ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବିଜୁ ଜନତା ଦଳ ର ୨୬ତମ ପ୍ରତିଷ୍ଠା ଦିବସ ପକ୍ଷ ପାଳନ 

କାମାକ୍ଷାନଗର (ମ ସୀ ହା)୧୧/୦୧_ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ନିର୍ବାଚନ ମଣ୍ଡଳୀ ର ପରଜଙ୍ଗ ମିନି ଷ୍ଟାଡିଅମ ରେ ପାଳିତ ହୋଇଯାଇଛି ବିଜୁ ଜନତା ଦଳର ୨୫ ବର୍ଷ ପୂର୍ତ୍ତି ଅବସରରେ ୨୬ ତମ ପ୍ରତିଷ୍ଠା ପକ୍ଷ ପାଳନ ଦିବସ l ଆଜିର ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ ଢେଙ୍କାନାଳ ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ରାଜ୍ୟ ସରକାର ଙ୍କ ରାଜସ୍ବ ଓ ପ୍ରାକୃତିକ ବିପର୍ଯ୍ୟୟ ମନ୍ତ୍ରୀ ପ୍ରମିଳା ମଲ୍ଲିକ ସରକାର ସବୁବେଳେ ଲୋକ ମାନଂକ ପାଇଁ ସମର୍ପିତ ବୋଲି କହିଥିଲା ବେଳେ ସମ୍ମାନିତ ଅତିଥି ପୂର୍ବତନ ମନ୍ତ୍ରୀ ତଥା ପରଜଙ୍ଗ ବିଧାୟକ ଡାକ୍ତର ନୃସିଂହ ଚରଣ ସାହୁ ଯୋଗଦେଇ ସରକାର ଙ୍କ ବିଭିନ୍ନ ଲୋକାଭିମୁଖୀ ଜନକଲ୍ୟାଣ ଯୋଜନା ଗୁଡିକ ଉପରେ ଆଲୋକପାତ କରିଥିଲେ ଓ ଓଡ଼ିଶା କୁ ପ୍ରଗତି ପଥ ରେ ଆଗେଇ ନେବାକୁ ହେଲେ ଜନ ସାଧାରଣ ଙ୍କ ସହଯୋଗ ଏକାନ୍ତ କାମ୍ୟ ବୋଲି ଅଭିମତ ରଖିଥିଲେ।ଅନ୍ୟମାନଙ୍କ ମଧ୍ୟରେ ଲୋକପ୍ରିୟ ଯୁବନେତା ଅସିତ ରାୟଚୌଧୁରୀ(ଚିଣ୍ଟୁ ଭାଇ), ସମସ୍ତ ଜିଲ୍ଲାପରିଷଦ ,ସରପଞ୍ଚ,ସମିତି ସଭ୍ୟ ଏବଂ ବିଜୁ ଜନତା ଦଳର ସମସ୍ତ କର୍ମକର୍ତା ଓ ବହୁ ଏସ ଏଚ ଜି ମହିଳା ମାନେ ଉପସ୍ଥିତ ଥିଲେ l

କାମାକ୍ଷାନଗର ରୁ ପ୍ରହଲ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍

Related posts

କୋରାପୁଟ ଲୋକସଭା ନିର୍ବାଚନ ପାଇଁ କ୍ଷେତ୍ର ପ୍ରସ୍ତୁତ, ଅଭେଦ୍ୟ ଗଡ଼ ସୁରକ୍ଷିତ ରଖିବ କି କଂଗ୍ରେସ! ?

masiha

ବିଜେପିର ମିଶ୍ରଣ ପର୍ବ ଅନୁଷ୍ଠିତ

masiha

କେନ୍ଦ୍ର ଚାଉଳ ରାଜନୀତିକୁ ନେଇ କୋକସରା ବ୍ଲକ କାର୍ଯ୍ୟାଳୟ ଆଗରେ ପ୍ରତିବାଦ ଓ ଦାବିପତ୍ର ଦେଲେ ବିଜେଡି କର୍ମି

Sunil Chandra Nayak

Leave a Comment

error: Content is protected !!