ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ଅବିନାଶ ମହାପାତ୍ର ଙ୍କ କବିତା// ନୂଆ ବରଷରେ ଶୁଭ କାମନା 

  ନୂଆ ବରଷରେ

   ଶୁଭ କାମନା 

   

          ଅବିନାଶ ମହାପାତ୍ର

     
      ଶାନ୍ତ ସମାହିତ ସ୍ନେହ ମମତାର
         ଏ ନୂଆ ବରଷ ତୁମ ପାଇଁ
      ଜଣାଇବ ଏକ ନୂତନ ଆଲୋକ
          ବିଷାଦର ଛାୟା ଥିବନାହିଁ l(0)
      କଳ୍ପନା ତୁମର ସାଗର ହେଉ
           ଆଶା ହେଉ ହିମାଳୟ
      ଇଶ୍ୱର ଦୟାରୁ ସବୁ ହୋଇଯିବ
           ମନରେ ନଥିଲେ ଭୟ l(1)
       ସବୁ ସ୍ବପ୍ନ ଆଶା ପୂରଣ ହୋଇବ
            କରିଲେ ପ୍ରଭୁଙ୍କୁ ଲୟ
      ସବୁ ଦୁଃଖ ତୁମ ପାସୋରି ନେବେସେ
            ରଖିଥିବ ମନେ ଥୟ l(2)
      ବିପଦ ଆପଦ ଆସୁ ଅବା ଯେତେ
             ସବୁ ଯିବ ଅପସରି
      ଐଶ୍ଵଯ୍ୟ ବୈଭବ ତୁମ କଡଧାରେ
             ପଡୁଥିବ ସଦା ଝରି l(3)
      ଚଲାପଥ ତୁମ କୁସୁମିତ ହେଉ
            ହଟିଯାଉ ସବୁ ଦୁଃଖ 
      ନୂଆ ବରଷରେ ନୂତନ ସମ୍ଭାର
             ଆଣି ଦେଉ ସବୁ ସୁଖ l4)
       ଏତିକି ଗୁହାରି କରୁଛି ପ୍ରଭୁ ହେ
            ଆଜି ଏହି ଅବଶେଷେ
       କରୁଣା ବାରିଧି କଟାକ୍ଷରୁ ଝରୁ
            ତୁମପାଇଁ ବାରାମସେ l(5)
   

      ବୟାଙ୍ଗଡ଼ିହି, ଧାମନଗର, ଭଦ୍ରକ 

          

Related posts

ଜନରଞ୍ଜନପ୍ରଧାନ ଙ୍କ କବିତା // ତୁମେ ମୋ ଆଖିର ସତ ସପନ

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା = ଜଣାଣ

Sunil Chandra Nayak

ପ୍ରିୟ ରଞ୍ଜନ ମୁଣ୍ଡ ଙ୍କ କବିତା = ମା

Leave a Comment

error: Content is protected !!