ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଦର୍ଶ ବିଦ୍ୟାଳୟ କୁ ଯାଉଥିବା ବସ ଦୁର୍ଘଟଣା ଘଟି 7 ଛାତ୍ରୀ ଛାତ୍ର ଆହତ 3 ଗୁରୁତର ,ଡ୍ରାଇଭର ଅଟକ

ଚନ୍ଦାହାଣ୍ଡି (ମ ନି ସ )–ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ସ୍ଥିତ ତିଲିମାଲ ଆଦର୍ଶ ବିଦ୍ୟାଳୟ କୁ ଯାଉଥିବା ବେସରକାରୀ ସ୍କୁଲ ବସ ଦୁର୍ଘଟଣା ଘଟି 7 ଛାତ୍ରୀ ଛାତ୍ର ଆହତ ହୋଇଥିବା ବେଳେ 3 ଜଣ ଛାତ୍ର ଗୁରୁତର ରହିଛନ୍ତି l ଆହତ ଛାତ୍ର ଛାତ୍ରୀ ମାନେ ହେଲେ କାରନ ସରକାର (13), ବିକାଶ ସାହୁ (13) ଦେବାଶିଷ ସେନାପତି (12), ଶ୍ରାବଣ କୁମାର ସାହୁ (12) ଶ୍ରୀୟା ପାଣିଗ୍ରାହି, (12) ପ୍ରଜ୍ଞା କର୍କରା (12), ଅନ୍ୟ ଛାତ୍ର ଛାତ୍ରୀ ମାନେ ଚନ୍ଦାହାଣ୍ଡି ଗୋଷ୍ଠୀ ଚିକିତ୍ସା କେନ୍ଦ୍ର ରେ ପ୍ରାଥମିକ ଚିକିତ୍ସା ପରେ ସୁସ୍ଥ ହୋଇ ଥିବା ବେଳେ କରନ ସରକାର , ବିକାଶ ସାହୁ , ଶ୍ରବଣ କୁମାର ସାହୁ ଙ୍କ ଅବସ୍ଥା ଗୁରୁତର ହୋଇଥିବାରୁ  କରନ କୁ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ କୋରାପୁଟ କୁ ସ୍ଥାନାନ୍ତର କରାଯାଇଥିବା ବେଳେ,ବିକାଶ ଏବଂ ଶ୍ରବଣ କୁ ଭବାନୀପାଟଣା କୁ ସ୍ଥାନାନ୍ତର କରାଯାଇଥିବା ଡାକ୍ତର ମନିଷ କୁମାର ପୁରୋହିତ ପ୍ରକାଶ କରିଛନ୍ତି l ଚନ୍ଦାହାଣ୍ଡି ଥାନା ରେ ଛାତ୍ର ଛାତ୍ରୀ ଙ୍କ ଅଭିଭାବକ କୌଣସି ଏତଲା ଦେଇ ନଥିବାରୁ, ଚନ୍ଦାହାଣ୍ଡି ଥାନା ପକ୍ଷରୁ ହାବିଲଦାର ବିଦ୍ୟୁତ କୀର୍ତନିୟା ଏତଲା ଦେଇ ଥିବା ନେଇ ଚନ୍ଦାହାଣ୍ଡି ଥାନା ଆଇ ଆଇ ସି ଉମେଶ ଚନ୍ଦ୍ର ନାୟକ ପ୍ରକାଶ କରିଛନ୍ତି l ଏନେଇ ଚନ୍ଦାହାଣ୍ଡି ଥାନା କେସ ନଂ 4/23 ଅନୁସାରେ ଏକ ମାମଲା ରୁଜ୍ଜୁ କରି ଏହାର ତଦନ୍ତ ଦାୟିତ୍ୱ ଏସ ଆଇ ଶିବ ପ୍ରସାଦ ମହାନ୍ତି କୁ ଦିଆ ଯାଇଥିବା ସହ ଦୁର୍ଘଟଣା ଘଟାଇ ଥିବା ବସ ଡ୍ରାଇଭର କୁ ଥାନା ରେ ଅଟକ ରଖି ପଚରା ଉଚରା କରାଯାଉ ଥିବା ନେଇ ଆଇଆଇସି ନାୟକ ସୂଚନା ଦେଇଛନ୍ତି l ଘଟଣା ର ଏକ ନିରପେକ୍ଷ ତଦନ୍ତ କରି ଉଚିତ କାର୍ଯ୍ୟନୁଷ୍ଠାନ ନେବା କୁ ବିଭିନ୍ନ ମହଲରେ ଦାବୀ କରାଯାଇଛି l

ମିଳିଥିବା ସୂଚନା ଅନୁସାରେ ଚନ୍ଦାହାଣ୍ଡି ଆଦର୍ଶ ବିଦ୍ୟାଳୟ ରେ ବାଳକ ଛାତ୍ର ଵାସ ନ ଥିବାରୁ ବୋରିଗୁଡା ଗ୍ରାମର କୃଷ୍ଣ ସାଗର, ଉମରକୋଟ ର ଏକ ପୁରୁଣା ବସ ( ଓ ଆର -24- 6589) ନମ୍ବର ଯୁକ୍ତ ବସ ଆଣି ଚନ୍ଦାହାଣ୍ଡି ଠାରୁ ତିଲିମାଲ ଆଦର୍ଶ ବିଦ୍ୟାଳୟ କୁ ସବୁଦିନ ଛାତ୍ର ଛାତ୍ରୀ ଙ୍କୁ ନେବା ଆଣିବା କରୁଥିଲା l ସବୁଦିନ ପରି ଆଜି ଦିନ ନଅ ଟା ସମୟ ରେ ଗାଡିର ଡ୍ରାଇଭର ମୁସଲିମ ଅଲି ବସ ରେ ଚନ୍ଦାହାଣ୍ଡି ଠାରୁ 15 ଜଣ ଛାତ୍ର ଛାତ୍ରୀ ଙ୍କୁ ନେଉଥିବା ସମୟ ରେ .ମୋହରା ବୁଲାଣି ଠାରେ ବସ ର ସ୍ଟେରିଙ୍ଗ ଖରାପ ହେବାରୁ ବସ ଟି ରାସ୍ତା ରେ ଥିବା ଏକ ଗଛ ରେ ପିଟି ହେବାରୁ ସେ ଥିରେ ଥିବା 15 ଜଣ ଛାତ୍ରୀ ଛାତ୍ର ଙ୍କ ମଧ୍ୟ ରୁ 7 ଜଣ ଛାତ୍ରୀ ଛାତ୍ର ଆହତ ହେବାରୁ ସେମାନଂକୁ ତୁରନ୍ତ ଚିକିତ୍ସା ପାଇଁ ସ୍ଥାନୀୟ ଲୋକେ 108 ଯୋଗେ ଚିକିତ୍ସା ପାଇଁ ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତୀ କରି ଥିଲେ l ଖବର ପାଇ ଦମକଳ ବାହିନୀ ଓ ଚନ୍ଦାହାଣ୍ଡି ଆଇ ଆଇ ସି ଉମେଶ ଚନ୍ଦ୍ର ନାୟକ ଏସ ଆଇ ଶିବ ପ୍ରସାଦ ମହାନ୍ତି, ଖଗେଶ୍ୱର ଖୋସଲା, ହାବିଲଦାର ବିଦ୍ୟୁତ କୀର୍ତନିଆ ଦୁର୍ଘଟଣା ସ୍ଥଳ କୁ ଯାଇ ଗାଡି ଜବତ କରି ଘଟଣା ର ସବିଶେଷ ତଥ୍ୟ ସଂଗ୍ରହ କରିବା ସହ ଗାଡିର ଡ୍ରାଇଭର ମୁସଲିମ ଅଲି କୁ ଥାନା କୁ ଆଣି ଅଟକ ରଖିଥିଲେ l ବସ ର ଷ୍ଟେରିଙ୍ଗ ଖରାପ ଯୋଗୁଁ ଦୁର୍ଘଟଣା ଘଟି ଥିବା ନେଇ ଡ୍ରାଇଭର ପ୍ରକାଶ କରିଛନ୍ତି l ଖବର ପାଇ ଭାଜପା ରାଜ୍ୟ ଉପ ସଭାପତି ବଳଭଦ୍ର ମାଝୀ, ସାମାଜିକ କର୍ମୀ ଗୋବିନ୍ଦ ଜୈନ, ଦିଲୀପ ଦାସ,ବି ଜେ ଡି ବ୍ଲକ ସଭାପତି ଗୌରହରି ନାୟକ, ଫଟକି ସରପଞ୍ଚ ମଞ୍ଜୁନାଥ ମାଝି ଆଦର୍ଶ ବିଦ୍ୟାଳୟ ର ଅଧ୍ୟକ୍ଷ କୌଲାସ ମାଝି ଏ ବିଇଓ ବିଜୟନନ୍ଦ ସୋରି, ଶିକ୍ଷାବିତ କିଶୋର କୁମାର ଖମାରୀ ପ୍ରମୁଖ ଆହତ ଛାତ୍ର ଛାତ୍ରୀ ଙ୍କୁ ଭେଟି ଶୀଘ୍ର ଆରୋଗ୍ୟ କାମନା ସହ ପରିବାର ଏବଂ ଡାକ୍ତର ଙ୍କ ସହ ଆଲୋଚନା କରିଥିଲେ l ବସ ର ଅବସ୍ଥା ଅତ୍ୟନ୍ତ ଖରାପ ଥିବା ସତ୍ୱେ ବିଦ୍ୟାଳୟ ର ଅଧ୍ୟକ୍ଷ ଙ୍କ ସମେତ ପୋଲିସ ପ୍ରଶାସନ ଏହାର କୌଣସି ପ୍ରତିବନ୍ଧକ ନ ଲଗାଇ ଆଖି ବୁଜି ବସିଥିବା ଫଳରେ ଏତାଦୃଶ୍ୟ ଦୁର୍ଘଟଣା ଦେଖା ଦେଉଛି ବୋଲି ଚର୍ଚ୍ଚା ହେଉଛି l

ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ୍ 

Related posts

ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କରିବା ପାଇଁ ପ୍ରସ୍ତୁତି ବୈଠକ 

masiha

ଭବାନୀପାଟଣା ସ୍ଥିତ ମା ମାଣିକେଶ୍ଵରୀ ବିଶ୍ଵବିଦ୍ୟାଳୟରେ ବାର୍ଷିକ ଉତ୍ସବ “ପ୍ରାରମ୍ଭ ୨୦୨୫” ଅନୁଷ୍ଠିତ

masiha

ଅନ୍ବେଷା ର ୧୧୨ତମ ସାମୁହିକ ଜନ୍ମଉତ୍ସବ ପାଳନ 

masiha

Leave a Comment

error: Content is protected !!