ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ସଫଳା ପୁଷଲତା ଦାସ ଙ୍କ କବିତା = ମୁଁ ବି ନାଉରୀ ତୁମେ ବି ନାଉରୀ 

 ମୁଁ ବି ନାଉରୀ

               ତୁମେ ବି ନାଉରୀ 

            ସଫଳା ପୁଷଲତା ଦାସ 

ମୁଁ ବି ନାଉରୀ ତୁମେ ବି ନାଉରୀ 
ଫରକ ଅଛି ହେ ସାଇଁ 
ପିତୃ ସତ୍ୟ ପାଳି ଧର୍ମ ରକ୍ଷା କଲ 
ମୋ କରମ ନାବ ବାହି 
ତୁମେ ରଘୁନାଥ ଚାଲୁଥିଲ ପଥ 
  ପଥରରେ ପାଦ ବାଜି 
କେଉଁ ଅଭିଶାପୁ କିବା ପୂଣ୍ୟ ବଳୁ 
ନାରୀ ରୂପ ନେଲା ସାଜି 
ପୋଷେ ମୋ କୁଟୁମ୍ବ ନଦୀ ପାର କରି 
  ନୌଉକା ସମ୍ୱଳ ମୋର 
ଗଂଗା ନଦୀ ପାର ହେବାକୁ ଚାହୁଁଛ
ପାଦ ଧୋଇବି ତୁମର ।
ପଥର ପରିକା ନାବ ଟିଏ ମୋର 
 ନାରୀଟିଏ ଯଦି ହୁଏ 
କିପରି କୁଟୁମ୍ବ ପୋଷିବି ମୋହର 
 ପାଦ ଧୋଇଦେବି କୁହେ
 ତୁମେ ତ ନାଉରୀ ସଂସାର ସାଗରେ 
       ମୋ ସଂସାର ତୁମ ହାତେ 
ଜିବୀକା ମୋହର ନାଉରୀ ପେଷା ହେ 
       ପାଦ ଧୋଇ ଦେବି ହାତେ 
ପୋଷିବା ଶକତି ନାହିଁ ମୋର ପ୍ରଭୂ 
      ଯୋଡା ନାରୀଟିକୁ ନେଇ 
ନାଆଟି ମୋହର ଏତିକି ସମ୍ୱଳ 
      ଏକଥା କି ଜାଣ ନାହିଁ 
ନ ଥିବ ସେ ଧୂଳି ନହେବ ସେ ନାରୀ 
    ବିଜ୍ଞାନୀ କୈବର୍ତ୍ତ କୁହେ 
ପାଦ ବଢାଇଲେ ଜାନକୀ ଜୀବନ 
       କୈବର୍ତ୍ତର ବୁଦ୍ଧି ଇଏ ।
ଧୋଇଲା ଚରଣ ବୈକୁଣ୍ଠ ରେ ମନ
      ଭକ୍ତ ଭାବେ ଭାବଗ୍ରାହୀ
ବନ୍ଧା ପଡିଗଲେ ବିଜ୍ଞାନୀ ପାଖରେ 
       ନାବରେ ବସିଲେ ଯାଇ ।

         କଟକ

Related posts

ବନଲକ୍ଷ୍ମୀ ମହାନ୍ତି  ଙ୍କ କବିତା l l l କ୍ୟାଲେଣ୍ଡର l l l

Sunil Chandra Nayak

କବିତା ସାହୁ   ଙ୍କ କବିତା // ଶିବରାତ୍ରୀ ଉଜାଗର 

Sunil Chandra Nayak

ସଫଳ। ଦାସ ଙ୍କ କବିତା = ତୁମେ କେମିତିକା ଯେ

Sunil Chandra Nayak

Leave a Comment

error: Content is protected !!