ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ମାମି ପାତ୍ର ଙ୍କ କବିତା = ରାମ ନବମୀ

= ରାମ ନବମୀ =

କୋଟି ପୂର୍ଣ୍ୟ ବଳେ
ଜନମିଲ ତମେ
ରାଜା ଦଶରଥକୂଳେ
ପାପର ନାଶ କରିବା ପାଇଁ
ଓହ୍ଲାଇ ଆସିଲ ଧରାପୃଷ୍ଠ ।
ମର୍ଯ୍ୟାଦା ପୁରଷ ଶ୍ରୀରାମଚନ୍ଦ୍ର 
ଥିଲେ ଧର୍ମର ପ୍ରତୀକ
ଚୈତ୍ର ଶୁକ୍ଳ ପକ୍ଷ ନବମୀ ତିଥିରେ
ରଘୁବଂଶକୁ କଲ ଉଜ୍ଜ୍ୱଳ
କୌଶଲ୍ୟା ମାତାର ଗର୍ବ ଗୌରବ
କୈକେୟୀ ସୁମିତ୍ରାର ରଙ୍କ ରତ୍ନ।
କୈକେୟୀ ମନ୍ଥରା ବୁଦ୍ଧିରେ
ସ୍ୱାମୀଙ୍କୁ ଯେ ରାଣ ସେ ଦେଲେ
ପ୍ରତିଜ୍ଞା କର ସ୍ୱ।ମୀ ମୋହର
ଠିକ୍ ଅଛି କହିଲେ ଅଯୋଧ୍ୟା ରାଜା ।
ମାଗିଲେ କୈକେୟୀ ସ୍ୱ।ମୀଙ୍କୁ ବର
ରାମ ଯିବ ଚଉଦ ବର୍ଷ ବନବାସ
ଭାରତ ହୋଇବ ରାଜା ଅଯୋଧ୍ୟାର
ଆଶ୍ଚମ୍ଭିତ ହେଲେ ଶୁଣି ତାଙ୍କ ବାଣୀ
କେମିତି କହିପାରୁଛ ରାଣୀ ମୋହର।
ପିତୃସତ୍ୟ ପାଳନ ପାଇଁ 
ବାହାରିଲେ ବନବାସ ପୁଣି
ସାଙ୍ଗରେ ଗଲେ ସୀତା, ଲକ୍ଷ୍ମଣ
ବନରେ ରହିଲେ ଚଉଦ ବର୍ଷ କାଳ।
ବିଶ୍ଵାମିତ୍ର ସଙ୍ଗେ ଭ୍ରମିଲେ ବନବାସ ପଥେ
କେତେ ରାକ୍ଷସକୁ ବିନାଶ କଲେ
ଅହଲ୍ୟାକୁ ଶ୍ରୀରାମ ଉଦ୍ଧାର କଲେ
ଜାଣିଲା ଏସାରା ଜଗତ ।
ସେତୁବନ୍ଧ କଲ ନିର୍ମାଣ
ରାବଣକୁ ବଧ ଯେ କଲ
ଅଯୋଧ୍ୟାକୁ କରି ଗମନ
ବାତାଇଲ ସୁଖ ଜୀବନ
ବୁଝିଲ ପ୍ରଜାମାନଙ୍କ ସୁଖ ଦୁଃଖର‌ କାହାଣୀ
ରାମ ରାଜ୍ୟ କଲ ସ୍ଥାପନ।

ମାମି ପାତ୍ର

ତିହିଡି , ଭଦ୍ରକ

 

Related posts

ଲୁନାର ଦାସ ଙ୍କ କବିତା // ଅକ୍ଷତ ପଥର

Sunil Chandra Nayak

ଡ.ପ୍ରଶାନ୍ତ କୁମାର ଶତପଥୀ ଙ୍କ କବିତା  l l ସାମ୍ବ ଦଶମୀ l l

Sunil Chandra Nayak

ପରମାନନ୍ଦ ଠାକୁର ଙ୍କ କବିତା = ନାରୀ ଆଜି ସ୍ଵାଧୀନ

Sunil Chandra Nayak

Leave a Comment

error: Content is protected !!