ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଝିଆରୀ କୁ ଦୁଷ୍କର୍ମ ମାମଲାରେ ପିଉସା କୁ କୋଡିଏ ବର୍ଷ ସଶ୍ରମ କାରାଦଣ୍ଡ ସମେତ ଜୋରିମାନା

ଝିଆରୀ କୁ ଦୁଷ୍କର୍ମ ମାମଲାରେ ପିଉସା କୁ କୋଡିଏ ବର୍ଷ ସଶ୍ରମ କାରାଦଣ୍ଡ ସମେତ ଜୋରିମାନା

ମୟୂରଭଂଜ – 16-10-  ଆଜି ଏକ ଦୁଷ୍କର୍ମ ଅଭିଯୋଗ ସଂକ୍ରାନ୍ତ ମାମଲାର ବିଚାର କରି ମାନ୍ୟବର ଆଡ଼ ହକ ଆଡିସନାଲ ଜିଲ୍ଲା ଓ ଦୌରାଜଜ ଫାଷ୍ଟଟ୍ରାକ ସ୍ପେଶାଲ କୋର୍ଟ ଅଣ୍ଡାର ପୋକ୍ସ ଆକ୍ଟ ସନ୍ତୋଷ କୁମାର ନାୟକ ଅଭିଯୁକ୍ତ ମୟୁରଭଞ୍ଜ ଜିଲ୍ଲା ବହଳଦା ଥାନା ଅନ୍ତର୍ଗତ ବଡ଼ଦୁନ୍ଦୁ ଗ୍ରାମର ଏସ କେ ନାସିରୁଦିନ (50) କୁ ଦଫା 6 ଅଫ ପୋକ୍ସ ଆକ୍ଟ ଅନୁଯାୟୀ କୋଡିଏ ବର୍ଷ ସଶ୍ରମ କାରାଦଣ୍ଡ ସମେତ ଦଶ ହଜାର ଟଙ୍କା ଜୋରିମାନା ଅନାଦେୟ ଅଧିକ ଛଅ ମାସ ସଶ୍ରମ କାରାଦଣ୍ଡ ରେ ଦଣ୍ଡିତ କରିଛନ୍ତି l ଏଥି ସହିତ ଆଦାୟ ଜୋରିମାନା ଅର୍ଥ ପୀଡିତା କୁ ଦେବା ପାଇଁ ରାୟରେ ଉଲେଖ କରାଯାଇଅଛି l ମାମଲାର ବିବରାଣୀ ରୁ ପ୍ରକାଶ ଯେ ପୀଡିତା ପାଞ୍ଚ ବର୍ଷ ବୟସରୁ ତାର ପିଉସା ଏସ କେ ନାସିରୁଦିନ ଘରେ ରହି ପାଠ ପଢୁଥିଲା l ଯେତେବେଳେ ସିଏ ମାଟ୍ରିକ ପାସ କଲା ତା ସହିତ ଅଭିଯୁକ୍ତ ପିଉସା ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କଲା l ଏଥି ସହିତ ଏ କଥା କାହାରି ଆଗରେ ପ୍ରକାଶ କଲେ ଜୀବନରୁ ମାରିଦେବାର ଧମକ ମଧ୍ଯ ଦେଇଥିଲା l 21-11-2022 ରେ ପୀଡିତା ତାଙ୍କ ସମ୍ପ୍ରଦାୟର ଜଣକୁ ବିବାହ କଲା l ବିବାହ ପରେ ମଧ୍ଯ ଅଭିଯୁକ୍ତ ପିଉସା ପୀଡିତା କୁ ଫୋନରେ ବାରମ୍ବାର ଧମକ ଦେଇ କହୁଥିଲା ତୋର ସ୍ୱାମୀ ସହିତ ସମ୍ପର୍କ ନ ରଖି ମୋ ସହିତ ସମ୍ପର୍କ ରଖ ନହେଲେ ତୋର ସ୍ୱାମୀକୁ ବିଷ ଦେଇ ମାରିଦେବି l ଏ କଥା ତାର ସ୍ୱାମୀ ଜାଣିବା ପରେ ତାକୁ ଘରୁ ବାହାର କରିଦେଇଥିଲା l ଫଳରେ ପୀଡିତା ତାର ବାପ ଘରେ ରହୁଥିଲା l ଏ ବାବଦରେ ପୀଡିତା ଙ୍କ ଲିଖିତ ଅଭିଯୋଗ କ୍ରମେ ବହଳଦା ଥାନାରେ କେସ ନମ୍ବର 26/9-3-2023 ରେ ଏକ ଦୁଷ୍କର୍ମ ମାମଲା ରୁଜୁ କରିବା ସହ ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା l ଆଜି ମାନ୍ୟବର ଅଦଲତ ପକ୍ଷରୁ ସମସ୍ତ ସାକ୍ଷୀ ଏବଂ ଆବଶ୍ୟକୀୟ ପ୍ରମାଣପତ୍ର କୁ ଭିତ୍ତି କରି ଚୂଡାନ୍ତ ରାୟ ପ୍ରକାଶ ପାଇଅଛି l ଉକ୍ତ କେସକୁ ସରକାରୀ ଅଭିଯୋଗକ ମନୋରନଞ୍ଜ ପଟ୍ଟନାଏକ ପରିଚାଳନା କରୁଥିବାବେଳେ ଜିଲ୍ଲା ଅଭିଯୋଗକ ନିର୍ଦ୍ଧଶାଳୟ ତରଫରୁ କେସକୁ ନିରୀକ୍ଷଣ କରାଯାଉଥିଲା l

ମୟୂରଭଂଜ ରୁ ଅକ୍ଷୟ ବିଶ୍ଵାଳ ମସିହା ନିଉଜ

Related posts

ଅଜଣା ଗାଡି ଧକ୍କା ରେ ଯୁବକ ଆହତ, ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି

masiha

ପ୍ରେମୀ ଯୁଗଳଙ୍କୁ ଗଛରେ ବାନ୍ଧିଲେ ଗ୍ରାମଲୋକ

Sunil Chandra Nayak

ଅବକାରୀ ବିଭାଗ ଦ୍ଵାରା ୧୦୮ କେ ଜି ଗଞ୍ଜେଇ ଜବତ

Sunil Chandra Nayak

Leave a Comment

error: Content is protected !!