ସାହିତ୍ୟ ଅଗଣାତ୍ରିଲୋଚନ ପାଢୀ ଙ୍କ କବିତା = ପୁରୁଷୋତ୍ତମ ଶ୍ରୀରାମ by Sunil Chandra NayakMarch 30, 2023031 Share0 ପବିତ୍ର ଶ୍ରୀରାମ ନବମୀର ଅନୁଚିନ୍ତା ପୁରୁଷୋତ୍ତମ ଶ୍ରୀରାମ ତ୍ରିଲୋଚନ ପାଢୀ(ଶିକ୍ଷକ) ଓଡ଼ିଆ ସଂସ୍କୃତି ପ୍ରଥା ପରମ୍ପରା ନିଆରା ଆଉ ମହାନ ବସନ୍ତ ଶୁକ୍ଳ ଚୈତ୍ର ନବମୀ ତିଥି ଶ୍ରୀରାମ ନବମୀ ପାଳନ l ତ୍ରେତୟା ଯୁଗରେ ରାମ ଅବତାରେ ଜନ୍ମିଲେ ପୁରୁଷୋତ୍ତମ ପିତୃସତ୍ୟ ପାଳି ଚଉଦ ବରଷ ବନକୁ କଲେ ଗମନ l କୌଶଲ୍ୟା ନନ୍ଦନ ଦଶରଥ ପ୍ରାଣ ରଘୁବଂଶେ ହୋଇ ଜାତ ଅଯୋଧ୍ୟା ନରେଶ ସନ୍ଥଙ୍କର ଈଶ ଜାନକୀଙ୍କ ପ୍ରାଣନାଥ l ଅହଲ୍ୟା ଉଦ୍ଧରି ଶବରୀକୁ କୃପା କରିଥିଲେ ଭାବଗ୍ରାହୀ ଲଙ୍କାର ରାବଣ ବଧିଲେ ଶ୍ରୀରାମ ଜାନକୀ ଉଦ୍ଧାର ପାଇଁ l ପାରିହେବା ପାଇଁ ଏ ଭଵ ସାଗରୁ ଜପ କର ମୂଢ଼ ମନ ରଘୁକୁଳ ଶ୍ରେଷ୍ଠ ଭାବଗ୍ରାହୀ ପ୍ରଭୁ ପୁରୁଷୋତ୍ତମ ଶ୍ରୀରାମ ll ସମ୍ପାଦକ,ସମ୍ବାଦ ସାହିତ୍ୟ ଘର, ନାଉଗାଁ ସମ୍ପାଦକ, ତ୍ର୍ୟମ୍ବକଂ ସା/ପୋ:-ନନ୍ଦିଗ୍ରାମ ଭାୟା:-ନାଉଗାଁ ହାଟ ଜିଲ୍ଲା:-ଜଗତସିଂହପୁର