ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

କଳ୍ପଲତା ବେହେରା ଙ୍କ କବିତା – ଜୀବନ

ଜୀବନ 

——-
ଜୀବନ ତ ଜୀଇଁବାକୁ ହୁଏ
ଯେମିତି ବି ହେଉ
ଗଛତଳ ଛାଇ କେବେ 
କେବେ ପୁଣି ଖରା ଦାଉଦାଉ
ଜୀବନ ତ ଜୀଇଁବାକୁ ହୁଏ 
ଯେମିତି ବି ହେଉ 
ସୁର ତାଳ ଲୟ କେବେ 
କେବେ ପୁଣି ବେସୁରା ରାଗିଣୀଟିଏ ହେଉ 
ଜୀବନ ତ ଜୀଇଁବାକୁ ହୁଏ 
ଯେମିତି ବି ହେଉ 
ସଳଖ ସୁନ୍ଦର କେବେ 
କେବେ ପୁଣି ଅଙ୍କାବଙ୍କା ବାଟଟିଏ ହେଉ
ଜୀବନ ତ ଜୀଇଁବାକୁ ହୁଏ 
ଯେମିତି ବି ହେଉ 
କେବେ ସିଏ ଫୁଲଶେଯ
କେବେ ପୁଣି କଣ୍ଟାର ବିଛଣାଟିଏ ହେଉ
ଜୀବନ ତ ଜୀଇଁବାକୁ ହୁଏ 
ଯେମିତି ବି ହେଉ 
ସ୍ବପ୍ନଭରା ରାତି କେବେ 
କେବେ ପୁଣି ବିନିଦ୍ର ରଜନୀଟିଏ ହେଉ 
ଜୀବନ ତ ଜୀଇଁବାକୁ ହୁଏ 
ଯେମିତି ବି ହେଉ 
ରଙ୍ଗମୟ ଲାଗେ କେବେ 
କେବେ ପୁଣି ରଙ୍ଗହୀନ କ୍ଷେତଟିଏ ହେଉ
ଜୀବନଟା ତ ଏମିତି 
ଜୀଇଁ ଯିବାକୁ ହୁଏ 
ସେ ଯେମିତି ବି ହେଉ 
    ———–

  କଳ୍ପଲତା ବେହେରା 

 ୬୦ ସ୍ବର୍ଣପୁରୀ , ଭୁବନେଶ୍ବର
 ଫୋନ୍ ନଂ ୯୪୩୭୨୦୮୪୯୯

Related posts

ମନେପଡ଼ନ୍ତି ମଧୁବାବୁ; ଉତ୍କଳ ଗୌରବଙ୍କୁ ଝୁରୁଛି ଓଡ଼ିଆ ଜାତି

masiha

କବିସୌରଭ କୈଳାଶଚନ୍ଦ୍ର ବେହେରା ଙ୍କ କବିତା = ଶ୍ରୀରାମ ନବମୀ

Sunil Chandra Nayak

ଚିତ୍ରା ରାଣୀ ପାତ୍ର ଙ୍କ କବିତା = ଉତ୍କଳ ଦିବସ

masiha

Leave a Comment

error: Content is protected !!