ପବିତ୍ର ଶ୍ରୀରାମ ନବମୀର ଅନୁଚିନ୍ତା
ପୁରୁଷୋତ୍ତମ ଶ୍ରୀରାମ
ତ୍ରିଲୋଚନ ପାଢୀ(ଶିକ୍ଷକ)
ଓଡ଼ିଆ ସଂସ୍କୃତି
ପ୍ରଥା ପରମ୍ପରା
ନିଆରା ଆଉ ମହାନ
ବସନ୍ତ ଶୁକ୍ଳ
ଚୈତ୍ର ନବମୀ ତିଥି
ଶ୍ରୀରାମ ନବମୀ ପାଳନ l
ତ୍ରେତୟା ଯୁଗରେ
ରାମ ଅବତାରେ
ଜନ୍ମିଲେ ପୁରୁଷୋତ୍ତମ
ପିତୃସତ୍ୟ ପାଳି
ଚଉଦ ବରଷ
ବନକୁ କଲେ ଗମନ l
କୌଶଲ୍ୟା ନନ୍ଦନ
ଦଶରଥ ପ୍ରାଣ
ରଘୁବଂଶେ ହୋଇ ଜାତ
ଅଯୋଧ୍ୟା ନରେଶ
ସନ୍ଥଙ୍କର ଈଶ
ଜାନକୀଙ୍କ ପ୍ରାଣନାଥ l
ଅହଲ୍ୟା ଉଦ୍ଧରି
ଶବରୀକୁ କୃପା
କରିଥିଲେ ଭାବଗ୍ରାହୀ
ଲଙ୍କାର ରାବଣ
ବଧିଲେ ଶ୍ରୀରାମ
ଜାନକୀ ଉଦ୍ଧାର ପାଇଁ l
ପାରିହେବା ପାଇଁ
ଏ ଭଵ ସାଗରୁ
ଜପ କର ମୂଢ଼ ମନ
ରଘୁକୁଳ ଶ୍ରେଷ୍ଠ
ଭାବଗ୍ରାହୀ ପ୍ରଭୁ
ପୁରୁଷୋତ୍ତମ ଶ୍ରୀରାମ ll
ସମ୍ପାଦକ,ସମ୍ବାଦ ସାହିତ୍ୟ ଘର, ନାଉଗାଁ
ସମ୍ପାଦକ, ତ୍ର୍ୟମ୍ବକଂ
ସା/ପୋ:-ନନ୍ଦିଗ୍ରାମ
ଭାୟା:-ନାଉଗାଁ ହାଟ
ଜିଲ୍ଲା:-ଜଗତସିଂହପୁର



