ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ମିନତି ଦାଶ ଙ୍କ କବିତା // ମହାଶିବରାତ୍ରୀ

ମହାଶିବରାତ୍ରୀ 

ହୋଇ ଉଜାଗର ଜାଳେ ମୁଁ ଜାଗର
ସ୍ମରି ପ୍ରଭୁ ପରାତ୍ପର,
ଅନ୍ତର୍ଜ୍ୟୋତି ମୋର ହେଉ ଜାଗରିତ
ବିନାଶୁ ଘନ ତିମିର.
କଣ କଣେ ଜଳୁ ଆଲୋକ ବର୍ତ୍ତିକା
ଆତ୍ମା ଉଦ୍ଭାସିତ ହେଉ,
ଦୀପିକା ଆଲୋକ ବତୀକା ବର୍ଣ୍ଣାଳୀ
ସତ୍ତାରେ ବିଛ୍ଛୁରି ଯାଉ.
ଅନ୍ତରୁ ବାହାର ଭୂମି ଭୁମେ ହେଉ
ଶାଶ୍ବତର ବିରଚନ,
ନିଶ୍ବାସ ପ୍ରଶ୍ବାସେ ଆବେଗେ ଉଛ୍ଛ୍ବାସ
ତୁମମୟ ନିରଞ୍ଜନ. 
ମର ନୟନରେ ଦେଖିନିତ କେବେ
ସ୍ୱପନେ ବା ବାସ୍ତବରେ, 
ଆସ୍ତୀର୍ଣ୍ଣ ବିଶ୍ୱାସେ ବଶୀଭୂତ ମୁଁ ଯେ 
ତୁମେ ସମଗ୍ର ସତ୍ତାରେ. 
ଚିନ୍ତା ଚେତନାରେ ଅନୁଭୂତ ହୁଏ 
ଉଜ୍ଜଳ ଅମ୍ଲାନ ଛବି, 
ଚିତା ଚୈତନ୍ୟରୁ ଦୂରୀଭୂତ ହୁଏ 
ବାସ୍ତବ ପରଶ ଲଭି. 
ଜୀବନର ପଥେ ପ୍ରତିଟି କ୍ଷେତ୍ରରେ 
ହୁଅ ପ୍ରଭୁ ଅନୁଭବ, 
କୀଟ ଜନ୍ତୁ ଠାରୁ ଜୀବ ମହାଜୀବ 
ଲଭୁ ତଵ ଆଶୀର୍ବାଦ. 
ଆହେ ହୃଷିକେଶ ତୁମେ ଆଶୁତୋଷ 
ଓଁକାର ଶ୍ରୀ ପରଂବ୍ରହ୍ମ, 
ନିଷାଦ ପ୍ରକୋପେ ସୃଷ୍ଟି ଧରାନତ 
ଖୋଲ ତୃତୀୟ ନୟନ. 
ଜାଗରିତ ଜ୍ୟୋତି ଜାଳିଯାଉ ଯେତେ 
ଊରବୀ ରାଣୀ ସନ୍ତାପ, 
ଅମୃତ ସନ୍ତାନେ ହେଉ ଅନୁଭବ 
ତଵ ଦୃଶ୍ୟମାନ ରୂପ.
ଅର୍ଦ୍ଧନିମୀଳିତ ନୟନର ଶୋଭା 
ଅନୁପମ ପ୍ରୀତିଭରା, 
ନିରାମୟ ଛନ୍ଦେ ନାଚୁଥାଉ ନିତ୍ୟେ 
ଭରୁ ହୃଦୟ ପଶରା.  
ପ୍ରତିଟି ନିଶ୍ୱାସ ଉଷ୍ମତାରେ ତୁମେ 
ବିସ୍ତୀର୍ଣ୍ଣ ବିଶ୍ୱାସେ ତନ୍ତ୍ରେ, 
ସକଳ ହୃଦୟ ସ୍ପନ୍ଦିତ ହେଉ 
ତଵ ଆବାହନୀ ମନ୍ତ୍ରେ. 

ମିନତି ଦାଶ

ବାରିପଦା

Related posts

ଜୟ କୁମାର ମିଶ୍ର ଙ୍କ କବିତା “ଗାଆଁ ଦୁହିତା, ଉଦାରି ସୀତା”

Sunil Chandra Nayak

ବିଳାସିନୀ ପୃଷ୍ଟି ଙ୍କ କବିତା l l l ବଡ଼ଦିନ l l l

Sunil Chandra Nayak

ଅମରନାଥ ବାରିକ୍ ଙ୍କ କବିତ ଭୂମି’ର ଶୁଭ ଜନ୍ମଦିନେ

masiha

Leave a Comment

error: Content is protected !!