ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାୟଗଡା ଜିଲ୍ଲାରେ ବାର୍ଡ ଦ୍ଵାରା ଟ୍ରାଇର ଟେଲିକମ ଉପୋଭକ୍ତା ସଚେତନତା କର୍ମଶଳI    

ରାୟଗଡା: ଉପୋଭକ୍ତା ଓକିଲାତି ସଂଘ ବାର୍ଡ ଭାରତ ସରକାରଙ୍କ ଟ୍ରାଇ ସହଯୋଗରେ ଏକ ଦିନିକିଆ ସାଇବର ନିରାପତା ଟେଲିକମ ଓ ଗ୍ରାହକ ଅଧିକାର ଓ ଅଭିଯୋଗ ସମ୍ଭନ୍ଧୀୟ କର୍ମଶାଳାକୁ ମୁଖ୍ୟ ଅତିଥିରୂପେ ରାୟଗଡା ଜିଲ୍ଲାର ଜିଲ୍ଲା ପାଳ ଶ୍ରୀ ମତି ସୁଧାଦେବୀ ଶିଙ୍ଘ ଉଦଘାଟନ କରିଥିଲେ I ଗ୍ରାମ ଅଞ୍ଚଳର ଶତକଡା ୯୫ ଭାଗ ଟେଲିକମ, ମୋବାଇଲ, ଇନ୍ଟାରନେଟ ,ଡ଼ିଟିଏଚ ଗ୍ରାହକ ବହୁଳ ମାତ୍ରାରେ ବ୍ୟବହାର କରନ୍ତି କିନ୍ତୁ ଟେଲିକମ ଗ୍ରାହକ ସେମାନେ ସେମାନଙ୍କ ଅଧିକାର ଉପରେ ସଚେତନତା ନୁହନ୍ତି ବୋଲି କ୍ଷୋଭ ପ୍ରକାଶ କରିଥିଲେ I ରାୟଗଡା ଜିଲ୍ଲାରେ କଲେଜ ମIନଙ୍କରେ ସଚେତନ କାର୍ଯ୍ୟକ୍ରମ ଓ ଜିଲ୍ଲା ଖାଉଟି ଅଦାଲତ ଖାଲିଥିବା ପଦବୀ ପୂରଣ ପାଇଁ ସରକାର ଅନୁରୋଧ କରାଯିବା ସେ ମତ ରଖିଥିଲେ ଓ ମୋବାଇଲ ଟାୱାର ର ବିକରଣ ଓ ପ୍ରତ୍ୟକ ଟେଲିକମ କମ୍ପାନୀ ମାନେ ଟ୍ରାଇ ନିୟମ କାନୁନ ମାନିବା ପାଇଁ ପରାମର୍ଶ ଦେଇଥିଲେ ଓ ଆୟୋଜନ କାରୀ ବାର୍ଡ ମୁଖ୍ୟ ପ୍ରକାଶ ଚନ୍ଦ୍ର ସାହୁ ପାୱାର ପୟେନ୍ଟ ମାଧ୍ୟମରେ ସାଇବାର ନିରାପାତ ଓ ଗ୍ରାହକ ମାନେ କିପରି ସେମାନଙ୍କ ଅଭିଯୋଗ କରିପାରିବେ ସେହି ବ୍ୟବସ୍ତା ଛାଡି ତେଲି କମ୍ପାନି ମାନେ ଜାଣିଶୁଣି ଅଭିଯୋଗ ପ୍ରଣାଳୀ ସରଳି କରଣ କରନ୍ତି ନIହିଁ ଯଦ୍ଵାରା କମ୍ପାନୀ ତାହାର ସୁଯୋଗ ନେଇ ଗ୍ରାହକକୁ ଦିବIରାତ୍ରି ଲୁଟୁଛନ୍ତି ବିଶେଷ କରି ସିମ ଅକଟିବାସେନ କଲାବେଳେ ଇଂରାଜୀ ଭାଷରେ ଟର୍ମ କଣ୍ଡିସନ ,ବହୁତ ଛୋଟ ଅକ୍ଷରରେ ଲେଖିଥାନ୍ତି ,ଭାଷାଭିତିକ ରାଜ୍ୟ ଓଡିଶା ହୋଇଥିବା ହେତୁ ଗ୍ରାହକ ମାନେ ଠକାମିର ଶିକାର ହୋଇଥାନ୍ତି I ଆଦିବାସୀ ଅଧୁସିତ, ଅପ୍ରାନ୍ତ, ଅପହଞ୍ଚ ରାୟଗଡା ଜିଲ୍ଲା ଥିବା ଦ୍ରୁଷ୍ଟିରୁ ସରକାରଙ୍କ କଡା ନିସ୍ପତି ଥିଲେ ବି ଟେଲିକମ କମ୍ପIନୀ ମାନେ ଅଣଦେଖା କରିବା, ନେଟୱର୍କ ସମସ୍ଯା, ଇନ୍ଟାରନେଟ ଧିମୀଗତି ଚାଲିବI,ଫେକ ମେସେଜ, ନ୍ୟୁନମାନ ସେବା, ରିଚାର୍ଜ ପୂର୍ବରୁ ବାରମ୍ବାର କଲ ଆସିବା, ନୋଡାଲ ଓ ଅପଲଟେ ଅଧିକାରୀଙ୍କ ତଥ୍ୟ ସାର୍ବଜନୀକ ନକରିବା, ଟ୍ରାଇର ଭ୍ଯାଲିଡିଟି ୨୮ ରୁ ୩୦ଦିନ ନିୟମ କଲେବି ଟେଲିକମ କମ୍ପIନୀ ଆଜିସୁଧା କାର୍ଯ୍ୟକ୍ଷମ ନକରିବା, ଘୋରାଇ ଇନ୍ଟାରନେଟ ସେବାକାରୀ ଓ, ଡ଼ିଟିଏଚ , ଗ୍ରାହକଠାରୁ ଅଧିକ ମାସିକ ଦର ନେଇଥାନ୍ତି ଯାହା ସଭାରେ ଦୃଡ ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା I ବିଶେଷ ସୂତ୍ରରୁ ତଥ୍ୟ ଅନୁସାରେ ବର୍ତମାନ ଦେଶରେ ମୋବାଇଲ ଗ୍ରାହକ ୧୫୧ କୋଟି ଜନଗଣନା ସାମଞ୍ଜସ୍ୟ ସହ, ୪୫୯ ନିୟୁତ ସ୍ମାର୍ଟଫୋନ ବ୍ୟବହାରକାରୀ, ୪୮୭ ନିୟୁତ ୱାଟସ ଆପ ଗ୍ରାହକ,୨୪୦ ନିୟୁତ ଫେସବୂକ ଗ୍ରାହକ,୨୧୦ ନିୟୁତ ଇନଷ୍ଟାଗ୍ରାମ ଗ୍ରାହକ , ୭କୋଟି ଡ଼ିଟିଏଚ ଗ୍ରାହକ, ୧୪୦କୋଟି ଇନ୍ଟାରନେଟ ଗ୍ରାହକ ଅଛନ୍ତି ଓ ଯୁବପିଡି ଓ ସାଧାରଣ ଲୋକେ ଦିନକୁ ୪ରୁ୫ ଘଣ୍ଟା ଏସବୁ ସେବା ନେଇଥାନ୍ତି ଯାହା ବିଶାଳ ବଜାର ଆମ ଦେଶରେ ସୃଷ୍ଟି କରି ଅଛି ଦୁର୍ଭାଗ୍ୟ ବିଷୟ ଶତକଡା ୯୦ ଭାଗ ଟେଲିକମ ଗ୍ରାହକ ପୀଡିତ ହେବା ସୂଚନା ପ୍ରକାଶ ପାଇଛି, ବୋଲି ଆୟୋଜନକାରୀ ସଂସ୍ଥା ବାର୍ଡ ସମ୍ପାଦକ ଶ୍ରୀ ପ୍ରକାଶ ଚନ୍ଦ୍ର ସାହୁ ଉଦବେଗ ପ୍ରକାଶ କରିଛନ୍ତି I ଅଧିକରୁ ଅଧିକ ଟେଲିକମ ଓ ସମୃକ୍ତ ସେବାପ୍ରଦାନ ଧିକାରୀ ଗ୍ରାମଞ୍ଚଳରେ ଖାଉଟି କାର୍ମଶାଳା , ଗ୍ରାହକ ମାର୍ଗଦର୍ଶନ ଶିବିର କରିବା , ଅଧିକ ଟୋଲଫ୍ରୀ, କଷ୍ଟମର କେୟାର ଫୋନର ଶୁଭିଧା, ୱାଟସ ଆପରେ ଅଭିଜଯୋଗ, ଓଡିଆ ଭାଷରେ ସୁଗମ୍ୟ କରିବା , ଘଣ୍ଟା ପ୍ରକାରେ ଟେଲିକମ କମ୍ପାନୀ ମାନେ ଦେୟ ଧାର୍ଯ୍ୟ କରିବା ଓ ଟ୍ରାଇ ନିୟମ ଓ ନିର୍ଦେଶIବଳିକୁ କଡାକଡି ଭାବରେ ପାଳନ କରିବା ଉପରେ ଖାଉଟି କର୍ମୀ ମତ ପ୍ରକାଶ କରିଥିଲେ I ଅତିରିକ୍ତ ଜିଲ୍ଲାପାଲ ପରମାନନ୍ଦ ବେହେରା, ଜିଲ୍ଲା ସାମାଜିକ ସୁରକ୍ଷା ସୁରେନ୍ଦ୍ର ଗମାଙ୍ଗ, ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ ଚନ୍ଦ୍ର ବେହେରା , ଜିଲ୍ଲା ସାମାଜିକ କଲ୍ଯାଣ ଅଧିକାରୀ ଯIଙ୍ଗ୍ୟସିନୀ ବେଉରା, ସନ୍ନମାନିୟ ଅତିଥି ରୂପେ ଯୋଗଦେଇଥିଲେ, ରାୟଗଡା ବିକଳାଙ୍ଗ ମଞ୍ଚ ସଭାପତି ଶ୍ରୀ ରାକେଶଚନ୍ଦ୍ର ହେମରିକ, ସୋନ୍ତୋଷ ମହାପାତ୍ର, ଜଳନ୍ଧର ବାଚିଲ ପ୍ରମୁଖ ଭିନକ୍ଷମଙ୍କ ସ୍ଵତନ୍ତ୍ର ମୋବାଇଲ ସଫ୍ଟୱେର ଓ ଆପ କରିବା ନିମିତ ଟେଲିକମ କମ୍ପାନୀ ଆଗଭର ହେବା ପାଇଁ ଅନୁରୋଧ କରିଥିଲେ I ପ୍ରଶ୍ନ ଉତର କାର୍ଯ୍ୟକ୍ରମକୁ ତଦାରଖ ଖାଉଟି କର୍ମୀ ରମେଶଚନ୍ଦ୍ର ନାୟକ କରିଥିଲେ I ଏୟାରଟେଲ, , ଭିଡିଓକନ , ଡିଶଟିଭି, ଟାଟା ସ୍କୟ କମ୍ପiନୀ ମାନେ ଏହି ସଭାକୁ ନ ଆସିବା ସେମାନଙ୍କ ସେବାରେ ଅବହେଳI ଦର୍ଶIଯିବା ମତ ପ୍ରକାଶ ସେ କରିଥିଲେ, , ଭାରତୀୟ ଦୂରସଂଚାର ନିଗମରୁ ଏସଡିଓ , , ଜିଓ ତରଫରୁ ଗୌରି ଶଙ୍କର ମିଶ୍ର,, ଘରୋଇ ଇନ୍ଟାରନେଟ ସେବା ପ୍ରଦାନକାରୀ , ନିଜର ସେବା ଉପରେ ବକ୍ତବ୍ଯ ପ୍ରଦାନ କରି ଥିଲେ I ଜିଲ୍ଲାରେ ନେଟୱର୍କ ଓ ଇଣ୍ଟେର୍ନେଟ ଭଲଭାବରେ କାମ ନକରିବା ଓ ବିପର୍ଜ୍ୟ ଥିବାରୁ ଗ୍ରାହକ ମାନେ ବ୍ୟାଙ୍କ ସେବା, ଶିକ୍ଷା ସେବା, ସ୍ୱାସ୍ଥ୍ୟ ସେବା,ବାଣିଜିକ ସେବାରୁ ବଞ୍ଚିତ ହେବା ଓ ଡିଜିଟାଲ ସାକ୍ଷରତା ପ୍ରହସନ ପାଲଟିଛି ସଭାରେ ସIମୁହିକ ଭାବେ ଗ୍ରାହକ ମାନେ ଜିଲ୍ଲା ପ୍ରଶାସନ ପାଖରେ ଅଭିଯୋଗ କରି ଥିଲେ I ସଭା ଶେଷରେ ବରିଷ୍ଟ ଆଇନଜିବି ତଥା ବାଦଲ ଥା ସବୁ ଅଧିକ ଗ୍ରାମାଞ୍ଚଳରେ ସଚେତନତା କରିବା ଉପରେ ଗୁରୁତ୍ଵ ଦେଇଥିଲେ ଓ ସମସ୍ତ ଅତିଥିଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ,I ରାୟଗଡା ଜିଲ୍ଲାର କଣ ଅନୁକୋଣ ଅଞ୍ଚଳରୁ ବହୁ ବୁଢୀଜୀବି, ଖାଉଟି କର୍ମୀ, ସ୍ଵୟଂ ସହାୟକ ଦଳ, ବରିଷ୍ଟ ନାଗରିକ ମଞ୍ଚ,ଅବସର ସୈନିକ ସଙ୍ଗ, ମହିଳା ଓ ଯୁବକ ସଂଘ, ଆଇନଜୀବି, ଛାତ୍ରଛାତ୍ରୀ, ଗଣ ପ୍ରତିନିଧି, ଭିନ୍ନକ୍ଷମ ବୃନ୍ଦ, ଆଶା ଅଙ୍ଗନାବାଡି ବହୁସଂଖ୍ୟାରେ ଯୋଗଦାନ କରିଲେ I

ରାୟଗଡ଼ ରୁ ଗୌରୀ ପଟନାୟକ ଙ୍କ ରିପୋର୍ଟ 

Related posts

ନୂଆପଡ଼ା ଅଟଳ ବସ ଷ୍ଟାଣ୍ଡ ଆକସ୍ମିକ ବ୍ୟୟ ସମ୍ପର୍କିତ ପ୍ରଚାରିତ ଖବର ଉପରେ ଜିଲ୍ଲା ପ୍ରଶାସନର ପୁଙ୍ଖାନୁପୁଙ୍ଖ ତଦନ୍ତ, ଆତ୍ମସାତ୍ ଅଭିଯୋଗ ଭିତ୍ତିହୀନ ବୋଲି ପ୍ରମାଣିତ 

Advocate Niranjan Bishi Honoured with Prestigious “Plaque of Honour” by Indian Council of Jurists & All India Bar Association

Sunil Chandra Nayak

କଳାହାଣ୍ଡି ସାମ୍ବାଦିକ ସଂଘ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୧୧ ଦଫା ଦାବି ପତ୍ର ଦାଖଲ 

Sunil Chandra Nayak

Leave a Comment

error: Content is protected !!