ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜାତୀୟ ସେବା ଯୋଜନାର ଶୀତକାଳୀନ ଶିବିର ଉଦଯାପିତ

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହା ଗ୍ରାମର କୌଶିକ ବାବା ଯୁକ୍ତ ତିନି ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନାର ଶୀତକାଳୀନ ଶିବିର ବୁଧବାର ଉଦଯାପିତ ହୋଇଯାଇଛି l ଏହି ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ତେରେସିଂହା ଗ୍ରା.ପ. ସମିତି ସଭ୍ୟା ଚନ୍ଦ୍ରମା ରଣା, ସମ୍ମାନିତ ଅତିଥି ଭାବରେ କଲେଜ ଅଧ୍ୟକ୍ଷା ସୁଶ୍ରୀ ଲିପ୍ସାମୟୀ ଦୁବେ, କଲେଜ ପରିଚାଳନା ସଭ୍ୟା ଧୀର ବୁଡେକ, ପୂର୍ବତନ ୱାଡ଼ ସଭ୍ୟ ମାଏନ ନାଗ, ବିଶ୍ଵାମିତ୍ର ନାଗ ପ୍ରମୁଖ ଯୋଗ ଦେଇଥିଲେ l ଏଥିରେ ସ୍ୱେଚ୍ଛାସେବୀ ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା l ସପ୍ତାହ ବ୍ୟାପୀ ଚାଲିଥିବା ଏହି ଶିବିରଟି ରାଜନୀତି ବିଜ୍ଞାନ ଅଧ୍ୟାପକ ରବି ମାଝୀଙ୍କ ତତ୍ତ୍ଵାବଧାନରେ ଚାଲିଥିଲା l ଏଥିରେ ଅଧ୍ୟାପକ ମାନସ ରଞ୍ଜନ ବାଗ, କୌସ୍ତୁଭ ସାହୁ, ସମୀର ପଧାନ, ଗ୍ରନ୍ଥାଗାର ବସନ୍ତ କୁମାର ସାହୁ, କିରାଣୀ ଭୂପିନ୍ଦ୍ର ରଣା, ଡଲେଶ୍ୱର ରଣା, ଚମ୍ପୁଲାଲ ରଣା ପ୍ରମୁଖ ସହଯୋଗ କରିଥିଲେ l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ଖଇରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ସଭାଗୃହରେ ଜାତୀୟ ଡାକ୍ତର ଦିବସ ପାଳିତ

masiha

ରାଇରଙ୍ଗପୁର ରେ ନବ ନିଯୁକ୍ତ ଜିଲ୍ଲା ଶିଶୁ ସୁରକ୍ଷା ସମିତି ସଦସ୍ୟ ସୁରଥ ପଟ୍ଟନାୟକଙ୍କୁ ପୁଷ୍ପଗୁଛ ଦେଇ ଶୁଭେଛା ଜଣାଇଲେ ସାମ୍ବାଦିକ

Sunil Chandra Nayak

ଭେଷଜ ରମ୍ଭାବତୀ ମହାବିଦ୍ୟାଳୟରେ ନୂଆ’ଓ’ ଓଡ଼ିଆ ସାହିତ୍ୟ ପ୍ରତିଯୋଗିତା

masiha

Leave a Comment

error: Content is protected !!