ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

କାଙ୍ଗାଳୀ ଚରଣ ସେଠୀ ଙ୍କ କବିତା _ଶୀତ ସକାଳ _

__ ଶୀତ ସକାଳ __

 କାଙ୍ଗାଳୀ ଚରଣ ସେଠୀ

ଶୀତ ସକାଳର କଅଁଳିଆ ଖରା
  ଚାଳ ମାଡି ମାଡି ନାହିଁ
ନିଧି ସାହୁ ଚା ଦୋକାନରେ ଭିଡ଼
  ଏବେ ଜମି ଜମି ନାହିଁ।
ଘର ଅଗଣାରେ ବାୟସ ରାଵନ୍ତି
    ଧାନ କି ଚାଉଳ ପଡିନାହିଁ
ଜେଜିମା ଆମର ସକାଳ ଗାଧୁଆ
   ତୁଳସୀ ଚଉରା ପୂଜି ନାହିଁ।
ଶୀତ କୁହୁଡିର ପାଣ୍ଡୁର ବେଶରେ
  ବାଟଘାଟ ଦିଶି ଦିଶୁ ନାହିଁ
କଅଁଳା ଛୁଆଟି ଶୀତରେ କାନ୍ଦୁଛି
   ଧରିବା ପାଇଁ କା ନିଘା ନାହିଁ ।
ସୋରିଷ ଫୁଲରେ ହେମ କାକରର
  ବିନ୍ଦୁ ବିନ୍ଦୁ ଜଳ ଖସି ନାହିଁ
ସଜେଇ ହେଉଛି ଆମ ‘ମାଧୁରିମା,
  ଟିଉସନ ବେଳ ହୋଇନାହିଁ ।
ତା ବଡ଼ ଭଉଣୀ ରେଜେଇକୁ ଟାଣି
  ପଚ଼ାରୁଛି ଖରା ପଡିନାହିଁ
ଶୀତଳ ହେବାକୁ ବସିଲାଣି ଚା
  ଫୁଲେଇ ଖଟରୁ ଉଠିନାହିଁ ।
ବାଡିରେ ଜିନିଆ କ୍ରୋଟନିଆ ପାଇଁ
  ପାଇପରେ ପାଣି ଆସି ନାହିଁ
ଏ ଯାଏ ଆସିନି ପେପର ବାଲାଟା
   ବାପାଙ୍କର ମନ ଲାଗୁ ନାହିଁ।
ପୁଷମାସ ଶୀତ କରେ ହରକତ
   ସକାଳୁ ଉଠିବା ଇଚ୍ଛା ନାହିଁ
ଇଚ୍ଛା ଅନିଚ୍ଛାର ହରଡଘଣାରେ
   ସକାଳ କେମିତି ଯାଏ ପାହି ।

ବର୍ତ୍ତଣ୍ଡା, ସୁକିନ୍ଦା , ଯାଜପୁର

Related posts

ଅପର୍ତ୍ତି ସେଠୀ ଙ୍କ କବିତା // ମୋ ହଜିଲା ଦିନ

Sunil Chandra Nayak

ପ୍ରେମଶିଳା ବେହେରା ଙ୍କ କବିତା – ରଥଯାତ୍ରା

Sunil Chandra Nayak

ନର୍ମଦା ନାୟକ ଙ୍କ କବିତା = ଶ୍ରମିକ

Leave a Comment

error: Content is protected !!