ସାହିତ୍ୟ ଅଗଣାଅବିନାଶ ମହାପାତ୍ର ଙ୍କ କବିତା// ନୂଆ ବରଷରେ ଶୁଭ କାମନା by Sunil Chandra NayakJanuary 1, 2023063 Share1 ନୂଆ ବରଷରେ ଶୁଭ କାମନା ଅବିନାଶ ମହାପାତ୍ର ଶାନ୍ତ ସମାହିତ ସ୍ନେହ ମମତାର ଏ ନୂଆ ବରଷ ତୁମ ପାଇଁ ଜଣାଇବ ଏକ ନୂତନ ଆଲୋକ ବିଷାଦର ଛାୟା ଥିବନାହିଁ l(0) କଳ୍ପନା ତୁମର ସାଗର ହେଉ ଆଶା ହେଉ ହିମାଳୟ ଇଶ୍ୱର ଦୟାରୁ ସବୁ ହୋଇଯିବ ମନରେ ନଥିଲେ ଭୟ l(1) ସବୁ ସ୍ବପ୍ନ ଆଶା ପୂରଣ ହୋଇବ କରିଲେ ପ୍ରଭୁଙ୍କୁ ଲୟ ସବୁ ଦୁଃଖ ତୁମ ପାସୋରି ନେବେସେ ରଖିଥିବ ମନେ ଥୟ l(2) ବିପଦ ଆପଦ ଆସୁ ଅବା ଯେତେ ସବୁ ଯିବ ଅପସରି ଐଶ୍ଵଯ୍ୟ ବୈଭବ ତୁମ କଡଧାରେ ପଡୁଥିବ ସଦା ଝରି l(3) ଚଲାପଥ ତୁମ କୁସୁମିତ ହେଉ ହଟିଯାଉ ସବୁ ଦୁଃଖ ନୂଆ ବରଷରେ ନୂତନ ସମ୍ଭାର ଆଣି ଦେଉ ସବୁ ସୁଖ l4) ଏତିକି ଗୁହାରି କରୁଛି ପ୍ରଭୁ ହେ ଆଜି ଏହି ଅବଶେଷେ କରୁଣା ବାରିଧି କଟାକ୍ଷରୁ ଝରୁ ତୁମପାଇଁ ବାରାମସେ l(5) ବୟାଙ୍ଗଡ଼ିହି, ଧାମନଗର, ଭଦ୍ରକ