ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଇନ୍ଦିରା ନଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଞ୍ଚଳିକ ସ୍ତରୀୟ ସୁରଭି ଅନୁଷ୍ଠିତ 

ଇନ୍ଦିରା ନଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଞ୍ଚଳିକ ସ୍ତରୀୟ ସୁରଭି ଅନୁଷ୍ଠିତ 

ରାୟଗଡ଼ ତା ୧୭-୧୦-୨୦୨୫ –       ରାୟଗଡ ପୌରାଞ୍ଚଳର ଗାନ୍ଧିନଗର କ୍ଲଷ୍ଟର ସୁରଭି କାର୍ଯ୍ୟକ୍ରମ ଶୁକ୍ରବାର ସ୍ଥାନୀୟ ଇନ୍ଦିରାନଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାୟଗଡ ପୌରାଞ୍ଚଳର ଉଣେଇଷି ଗୋଟି ବିଦ୍ୟାଳୟ ଭାଗନେଇଥିଲେ ।

      ଉଦଘାଟନୀ ଉତ୍ସବରେ ସ୍ଥାନୀୟ କାଉନସିଲର ଶ୍ରୀମତୀ   ଶରମିତା ପାଢୀ ମୁଖ୍ଯ ଅତିଥି ତଥା ଗାନ୍ଧିନଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରତାପ ବାତ୍ରିୟା, ସିଆରସିସି ସଦାନନ୍ଦ ନାୟକ ଓ ସଂଗ୍ରାମ ବେହେରା, ପ୍ରଧାନ ଶିକ୍ଷୟିତ୍ରୀ ପ୍ରମିଳା ପଣ୍ଡା, ବରିଷ୍ଠ ଶିକ୍ଷକ ନୀଳାଞ୍ଚଳ ମିଶ୍ର ମଞ୍ଚାସୀନ ଥିଲେ । ଉଦଯାପନୀ ଉତ୍ସବରେ ମୁଖ୍ଯ ଅତିଥି ରୂପେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ କାଳୁ ଚରଣ ନାୟକ ଯୋଗଦେଇଥିଲେ । ପିଲାଙ୍କ ଲୁକ୍କାୟିତ ପ୍ରତିଭାମାନଙ୍କୁ ଲୋକଲୋଚନକୁ ଆଣିବା ସହ ଅନ୍ୟ ଶିଶୁ ଏହାଦ୍ୱାରା ପ୍ରେରିତ ହେବେ ବୋଲି ସେ କହିଥିଲେ । ଏଥିରେ କୃତି ଶିଶୁ ବ୍ଲକ ସ୍ତରୀୟ ସୁରଭିରେ ଅଂଶଗ୍ରହଣ କରିବେ ବୋଲି ସି ଆରସିସି ସଦାନନ୍ଦ ନାୟକ କହିଛନ୍ତି । କାର୍ଯ୍ୟକ୍ରମକୁ କବୟତ୍ରୀ ସସ୍ମିତା ମିଶ୍ର ସଞ୍ଜୋଜନା କରିଥିଲେ। 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଅବସର ଆସାମ ରାଇଫଲ ଯବାନ କୁଶ ମାଝି ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

Sunil Chandra Nayak

କୋକସରା ଆଇନଜୀବୀ ସଂଘର କର୍ମକର୍ତ୍ତା ଚୟନ

masiha

ରୁପ୍ରା କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟ ଠାରେ ଜନ ଭାଗିଦାରୀ କାର୍ଯ୍ୟକ୍ରମ ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!