ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଏକତା ମନ୍ତ୍ରରେ

ଏକତା ମନ୍ତ୍ରରେ

 

 ମାନଗୋବିନ୍ଦ ସ୍ବାଇଁ

ମୋଦେଶ ସଂଗୀତ ଜାତୀୟ ଏକତା
      ଆର୍ଯ୍ୟଭୂମି ମୋ ଭାରତ
ଗାଇ ମୁକ୍ତ କଣ୍ଠେ ମଧୁର ସ୍ବରରେ
   ମିଳଇ ଦେଶ ଅମୃତ।
ଜାତି ଧର୍ମ ବର୍ଣ୍ଣ ଗୁନ୍ଥା ଏକ ମାଳା
     ବେଶ ପୋଷାକ ଭିନ୍ନତା
ମିଶି ରହିଥାଏ ଦେଶର ଭାବନା
        ସଭିଏଁ ଗଢ଼ା ଏକତା।
ବିଶ୍ୱେ ପରିଚିତ ମୋ ଦେଶ ଭାରତ
     ଶାନ୍ତି ମୈତ୍ରୀ ବନ୍ଧୁ ଦେଶ
ସଂପର୍କ ରହିଛି ଦେଶ ଦେଶ ମଧ୍ୟେ
        ପ୍ରଗତି ଆମର ଦେଶ।
ସବୁଜ ଫସଲ ଶିଳ୍ପ କାରିଗର
    ବିଶେଷ ବିଜ୍ଞାନ ଜ୍ଞାନ
କ୍ଷେତ୍ରରେ ପ୍ରୟୋଗ ଶସ୍ୟ ଉତ୍ପାଦନ 
    ଦେଶ ହୋଇବ ମହାନ।
ଗୀତା ଭାଗବତ ଆଦି ରାମାୟଣ
     ବେଦ ପଣ୍ଡିତ ସଂହିତା
ଦେବତା ରୂପରେ ପୂଜା ପାଉଅଛି
     ଦେଶ ମାତୃଭୂମି ମାତା।

ଗୋଜାବନ୍ଧ ମହାକାଳପଡ଼ା

କେନ୍ଦ୍ରାପଡ଼ା

Related posts

ସଫଳା ପୁଷଲତା ଦାସ ଙ୍କ କବିତା = ମୁଁ ବି ନାଉରୀ ତୁମେ ବି ନାଉରୀ 

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା // ମୁକ୍ତିଦ୍ଵାର

Sunil Chandra Nayak

କବିକମଳ ନରେନ୍ଦ୍ର ପ୍ରସାଦ ବେହେରା ଙ୍କ କବିତା // ଆସ ହେ ନୂଆ ବରଷ

Sunil Chandra Nayak

Leave a Comment

error: Content is protected !!