ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ସୁରଥ କୁମାର ରାଉତ ଙ୍କ କବିତା _ _ ରଙ୍ଗ _ _

  _ _ ରଙ୍ଗ _ _

               

                      ସୁରଥ କୁମାର ରାଉତ

                   
କାଉ ଅଟେ କଳା କୋଇଲି ବି କଳା
       କଳା ଯେ କଜଳପାତି
ପାଚିଲେ ଦିଶଇ ଜାମୁକୋଳି କଳା
        କଳା ଜଙ୍ଗଲର ହାତୀ।
ବଗ ଅଟେ ଧଳା ବଗୁଲି ବି ଧଳା
    ଧଳା ଅଟେ ଗାଈ କ୍ଷୀର
ହଂସ ଅଟେ ଧଳା ବତକ ବି ଧଳା
    ଧଳା ଯେ ମଲ୍ଲି, ଟଗର।
ଶୁଆ ଥଣ୍ଟ ନାଲି ମନ୍ଦାର ବି ନାଲି
     ନାଲି ଅଟେ ଶଙ୍ଖା ଚୁଡ଼ି
ସିନ୍ଦୂର,ଟିକିଲି ଅଳତା ସହିତ
    ନାଲି ଯେ ଗୋଲାପକଢି।
ସବୁଜ ଦିଶଇ ଗଛରେ ପତର
      ସବୁଜ ଯେ ବଣ ଭୂଇଁ
କଞ୍ଚା କଦଳୀ କୁ କଞ୍ଚାଲଙ୍କା ,ଆମ୍ବ
       ସବୁଜ ଯେ ଦିଶୁଥାଇ।
ସମୁଦ୍ରର ଜଳ ଦିଶଇ ନେଳିଆ
    ଦୂର ଆକାଶ ବି ନୀଳ
ବାଡ଼ି ବଗିଚାରେ ସୁନ୍ଦର ଦିଶଇ
    ଅପରାଜିତା ର ଫୁଲ।
କଦଳୀ ପାଚିଲେ ଦିଶେ ହଳଦିଆ
      ହଳଦିଆ ବୁଲବୁଲ
ଶିବଙ୍କର ପ୍ରିୟ କନିଅର ଅଟେ
      ହଳଦୀ ରଙ୍ଗର ଫୁଲ।

ବନ୍ଧୁପୁର, ସମିତଙ୍ଗା, କଟକ

Related posts

ଜୟ କୁମାର ମିଶ୍ର ଙ୍କ କବିତା “ନବ ବରଷ, ନବ ସନ୍ଦେଶ”-2023

Sunil Chandra Nayak

କାଙ୍ଗାଳୀ ଚରଣ ସେଠୀ ଙ୍କ କବିତା l l ସ୍ମୃତିରେ ସ୍ମୃତିରେ ୨୦୨୨ l l

Sunil Chandra Nayak

ପୁଜା ବାଦି  ଙ୍କ କବିତା — “ମୁକ୍ତି ର ରୂପଭ୍ରମ (ମୃଗମାରିଚିକା)”

Sunil Chandra Nayak

Leave a Comment

error: Content is protected !!