ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ବିଳାସିନୀ ପୃଷ୍ଟି ଙ୍କ ଉପସ୍ଥାପନା // ମହା ଶିବରାତ୍ରି ଜାଗର 

    ମହା ଶିବରାତ୍ରି ଜାଗର 

 

 ଦେବଦେବ ମହାଦେବଙ୍କଦ୍ୱାରା ଏଇ ଦିନ ସଂସାର ପ୍ରକଟ ହୋଇଥିଲା ବୋଲି ଲୋକେ ବିଶ୍ୱାସ କରିଥାନ୍ତି । ପୁରାଣର ଅନ୍ୟଏକ ଆଖ୍ୟାନ ଅନୁସାରେ, ଦେବ ଓ ଅସୁରମାନଙ୍କଦ୍ୱାରା ସମୁଦ୍ର ମନ୍ଥନ ସମୟରେ ସେଥିରୁ ବାହାରିଥିବା ସମସ୍ତ ବିଷକୁ ଶିବ ପାନକରି ଧରାକୁ ଏକ ଆସନ୍ନ ବିପଦରୁ ଉଦ୍ଧାର କରିଥିଲେ । ଏହି ବିଷକୁ ପାନ କରିବା ପରେ ବିଷର ଜ୍ୱାଳାରେ ସେ ମୂର୍ଚ୍ଛା ହୋଇଯାଇଥିଲେ । ତାଙ୍କର ସଂଜ୍ଞା ନ ଫେରିବା ପର୍ଯ୍ୟନ୍ତ ଦେବଗଣ ଓ ଶୈବବୃନ୍ଦ ଅଖଣ୍ଡ ପ୍ରଦୀପ ଜାଳି ଉଜାଗରରେ ବସିଥିଲେ । ସେହିଦିନକୁ ମନେପକାଇ ଶ୍ରଦ୍ଧାଳୁମାନେ ମହାଶିବରାତ୍ରି ପାଳନ କରିଥାନ୍ତି । ଫାଲଗୁନ କୃଷ୍ଣ ଚତୁର୍ଦ୍ଦଶୀ ଦିନ ଶିବ ଲିଙ୍ଗ ଭାବରେ ଆବିର୍ଭୂତ ହୋଇଥିବାରୁ ପ୍ରତିବର୍ଷ ଏହି ଦିନକୁ ମହାଶିବରାତ୍ରି ଭାବରେ ପାଳନ କରାଯାଏ ।

ଶିବରାତ୍ରର ମହିମା ସମ୍ପର୍କରେ ମହାଭାରତର ଶାନ୍ତିପର୍ବରେ କଥିତ ଅଛି ଯେ ପିତାମହ ଭୀଷ୍ମ ଶରଶଯ୍ୟାରେ ଥାଇ ଧର୍ମୋପଦେଶ ଦେଲାବେଳେ ମହାଶିବରାତ୍ରି ପାଳନ ସମ୍ପର୍କରେ ଇକ୍ଷାକୁ ବଂଶର ରାଜା ଚିତ୍ରଭାନୁଙ୍କ କାହାଣୀ ଉଦ୍ଧାର କରିଥିଲେ । ଜମ୍ବୁଦ୍ୱୀପର ରାଜା ଚିତ୍ରଭାନୁଙ୍କ ସ୍ତ୍ରୀ ଥରେ ଶିବରାତ୍ରି ଉପବାସ ପାଳନ କରିଥିଲେ । ସେ ସମୟରେ ଋଷି ଅଷ୍ଟବକ୍ର ରାଜଦରବାରକୁ ଆସି ରାଜାଙ୍କୁ ଏହି ଦିବସ ପାଳନର କାରଣ ପୁଚ୍ଛାକରିଥିଲେ । ରାଜା ଜାତିସ୍ମର ଥିବାରୁ ନିଜ ପୂର୍ବଜନ୍ମର କାହାଣୀ ବର୍ଣ୍ଣନା କଲେ: ପୂର୍ବଜନ୍ମରେ ସୁସ୍ୱର ନାମରେ ସେ ଜଣେ ଶିକାରୀ ଥିଲେ । ଦିନେ ବଣରେ ବୁଲୁବୁଲୁ ସନ୍ଧ୍ୟା ହେଲା । ନିଜ କୁଟୀରକୁ ଫେରି ନ ପାରି ରାତିରେ ହିଂସ୍ରଜନ୍ତୁଙ୍କ କବଳରୁ ରକ୍ଷାପାଇବା ପାଇଁ ସେ ନିକଟରେ ଥିବା ବେଲଗଛ ଉପରକୁ ଚଢ଼ିଗଲେ । ରାତିସାରା ବେଲପତ୍ର ଛିଡ଼ାଇ ତଳକୁ ପକାଇବା ସହ ନିଜ ପରିବାର କଥା ଭାବି ଲୁହ ଝରାଇବାକୁ ଲାଗିଲେ । ତାଙ୍କ ଅଜାଣତରେ ସେହି ଲୁହ ଓ ପତ୍ର ବିଲ୍ୱ ବୃକ୍ଷର ପାଦଦେଶରେ ଥିବା ଶିବଲିଙ୍ଗ ଉପରେ ପଡୁଥାଏ । ସକାଳ ହେବାରୁ ସେ ଶିକାର ଧରି ଘରକୁ ଫେରିଲେ । ପ୍ରଥମେ ଜଣେ ଭିକ୍ଷୁକୁ କିଛି ଖାଦ୍ୟ ଦାନକରି ନିଜେ ଖାଦ୍ୟଗ୍ରହଣ କଲେ । କିଛି ବର୍ଷ ପରେ ତାଙ୍କ ମୃତ୍ୟୁ ହେବାରୁ ସେ ଶୈବଲୋକ ପ୍ରାପ୍ତ ହେଲେ । ଅଜ୍ଞାତରେ, ସେ ଶିବରାତ୍ରି ଦିନ ଉପବାସ ରହି ଶିବଲିଙ୍ଗ ଉପରେ ବେଲପତ୍ର ଓ ଲୋତକ ସମର୍ପଣ କରିଥିବାରୁ ସେ ଶିବଙ୍କ ପାଖରେ ରହିବାର ସୁଯୋଗ ଲାଭ କରି ପରଜନ୍ମରେ ଚିତ୍ରଭାନୁ ରୂପରେ ରାଜଗାଦି ଭୋଗ କଲେ ।

                 ନମଃ ଶିବାୟ 

 ମହା ଶିବରାତ୍ରି ଜାଗର ଆମାବାସ୍ୟା ରେ ସମସ୍ତ ଶିବ ମନ୍ଦିର ମାନଙ୍କରେ ଏକାଦଶ ରୁଦ୍ରାଭିଶେକ, ମନଛୁଆଁ ସାଜସଜ୍ଜା, ବେଲ ପତ୍ର, କ୍ଷୀର, ମହୁ, ହଳଦୀ ତଥା ଚନ୍ଦନ ରେ ଲିପ୍ତ ମହାଦେବ ଶିବ ଙ୍କର ଲିଙ୍ଗ ପୂଜା ଏବଂ “ଓଁ ନମଃ ଶିବାୟ” ଜପ ର ଲୋମହର୍ଷଣ କାରି ଅପୂର୍ବ ଧ୍ୱନୀ ରେ ଚତୁର୍ଦିଗ ଉସ୍ଛବ ମୁଖର ହୋଇ ଉଠିବ।
  ସ୍କନ୍ଦ ପୁରାଣ, ଲିଙ୍ଗ ପୁରାଣ ଏବଂ ପଦ୍ମ ପୁରାଣ ଅନୁଯାୟୀ ଏହି ଶୁଭ ଦିବସ ରେ ମହାଦେବ ଶିବ ଏବଂ ଦେବୀ ପାର୍ବତୀ ଙ୍କର ବିବାହ ସମ୍ପନ୍ନ ହେଇଥିଲା।
   ଶୈବ ଧର୍ମ ର ଅନ୍ୟ ଏକ କଥା ଅନୁଯାୟୀ ଏହି ମହା ରାତ୍ରି ରେ ମହାଦେବ ଶିବ ସୃଷ୍ଟି, ସଂରକ୍ଷଣ ଏବଂ ବିନାଶ ର ସ୍ବର୍ଗୀୟ ତାଣ୍ଡବ ନୃତ୍ୟ କରିଥିଲେ ।
   ଅନ୍ୟ ଏକ ମାନ୍ୟତା ଅନୁଯାୟୀ ମହାଦେବ ଶିବ ଏହି ଦିନ ସମୁଦ୍ର ମନ୍ଥନ ରୁ ଉତ୍ପର୍ଣ୍ଣ ହୋଇଥିବା ନୀଳ ହଳାହଳ ବିଷ କୁ ପାନ କରି ସମଗ୍ର ବ୍ରହ୍ମାଣ୍ଡ କୁ ବିନାଶ ରୁ ଉଦ୍ଧାର କରି ଥିଲେ।
   ଏହିପରି ଅନେକ ଐତିହାସିକ ବୃତାନ୍ତ କୁ ଉଲ୍ଲେଖ କରି ହିନ୍ଦୁ ଧର୍ମ ରେ ମହା ଶିବରାତ୍ରି ଜାଗର ଉତ୍ସବ ପାଳନ କରାଯାଏ।
    ମାନନୀୟ ଭକ୍ତବୃନ୍ଦ, ଆସନ୍ତୁ ସମସ୍ତେ ନିକଟସ୍ଥ ଶିବ ମନ୍ଦିର ରେ ଏକତ୍ରିତ ହୋଇ ମହା ଶିବରାତ୍ରି ଜାଗର ଉତ୍ସବ ରେ ଯୋଗଦାନ କରିବା ଏବଂ ମହା ଆଡମ୍ବର ର ସହ ଏହି ପବିତ୍ର ମହୋତ୍ସବ କୁ ଉପଭୋଗ କରିବା।
 ବହୁ ଦେବାଦେବୀ ହିନ୍ଦୁ ଧର୍ମ ର ସଂସ୍କୃତିକ ସମୃଦ୍ଧି, ବିଚିତ୍ରତା ଏବଂ ବିରାସତ ର ମହାନତା ପାଇଁ ଆମେ ସମସ୍ତେ ଗର୍ବିତ।

ଶିଵ ଅଷ୍ଟୋତ୍ତର ଶତ ନାମାଵଳି

 

ଓଂ ଶିଵାୟ ନମଃ
ଓଂ ମହେଶ୍ଵରାୟ ନମଃ
ଓଂ ଶଂଭଵେ ନମଃ
ଓଂ ପିନାକିନେ ନମଃ
ଓଂ ଶଶିଶେଖରାୟ ନମଃ
ଓଂ ଵାମଦେଵାୟ ନମଃ
ଓଂ ଵିରୂପାକ୍ଷାୟ ନମଃ
ଓଂ କପର୍ଦିନେ ନମଃ
ଓଂ ନୀଲଲୋହିତାୟ ନମଃ
ଓଂ ଶଂକରାୟ ନମଃ (10)
ଓଂ ଶୂଲପାଣୟେ ନମଃ
ଓଂ ଖଟ୍ଵାଂଗିନେ ନମଃ
ଓଂ ଵିଷ୍ଣୁଵଲ୍ଲଭାୟ ନମଃ
ଓଂ ଶିପିଵିଷ୍ଟାୟ ନମଃ
ଓଂ ଅଂବିକାନାଥାୟ ନମଃ
ଓଂ ଶ୍ରୀକଂଠାୟ ନମଃ
ଓଂ ଭକ୍ତଵତ୍ସଲାୟ ନମଃ
ଓଂ ଭଵାୟ ନମଃ
ଓଂ ଶର୍ଵାୟ ନମଃ
ଓଂ ତ୍ରିଲୋକେଶାୟ ନମଃ (20)
ଓଂ ଶିତିକଂଠାୟ ନମଃ
ଓଂ ଶିଵାପ୍ରିୟାୟ ନମଃ
ଓଂ ଉଗ୍ରାୟ ନମଃ
ଓଂ କପାଲିନେ ନମଃ
ଓଂ କାମାରୟେ ନମଃ
ଓଂ ଅଂଧକାସୁର ସୂଦନାୟ ନମଃ
ଓଂ ଗଂଗାଧରାୟ ନମଃ
ଓଂ ଲଲାଟାକ୍ଷାୟ ନମଃ
ଓଂ କାଲକାଲାୟ ନମଃ
ଓଂ କୃପାନିଧୟେ ନମଃ (30)
ଓଂ ଭୀମାୟ ନମଃ
ଓଂ ପରଶୁହସ୍ତାୟ ନମଃ
ଓଂ ମୃଗପାଣୟେ ନମଃ
ଓଂ ଜଟାଧରାୟ ନମଃ
ଓଂ କୈଲାସଵାସିନେ ନମଃ
ଓଂ କଵଚିନେ ନମଃ
ଓଂ କଠୋରାୟ ନମଃ
ଓଂ ତ୍ରିପୁରାଂତକାୟ ନମଃ
ଓଂ ଵୃଷାଂକାୟ ନମଃ
ଓଂ ଵୃଷଭାରୂଢାୟ ନମଃ (40)
ଓଂ ଭସ୍ମୋଦ୍ଧୂଳିତ ଵିଗ୍ରହାୟ ନମଃ
ଓଂ ସାମପ୍ରିୟାୟ ନମଃ
ଓଂ ସ୍ଵରମୟାୟ ନମଃ
ଓଂ ତ୍ରୟୀମୂର୍ତୟେ ନମଃ
ଓଂ ଅନୀଶ୍ଵରାୟ ନମଃ
ଓଂ ସର୍ଵଜ୍ଞାୟ ନମଃ
ଓଂ ପରମାତ୍ମନେ ନମଃ
ଓଂ ସୋମସୂର୍ୟାଗ୍ନି ଲୋଚନାୟ ନମଃ
ଓଂ ହଵିଷେ ନମଃ
ଓଂ ୟଜ୍ଞମୟାୟ ନମଃ (50)
ଓଂ ସୋମାୟ ନମଃ
ଓଂ ପଂଚଵକ୍ତ୍ରାୟ ନମଃ
ଓଂ ସଦାଶିଵାୟ ନମଃ
ଓଂ ଵିଶ୍ଵେଶ୍ଵରାୟ ନମଃ
ଓଂ ଵୀରଭଦ୍ରାୟ ନମଃ
ଓଂ ଗଣନାଥାୟ ନମଃ
ଓଂ ପ୍ରଜାପତୟେ ନମଃ
ଓଂ ହିରଣ୍ୟରେତସେ ନମଃ
ଓଂ ଦୁର୍ଧର୍ଷାୟ ନମଃ
ଓଂ ଗିରୀଶାୟ ନମଃ (60)
ଓଂ ଗିରିଶାୟ ନମଃ
ଓଂ ଅନଘାୟ ନମଃ
ଓଂ ଭୁଜଂଗ ଭୂଷଣାୟ ନମଃ
ଓଂ ଭର୍ଗାୟ ନମଃ
ଓଂ ଗିରିଧନ୍ଵନେ ନମଃ
ଓଂ ଗିରିପ୍ରିୟାୟ ନମଃ
ଓଂ କୃତ୍ତିଵାସସେ ନମଃ
ଓଂ ପୁରାରାତୟେ ନମଃ
ଓଂ ଭଗଵତେ ନମଃ
ଓଂ ପ୍ରମଥାଧିପାୟ ନମଃ (70)
ଓଂ ମୃତ୍ୟୁଂଜୟାୟ ନମଃ
ଓଂ ସୂକ୍ଷ୍ମତନଵେ ନମଃ
ଓଂ ଜଗଦ୍ଵ୍ୟାପିନେ ନମଃ
ଓଂ ଜଗଦ୍ଗୁରଵେ ନମଃ
ଓଂ ଵ୍ୟୋମକେଶାୟ ନମଃ
ଓଂ ମହାସେନ ଜନକାୟ ନମଃ
ଓଂ ଚାରୁଵିକ୍ରମାୟ ନମଃ
ଓଂ ରୁଦ୍ରାୟ ନମଃ
ଓଂ ଭୂତପତୟେ ନମଃ
ଓଂ ସ୍ଥାଣଵେ ନମଃ (80)
ଓଂ ଅହିର୍ବୁଧ୍ନ୍ୟାୟ ନମଃ
ଓଂ ଦିଗଂବରାୟ ନମଃ
ଓଂ ଅଷ୍ଟମୂର୍ତୟେ ନମଃ
ଓଂ ଅନେକାତ୍ମନେ ନମଃ
ଓଂ ସ୍ଵାତ୍ତ୍ଵିକାୟ ନମଃ
ଓଂ ଶୁଦ୍ଧଵିଗ୍ରହାୟ ନମଃ
ଓଂ ଶାଶ୍ଵତାୟ ନମଃ
ଓଂ ଖଂଡପରଶଵେ ନମଃ
ଓଂ ଅଜାୟ ନମଃ
ଓଂ ପାଶଵିମୋଚକାୟ ନମଃ (90)
ଓଂ ମୃଡାୟ ନମଃ
ଓଂ ପଶୁପତୟେ ନମଃ
ଓଂ ଦେଵାୟ ନମଃ
ଓଂ ମହାଦେଵାୟ ନମଃ
ଓଂ ଅଵ୍ୟୟାୟ ନମଃ
ଓଂ ହରୟେ ନମଃ
ଓଂ ପୂଷଦଂତଭିଦେ ନମଃ
ଓଂ ଅଵ୍ୟଗ୍ରାୟ ନମଃ
ଓଂ ଦକ୍ଷାଧ୍ଵରହରାୟ ନମଃ
ଓଂ ହରାୟ ନମଃ (100)
ଓଂ ଭଗନେତ୍ରଭିଦେ ନମଃ
ଓଂ ଅଵ୍ୟକ୍ତାୟ ନମଃ
ଓଂ ସହସ୍ରାକ୍ଷାୟ ନମଃ
ଓଂ ସହସ୍ରପାଦେ ନମଃ
ଓଂ ଅପଵର୍ଗପ୍ରଦାୟ ନମଃ
ଓଂ ଅନଂତାୟ ନମଃ
ଓଂ ତାରକାୟ ନମଃ
ଓଂ ପରମେଶ୍ଵରାୟ ନମଃ (108)
ଇତି ଶ୍ରୀଶିଵାଷ୍ଟୋତ୍ତରଶତନାମାଵଳିଃ ସମାପ୍ତା

 ରାବଣ କୃତ ଶିବ ତାଣ୍ଡବ ସ୍ରୋତ 

ଶିବ ତାଣ୍ଡବ

ଜଟାଟବିଗଲଜ୍ଜଲ ପ୍ରବାହ ପାବିତସ୍ଥଲେ
ଗଲେବଲଂବ୍ୟ ଲଂବିତାଂ ଭୁଜଂଗତୁଂଗ ମାଲିକାମ୍।
ଡମଡ୍ଡମଡ୍ଡମଡ୍ଡମନ୍ନିନାଦ ବଡ୍ଡମର୍ବୟଂ
ଚକାର ଚଂଡତାଂଡବଂ ତନୋତୁ ନଃ ଶିବଃ ଶିବମ୍।। ୧ ।।
ଜଟାକଟାହ ସଂଭ୍ରମଭ୍ରମନ୍ନିଲିଂପ ନିର୍ଝରୀ
ବିଲୋଲ ବିଚୀ ବଲ୍ଲରୀ ବିରାଜ ମାନ ମୁର୍ଧନି।
ଧଗଦ୍ଧଗ ଦ୍ଧଗଜ୍ୱଲ ଲଲ୍ଲାଟ ପଟ୍ଟ୍ଟପାବକେ
କିଶୋର ଚଂନ୍ଦ୍ର ଶେଖରେ ରତିଃ ପ୍ରତିକ୍ଷଣଂ ମମ।। ୨ ।।
ଧରାଧରେଂଦ୍ର ନଂଦିନୀ ବିଲାସ ବଂଧୁ ବଂଧୁର
ସ୍ଫୁରଦ୍ଦିଗନ୍ତ ସନ୍ତାତି ପ୍ରମୋଦ ମାନ ମାନସେ।
କୃପାକଟାକ୍ଷ ଧୋରଣୀ ନିରୁଦ୍ଧ ଦୁର୍ଧରାପଦି
କ୍ୱଚିଦ୍ଦିଗମ୍ବରେ ମନୋ ବିନୋଦମେତୁ ବସ୍ତୁନି।। ୩ ।।
ଜଟା ଭୁଜଂଗ ପିଂଗଳ ସ୍ଫୁରତଫଣା ମଣିପ୍ରଭା
କଦଂବ କୁଂକୁମ ଦ୍ରବ ପ୍ରଲିପ୍ତ ଦିଗ୍ବଧୂ ମୁଖେ।
ମଦାଂଧ ସିଂଧୁର ସ୍ଫୁରତ ତ୍ୱଗୁତ୍ତରୀୟ ମେଦୁରେ
ମନୋ ବିନୋଦମଦ୍ଭୁତଂ ବିଭର୍ତୁ ଭୁତଭର୍ତରି।। ୪ ।।
ସହସ୍ର ଲୋଚନ ପ୍ରଭୁତ୍ୟ ଶେଷ ଲେଖ ଶେଖର
ପ୍ରସୁନ ଧୁଲି ଧୋରଣୀ ବିଧୁସରାଙ୍ଘ୍ରି ପିଠଭୁଃ।
ଭୁଜଂଗ ରାଜ ମାଲୟା ନିବଦ୍ଧ ଜାଟ ଜୁଟକଃ
ଶ୍ରିୟୈ ଚିରାୟ ଜାୟତାଂ ଚକୋର ବନ୍ଧୁ ଶେଖରଃ।। ୫ ।।
ଲଲାଟ ଚତ୍ୱର ଜ୍ୱଲଦ୍ଧନଞ୍ଜୟ ସ୍ଫୁଲିଂଗଭା
ନିପୀତ ପଂଚ ସାୟକଂ ନମନ୍ନି ଲିଂପ ନାୟକଂ।
ସୁଧା ମୟୁଖ ଲେଖୟା ବିରାଜ ମାନ ଶେଖରଂ
ମହା କପାଲି ସଂପଦେ ଶିରୋ ଜଟାଲ ମସ୍ତୁ ନଃ।। ୬ ।।
କରାଲ ଭାଲ ପଟ୍ଟିକା ଧଗଦ୍ଧଗ ଦ୍ଧଗଜ୍ୱଲଦ୍ଧନଂଜୟ
(ଆ)ହୁତି କୃତ ପ୍ରଚଣ୍ଡ ପଂଚ ସାୟକେ।
ଧରା ଧରେଂଦ୍ର ନଂଦିନୀ କୁଚାଗ୍ର ଚିତ୍ର ପତ୍ରକ
ପ୍ରକଳ୍ପ ନୈକ ଶିଳ୍ପିନି ତ୍ରିଲୋଚନେ ରତିର୍ମମ।। ୭ ।।
ନବୀନ ମେଘ ମଣ୍ଡଳୀ ନିରୁଦ୍ଧ ଦୁର୍ଧରସ୍ଫୁର
ତ୍କୁହୁ ନିଶୀଥିଣିତମଃ ପ୍ରବଂଧ ବଦ୍ଧ କଂଧର।
ନିଲିଂପ ନିର୍ଝରୀ ଧରସ୍ତନୋତୁ କୃତିସିଂଧୁରଃ
କଲାନିଧାନ ବଂଧୁରଃ ଶ୍ରିୟଂ ଜଗଦ୍ଧରଂଧର।। ୮ ।।
ପ୍ରଫୁଲ୍ଲ ନୀଲ ପଂକଜ ପ୍ରପଂଚ କାଲିମ ପ୍ରଭା
ବଲଂବି କଂଠ କଂଦଲୀ ରୁଚି ପ୍ରବଦ୍ଧ କଂଧରଂ।
ସ୍ମରାଚ୍ଛିଦଂ ପୁରାଚ୍ଛିଦଂ ଭବଚ୍ଛିଦଂ ମଖଚ୍ଛିଦଂ
ଗଜାଚ୍ଛିଦାଂଧ କଚ୍ଛିଦଂ ତମଂତ କଚ୍ଛିଦଂ ଭଜେ।। ୯ ।।
ଅଖର୍ବ ସର୍ବ ମଂଗଳା କଳା କଦଂବ ମଂଜରୀ
ରସ ପ୍ରବାହ ମାଧୁରୀ ବିଜୃମ୍ଭଣାମଂ ଧୁବ୍ରତଂ।
ସ୍ମରାନ୍ତକଂ ପୁରାନ୍ତକଂ ଭବାନ୍ତକଂ ମଖାନ୍ତକଂ
ଗଜାନ୍ତ କାନ୍ଧ କାନ୍ତକେ ତମଂତ କାନ୍ତକେ ଭଜେ।। ୧୦ ।।
ଜୟ ତ୍ୱଦଭ୍ର ବିଭ୍ରମ ଭ୍ରମଦ୍ଧଭୂଜଙ୍ଗମଶ୍ୱସ
ଦ୍ୱିନିରଗମତ୍କ୍ରମ ସ୍ଫୁରତ୍କରାଲ ଭାଲ ହବ୍ୟବାଟ୍।
ଧିମି ଧିମି ଧିମି ଧ୍ୱନନଂ ମୃଦଂଗ ତୁଂଗ ମଂଗଳ
ଧ୍ୱନି କ୍ରମ ପ୍ରବର୍ତିତ ପ୍ରଚଂଡ ତାଂଡବଃ ଶିବଃ।। ୧୧ ।।
ଦୃଷଦ୍ବିଚତ୍ର ତଲ୍ପୟୋର୍ଭୁଜଂଗ ମୌକ୍ତିକସ୍ରଜୋର୍ଗ
ଇଷ୍ଠ ରତ୍ନ ଲୋଷ୍ଠୟୋଃ ସୁହୁଦ୍ଦିପକ୍ଷ ପକ୍ଷୟୋ।
ତୃଣାରବିଂଦ ଚକ୍ଷୁଷୋଃ ପ୍ରଜାମହି ମହେନ୍ଦ୍ରୟୋଃ
ସମପ୍ରବୃତ୍ତିକଃ କଦା ସଦାଶିବଂ ଭଜାମ୍ୟହଂ।। ୧୨ ।।
କଦା ନିଲିଂପ ନିର୍ଝରୀ ନିକୁଂଜ କୋଟରେ ବସନ୍
ବିମୁକ୍ତ ଦୁର୍ମତିଃ ସଦା ଶିରଃସ୍ଥମଂଜଲିଂ ବହନ୍।
ବିଲୋଲ ଲୋଲ ଲୋଚନୀ ଲ ଲାମ ଭାଲ ଲଗ୍ନକଃ
ଶିବୋତି ମନ୍ତ୍ର ମୁଚ୍ଚରନ୍ କଦା ସୁଖି ଭବାମ୍ୟହଂ।। ୧୩ ।।
ଇମଂ ହି ନିତ୍ୟ ମେବ ମୁକ୍ତ ମୁତ୍ତ ମୋତ୍ତମଂ ସ୍ତବଂ
ପଠନ୍ ସ୍ମରନ୍ ବ୍ରୁବନ୍ନରୋ ବିଶୁଦ୍ଧି ମୋତି ସଂତତଂ।
ହରେ ଗୁରୋ ସୁଭକ୍ତିମାଶୁ ୟାତି ନାନ୍ୟଥା ଗତିଂ
ବିମୋହନଂ ହି ଦେହିନାଂ ସୁଶଙ୍କରସ୍ୟ ଚିଂତନମ୍।। ୧୪ ।।
ପୂଜାବସାନ ସମୟେ ଦଶବକ୍ତ୍ର ଗୀତଂ
ଯଃ ଶଂଭୁ ଫୁଜନପରଂ ପଠତି ପ୍ରଦୋଷେ।
ତସ୍ୟ ସ୍ଥିରାଂ ରଥ ଗଜେନ୍ଦ୍ର ତୁରଂଗ ୟୁକ୍ତାଂ
ଲକ୍ଷ୍ମୀ ସଦୈବ ସୁମୁଖିଂ ପ୍ରଦଦାତି ଶମ୍ଭୁଃ।। ୧୫ ।।

          ନମଃ ଶିବାୟ 

.  ଆପଣଙ୍କ ଜୀବନ ମଙ୍ଗଳ ମୟ ହେଉ

.      ଜୟ ଜଗନ୍ନାଥ ସ୍ବାମୀ 

ବିଳାସିନୀ ପୃଷ୍ଟି ଙ୍କ ଉପସ୍ଥାପନା

Related posts

ଶନିଶ୍ଚର ଦେବଙ୍କ ୫ମ ଜନ୍ମବାର୍ଷିକ ଉତ୍ସବର ପୂର୍ଣ୍ଣାହୂତି

Sunil Chandra Nayak

ମା’ ତାରିଣୀଙ୍କର ୧୯ତମ ଜନ୍ମ ବାର୍ଷିକୋତ୍ସବ ପୂର୍ଣ୍ଣାହୁତି ଦିବସରେ ମା’ଙ୍କ ସୂନାବେଶ 

୧୬ ପ୍ରହରୀ ନାମ ଯଜ୍ଞ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort