ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ଶ୍ଯାମା ପ୍ରସାଦ୍ ବୋଷ୍  ଙ୍କ କବିତା //ଶୀତୁଆ ସକାଳ

  _ _ଶୀତୁଆ ସକାଳ _ _

                   ଶ୍ଯାମା ପ୍ରସାଦ୍ ବୋଷ୍ 

ଶୀତୁଆ ସକାଳ ଧିର ପଦ ପାତେ 
ଧରାକୁ ଓହ୍ଲାଇ ଆସେ  
ରାତି ପାହି ଯାଏ ନିଦ ଭାଙ୍ଗି ଯାଏ 
ଶୀତ ସକାଳ ପରଶେ । 
ଶେଯଛାଡିବାକୁ ଇଛା ହୁଏ ନାହିଁ 
ବାଧ୍ଯ ହୋଇ ଉଠି ବସେ 
ଶୀତୁଆ ସକାଳ ଶୀତ ଟଳ ମଳ 
ହାତକୁ ହାତରେ ଘସେ । 
ଶୀତୁଆ ସକାଳ କରଇ ବିକଳ 
ଶୀତ ଥିରି ଥିରି ଆସେ  
ପୂରୁବ ଦିଗରୁ ସୂରୁଜ ଉଇଁଲେ 
କଅଁଳ ଖରା ଟି ହସେ । 
ଶୀତୁଆ ସକାଳ କୁହୁଡି ଚାଦର 
ଧରଣୀ ଘୋଡାଇ ବସେ 
ଗଛର ପତରୁ ଶିଶିର ର ଟୋପା  
ମାଟି ମାଆ କୋଳେ ଖସେ ।  
ଶୀତୁଆ ସକାଳ କଅଁଳ ଖରାରେ 
ଶିଶିର ର ବୁନ୍ଦା ଘାସେ 
ମୁକୁତା ପରାଏ ଶୋଭା ତା ବଢାଏ 
ଖରା ତେଜ ତାକୁ ନାଶେ । 
ଶୀତୁଆ ସକାଳ ଦେହ ଥର ଥର 
ଉଷୁମ ପରଶ ପାଶେ 
ମନ ଖୋଜୁଥାଏ ନିଆଁ ପୋଇଁବାକୁ 
ବସି ସେ ନିଆଁ ର ଧାସେ । 
ଶୀତ ଋତୁ ଶୀତ ଶୀତୁଆ ସକାଳ 
ଶୀତ ସାଥେ ମିତ ବସେ  
ଶୀତ ମାଡି ଆସେ ଶୀତୁଆ ପରଶେ 
ଶୀତ ପରା ମାଡିବସେ । 

ଶ୍ଯାମା ପ୍ରସାଦ୍ ବୋଷ୍ 

ଗ୍ରାମ :- ବେଗୁନିଁଆ , ମଲ୍ଲୀକ୍ ସାହି 
ପୋଷ୍ଟ :- ଗୋପ୍ , ଜିଲ୍ଲା :- ପୁରୀ 

Related posts

ଶ୍ରୀ ବିଦ୍ୟାଧର ମହାନ୍ତ ଙ୍କ କବିତା – ।। ସିନ୍ଦୂର।।

masiha

ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ ଙ୍କ ହିନ୍ଦୀ କବିତା

ଅପର୍ତ୍ତି ସେଠୀ ଙ୍କ ରମ୍ୟ ରଚନା // ଇଏ କି ପ୍ରକାର ସ୍ଵାଧୀନତା??

Sunil Chandra Nayak

Leave a Comment

error: Content is protected !!