ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଜଲେନ ବାର୍ଦାଙ୍କୁ ହୋ ଛାତ୍ର ସଂଘର ସମର୍ଥନ ଘୋଷଣା 

ଜଲେନ ବାର୍ଦାଙ୍କୁ ହୋ ଛାତ୍ର ସଂଘର ସମର୍ଥନ ଘୋଷଣା 

 ମୟୂରଭଞ୍ଜ- ୭/୦୫ ( ମସିହା)ରାଇରଙ୍ଗପୁର ବିଧାନସଭା ଆସନର ବିଜେପି ବିଧାୟକ ପ୍ରାର୍ଥୀ ଜଲେନ ବାର୍ଦାଙ୍କୁ ଅଗ୍ରଣୀ ଆଦିବାସୀ ଛାତ୍ର ସଂଗଠନ ହୋ ଛାତ୍ର ସଂଘ ସମର୍ଥନ ଘୋଷଣା କରିଛି l ଆଜି ରାଇରଙ୍ଗପୁରସ୍ଥିତ କଲ୍ୟାଣ ମଣ୍ଡପଠାରେ ବିଧାୟକ ପ୍ରାର୍ଥୀ ଜଲେଙ୍କୁ ସମର୍ଥନ କରି ‘ସମ୍ବର୍ଦ୍ଧନା ଏବଂ ସମର୍ଥନ ସମାରୋହ’ ନାଁରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା l ସଂଘର ସଭାପତି ସୁନୀଲ କୁମାର ସୁଣ୍ଡିଙ୍କ ସଭାପତିତ୍ୱରେ କାଯ୍ୟକ୍ରମରେ ବିଧାୟକ ପ୍ରାର୍ଥୀ ଜଲେନ ବାର୍ଦା ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ l ତାଙ୍କ ସହିତ ହୋ ସମାଜର ବରିଷ୍ଠ ହୋ ଭାଷା ଆନ୍ଦୋଳନକାରୀ ତଥା ସାମାଜିକ କର୍ମୀ ମନୋରଞ୍ଜନ ତିରିଆ, ରାଇରଙ୍ଗପୁରର ଆଇନଜୀବି ବିର୍ସା କଣ୍ଡାଂକେଲ ଏବଂ ଟିକୁନ ଜେରାଇ, ହୋ ଛାତ୍ର ସଂଘର ଉପଦେଷ୍ଟା ରବିକୁମାର ସୋୟ ପ୍ରମୁଖ ମଞ୍ଚାସୀନ ଥିଲେ l ପ୍ରାରମ୍ଭରେ ସାମାଜିକ କର୍ମୀ ମନୋରଞ୍ଜନ ତିରିଆ ଅତୀତରେ ରାଇରଙ୍ଗପୁର ବିଧାୟକ ରୂପେ ପ୍ରଥମ, ଦ୍ଵିତୀୟ ଏବଂ ତୃତୀୟ ବିଧାନସଭା ନିର୍ବାଚନରେ ସଫଳତା ହାସଲ କରି ବିଧାୟକ ହେବାର ଗୌରବ ଅର୍ଜନ କରିଥିବା ସମ୍ପର୍କରେ ସୂଚନା ଦେଇଥିଲେ l ଏକଦା ଏହି ଆସନରୁ ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଇଥର ବିଧାୟକ ହୋଇଥିବାରୁ ରାଜନୈତିକ ଦୃଷ୍ଟିକୋଣରୁ ଏହି ଆସନର ଗୁରୁତ୍ୱ ସମଗ୍ର ଦେଶରେ ରହିଥିବା ସମ୍ପର୍କରେ ବର୍ଣ୍ଣନା କରିଥିଲେ l ବିଧାୟକ ପ୍ରାର୍ଥୀ ଜଲେନ ବାର୍ଦା ବିଜେପି ପରି ରାଷ୍ଟ୍ରୀୟ ଦଳରେ ତାଙ୍କୁ ବିଧାୟକ ପ୍ରାର୍ଥୀ ରୂପେ ପ୍ରତିଦ୍ବନ୍ଦିତା କରିବାର ସୁଯୋଗ ମିଳିଛି l ତାଙ୍କୁ ଜିତାଇବା ପାଇଁ ଉପସ୍ଥିତ ଯୁବଛାତ୍ର ସମାଜକୁ କଠିନ ପରିଶ୍ରମ କରିବାକୁ ପଡ଼ିବ ବୋଲି ଆହ୍ୱାନ କରିଥିଲେ l ଆଜିର ଯୁବଛାତ୍ର ସମାଜ ହାତରେ ଦେଶର ଭବିଷ୍ୟତ l ନିଜ ସମାଜର ବ୍ୟକ୍ତି ବିଧାୟକ ହେଲେ ଯାଇ ହୋ ସମାଜର ସାମାଜିକ, ସାଂସ୍କୃତିକ ଏବଂ ମାତୃଭାଷାର ବିକାଶ ହୋଇପାରିବ ବୋଲି କହିଥିଲେ l ଉକ୍ତ କାର୍ଯ୍ୟକ୍ରମ ଆୟୋଜନରେ ମୁକ୍ତା କଣ୍ଡାଙ୍କେଲ, ଉର୍ମିଳା କଣ୍ଡାଂକେଲ, ଲଷ୍ମୀପ୍ରିୟା କଣ୍ଡାଂକେଲ, ସଞ୍ଜନା ଲେୟାଙ୍ଗି, ସିଲା ସାୟାଁ, ପୂଜା ସିର୍କା ପ୍ରମୁଖ ସହଯୋଗ କରିଥିଲେ l

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ଅନାସ୍ଥା ପ୍ରସ୍ତାବ ଡ୍ରାମା  ଅଧ୍ୟକ୍ଷାଙ୍କ ବିପକ୍ଷରେ ସମସ୍ତ କାଉନସିଲର ଦେଲେ ଭୋଟ୍‌,ହାରିଗଲେ ଅଧ୍ୟକ୍ଷା

masiha

ବିଜେପି ମଧୁବାବୁ ମଣ୍ଡଳର ସାଙ୍ଗଠନିକ ବୈଠକ ଅନୁଷ୍ଠିତ

ନବରଙ୍ଗପୁର ଜିଲ୍ଲାରେ ମହିଳା ଜନ ଆକ୍ରୋଶ ସମାବେଶ 

Sunil Chandra Nayak

Leave a Comment

error: Content is protected !!