l l ସାମ୍ବ ଦଶମୀ l l
ଚାଲ ମିତ ଆଜି ଅର୍କ କ୍ଷେତ୍ର ଯିବା
ସୂର୍ଯ୍ୟ ରଥଯାତ୍ରା ଦେଖି,
କୋଣାର୍କ ମନ୍ଦିର ଅତ୍ୟନ୍ତ ସୁନ୍ଦର
ପବିତ୍ର ହୋଇବ ଆଖି l
ପଉଷ ମାସର ଶୁଳ୍କ ପକ୍ଷ ଆଜି
ଦଶମୀର ଅଟେ ତିଥି,
ସାମ୍ବ ଦଶମୀରେ ବ୍ରତ ପାଳିଥିଲେ
ପାଇବା ପରମ ଗତି l
ଦୁଃସାଧ୍ୟ ରୋଗରୁ ଆରୋଗ୍ୟ ହୋଇବା
ଭକ୍ତି ସହକାରେ ପାଳି,
ଶ୍ରୀକୃଷ୍ଣଙ୍କ ପୁତ୍ର ସାମ୍ବ ପାଳିଥିଲେ
ଅର୍କ କ୍ଷେତ୍ରେ ସେହି ଚଳି l
ଉଦୟ ଭାନୁରେ ବାଳଭୋଗ ପୂଜା
କ୍ଷୀର ଚାଉଳକୁ ଦେଇ,
ଝୋଟି ମୁରୁଜର ଅଷ୍ଟଦଳ ପଦ୍ମ
ହୁଳହୁଳି ଶୋଭା ପାଇ l
ସୁସ୍ୱାଦୁ ବ୍ୟଞ୍ଜନ ପିଠା ପଣା ଅନ୍ନ
ମଧ୍ୟାହ୍ନ ଧୂପର ପୂଜା,
ଏକକୁ ଆରେକ କି ବର୍ଣ୍ଣିପରିବା
ଖାଇଲେ ଜାଣିବା ମଜା l
ଅସ୍ତଗାମୀ ରବି ପଶ୍ଚିମ ଆକାଶେ
ଲୁଚିବା ସମୟ ଦେଖି,
ବୁଢ଼ା ଚକୁଳିରେ ସନ୍ତୁଷ୍ଟ ହୁଅନ୍ତି
ପୂଜା ସ୍ଥାନେ ଥିଲେ ରଖି l
ଦେବାଦେବୀ ପୂଜା ସଂସ୍କୃତିରେ ସଜ୍ଜା
ପବିତ୍ରତା ମନେ ଭରେ,
ନିଶ୍ୱାସରେ ଏଠି ରହିଛି ବିଶ୍ୱାସ
ଶରୀର ଆରୋଗ୍ୟ କରେ l
ସକଳ ଶକ୍ତିର ଆଧାର ଅଟନ୍ତି
ଦିନମଣି ଦୀନନାଥ,
ବିଶ୍ଵ ମହାମାରୀ ଦୂର ହୋଇଯିବ
ପୂର୍ଣ୍ଣ ହେବ ମନୋରଥ l
ଡ.ପ୍ରଶାନ୍ତ କୁମାର ଶତପଥୀ
ଛତ୍ରପୁର, ଗଞ୍ଜାମ