ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ପ୍ରସନ୍ନ କୁମାର ସାହୁ ଙ୍କ କବିତା = ଶ୍ରୀରାମ ନବମୀ

ଶ୍ରୀରାମ ନବମୀ

ପ୍ରଭୁ ରାମ ଚନ୍ଦ୍ର କୌଶଲ୍ୟା ନନ୍ଦନ
ରଘୁବଂଶ ର ରାଜନ,
ଚୈତ୍ର ମାସରେ ଶୁକ୍ଳ ନବମୀ ଟି
ଅଟେ ତାଙ୍କ ଜନ୍ମ ଦିନ।
ଶ୍ରୀରାମ ନବମୀ ନାମରେ ନାମିତ
ଚୈଇତ୍ର ଶୁକ୍ଲ ନବମୀ,
ଆସ ହେ ସଭିଏଁ ବନ୍ଦିବା ଚରଣ
ରାମ ପାଦେ ମଥା ନମି।
ପିତୃ ସତ୍ୟ ପାଳି ଯାଇଥିଲେ ରାମ
ଚଉଦ ବର୍ଷ ବନକୁ,
ପିତା ସତ୍ୟ ତାଙ୍କ ପାଳନ କଥା ଟି
ରହିଲା କାଳ କାଳକୁ।
ଆଜି ପାଳୁ ଅଛୁ ତାଙ୍କ ଜନ୍ମ ତିଥି
ବହି ମନରେ ହରସ,
ପାଳିକି ପାରିବା ପିତାଙ୍କ ଆଦେଶ
ପଛ ଘୁଂଚା ନୋହି ଲେଶ?
ଜନମ ଦିନ ହେ ପାଳନ କରିବା
ମର୍ଯ୍ୟାଦା ପୁରୁଷଙ୍କର,
ଶପଥ ନେଇଣ ପାଳିବା ଆଦେଶ
ଆମ୍ଭ ପିତା ମାତାଙ୍କର।
ଭୁଲି ଯିବା ନାହିଁ ରାମ ଚନ୍ଦ୍ର ଗାଥା
ହୋଇ ଆମେ ସ୍ୱାର୍ଥପର,
ଆଦେଶ ପାଳିବା ପିତା ମାତାଙ୍କର
ନ କରିଣ ତାଙ୍କୁ ପର।
କେହି ସୁଝି ନାହିଁ ସୁଝିବ ନାହିଁ ହେ
ଋଣ ପିତା ମାତାଙ୍କର,
ଶ୍ରୀରାମ ନବମୀ ପାଳନ କରିବା
ସେବୀ ପିତାମାତାଙ୍କର।

ପ୍ରସନ୍ନ କୁମାର ସାହୁ

ବ୍ରହ୍ମପୁର,ଗଞ୍ଜାମ

Related posts

ପ୍ରଶାନ୍ତ କୁମାର ନାଥ ଙ୍କ କବିତା // ମହାଶିବରାତ୍ରୀ

Sunil Chandra Nayak

ରାକେଶ ସାହୁଙ୍କ କବିତା // “ଆଜି ଜାଗର”  

Sunil Chandra Nayak

ସଂହିତା ଜେନା ଙ୍କ କବିତା = ଛାତି ଥରା ଦୃଶ୍ୟ

Leave a Comment

error: Content is protected !!