ଶ୍ରୀରାମ ନବମୀ
କବିସୌରଭ କୈଳାଶଚନ୍ଦ୍ର ବେହେରା
ପ୍ରଭୁ ଶ୍ରୀରାମ , ପୁରୁଷୋତ୍ତମ ,
କୌଶଲ୍ୟାଙ୍କର ନନ୍ଦନ ,
ତ୍ରେତା ଯୁଗରେ , ଅବତାରରେ ,
ଧରାରେ ଅବତୀର୍ଣ୍ଣ ,
ହେ ରାମ , ଧରାରେ ଅବତୀର୍ଣ୍ଣ ।୧
ପିତାଙ୍କ ସତ୍ୟ , ପାଳିବା ପାଇଁ ,
ବନ ଗମନ କଲ ,
ଅଳି କରିଲେ , ସୀତା ଲକ୍ଷ୍ମଣ ,
ସଙ୍ଗରେ ତାଙ୍କୁ ନେଲ ,
ହେ ରାମ , ସଙ୍ଗରେ ତାଙ୍କୁ ନେଲ ।୨
ପଞ୍ଚବଟିରେ , ଥିବା କାଳରେ ,
ଲଙ୍କାର ଦଶାନନ ,
ଛଦ୍ମ ବେଶରେ ସୀତାଙ୍କୁ ନେଇ ,
ରଖେ ଅଶୋକ ବନ ,
ହେ ରାମ , ରଖେ ଅଶୋକ ଵନ ।୩
ସୁଗ୍ରୀବ ସାଥେ ମଇତ୍ର ବାନ୍ଧି ,
ବାଳିକୁ ବଧ କଲ ,
ହନୁମାନଙ୍କୁ , ପଠାଇ ଲଙ୍କା ,
ସୀତାଙ୍କୁ ଠାବ କଲ ,
ହେ ରାମ , ସୀତାଙ୍କୁ ଠାବ କଲ।୪
ହନୁ ମାଙ୍କଡ଼ , ନେଇ ବାନ୍ଧିଲ ,
ସେତୁ ମହୋଦଧିରେ ,
ରାବଣ ସାଥେ କରି ସମର ,
ମାରିଲ ସବ°ଶରେ ,
ହେ ରାମ, ମାରିଲ ସବ°ଶରେ ।୫
ଅଯୋଧ୍ୟା ଆସି , ପ୍ରଜାମାନଙ୍କୁ ,
ପାଳିଲ ସ୍ନେହ ଦେଇ ,
ରାତିରେ ବୁଲି , ଖବର ନିଅ ,
ବେଶକୁ ବଦଳାଇ ,
ହେ ରାମ , ବେଶକୁ ବଦଳାଇ ।୬
ତୁମ ଆଦର୍ଶ , ରାଜ୍ୟ ଶାସନ ,
ଶ୍ରେଷ୍ଠ ଏ ଜଗତରେ ,
ମାନବ ଜନ୍ମୁ , କର ଉଦ୍ଧାର ,
ନମୁଛୁ ଶ୍ରୀପୟରେ ,
ହେ ରାମ , ନମୁଛୁ ଶ୍ରୀପୟରେ ।୭
ବାଲିଗୁଡ଼ା , କନ୍ଧମାଳ