ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ଅଚ୍ୟୁତାନନ୍ଦ ଧଳ ଙ୍କ କବିତା // ଆସିଛି ଜାଗର ପୂଜିବି ଶଙ୍କର

 ଆସିଛି ଜାଗର ପୂଜିବି ଶଙ୍କର

ହେ କୈଳାସପତି ପାରବତୀ ପତି
ଘେନ ପ୍ରଣତି ମୋହର,
ସତ୍ୟମ ଶିବମ ସୁନ୍ଦରମ ତୁମେ 
ତୁମେ ଦୟାର ସାଗର ।
ଡମ୍ଭୁରଧର ହେ ଲଙ୍ଗଳେଶ୍ବର ହେ
ପ୍ରଭୁ ତ୍ରିନୟନ ଧାରୀ,
ଜଟାର ଯାହାର ଚନ୍ଦ୍ର ସୁଶୋଭିତ 
ଅହି ଯାର ଗଳା ମାଳି।
ଶ୍ମଶାନ ନିବାସୀ ନୀଳ କଣ୍ଠେଶ୍ୱର 
ବିଭୂତି ବୋଳା ଶରୀର,
ଆରଡ଼ିଶ୍ଵର ହେ ପ୍ରଭୁ ବାବାମଣି 
ତୁମେତ ଭୋଳା ଶଙ୍କର।
ତୁମେ ହିଁ ସତ୍ୟ ତୁମେ ମହାଦେବ 
ତୁମେହିଁ ଶିବ ସୁନ୍ଦର,
ତ୍ରିଭୁବନମିତ୍ର ଆହେ ଗଙ୍ଗାଧର 
ଦିଅ ତପେ, କୋପେ, ବର ।
ଆସିଛି ଜାଗର ଆହେ ନାଗେଶ୍ଵର 
ପୂଜିବେ ଯାଇ ମନ୍ଦିର,
ବେଲପତ୍ର ଆଉ ଅରଖ ଫୁଲରେ 
ଗୁନ୍ଥିକି ସୁନ୍ଦର ହାର । 
ହେ ଦୟାସାଗର ପ୍ରଭୁ ମୃତ୍ୟୁଞ୍ଜୟ 
ଆଶୁତୋଷ ନାମ ବହୀ,
ସଦବୁଦ୍ଧି ଦିଅ ସଭିଙ୍କୁ ତ୍ରିନାଥ 
ଶାନ୍ତି ଲଭୁ ଏହି ମହି ।

ଅଚ୍ୟୁତାନନ୍ଦ ଧଳ

ଶାସନ ଖାସ୍ , ତିହିଡ଼ି , ଭଦ୍ରକ

Related posts

ଡ଼ା. ଦେବୀ ପ୍ରସାଦ ମିଶ୍ର ଙ୍କ ଗୋଟିଏ ସନେଟ : ଦୁର୍ଘଟଣା : ଜଗନ୍ନାଥ

ଶ୍ରୀ ଭ୍ରମର ବାଗ ଙ୍କ କବିତା // ଭୋଳାନାଥ ମହେଶ୍ୱର

Sunil Chandra Nayak

ମାଧବ ମାଝୀ ଙ୍କ କବିତା = ଅକ୍ଷୟ ତୃତୀୟା 

Sunil Chandra Nayak

Leave a Comment

error: Content is protected !!