧରି ସିଏ କ୍ଲବ ଘରେ ଆଡା ଜମାଉଛି,, ଦେଖିଲାନି ଝିଅ କେବେ ଘର ସ୍ଥିତି ପରିବାର ବ୍ୟଥା , କାହା ସାଥେ ଦିନ ରାତି ମେସେଜ ରେ ଖାଲି ହୁଏ କଥା,, କହିଲାନି ସ୍ତ୍ରୀ ମୋର ଏତିକି ରେ ଯିବା ଆମେ ଚଳି, ରାତି କୋଣେ ନ ପାହୁଣୁ ଗ୍ରୁପ ଵାଲା କରୁଥାନ୍ତି କଳି,, କହିଲାନି ପିଲାଙ୍କୁ ସେ କଲାନାହିଁ ଖର୍ଚ୍ଚ ରେ ଆକଟ, ଶାସନ ର ଦଉଡି ଟା ପାଏ ନାହିଁ ଲାଗେ ଭାରି ଛୋଟ, ସକାଳ ରୁ ସଂଜ ହୁଏ ବୋହି ବୋହି ପିଠି ର ଦରଜ, ଆଖି କୋଳେ ଲୁହ ଖେଳେ ଭାବି ଦେଲେ କାଲି ର କରଜ,, ବୟସ ର ଅପରାହ୍ନ ଅସ୍ତମିତ ଜୀବନ କାକଳି, *ବ୍ୟଥା* ଆଉ ବେଦନା ରେ ହୃଦୟ ଟା କାନ୍ଦୁଛି ଗୁମୁରି,, ସୁରେଶ କୁମାର ପରିଡ଼ା ସାଲୁଣି, ଚମ୍ପତ୍ତିପୁର, ନୟାଗଡ