ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାକ୍ତର ସଙ୍ଘର କାର୍ଯ୍ୟବନ୍ଦ ଆନ୍ଦୋଳନ: ରୋଗୀ ସେବା ବାଧାପ୍ରାପ୍ତ

ଡାକ୍ତର ସଙ୍ଘର କାର୍ଯ୍ୟବନ୍ଦ ଆନ୍ଦୋଳନ: ରୋଗୀ ସେବା ବାଧାପ୍ରାପ୍ତ

ବାଲିଗୁଡ଼ା, ତା, ୦୨/୦୭:(ମନିସ): ଜୁଲାଇ ୧ ତାରିଖ ରାଷ୍ଟ୍ରୀୟ ଡାକ୍ତର ଦିବସରୁ ଓମସା ପକ୍ଷରୁ ୧୦ ଦଫା ଦାବିରେ ପୁଣି ରାଜ୍ୟବ୍ୟାପୀ ଆନ୍ଦୋଳନ ଆରମ୍ଭ ହୋଇଛି । ରାଜ୍ୟ ଡାକ୍ତର ସଙ୍ଘର ନିର୍ଦ୍ଦେଶନାରେ କନ୍ଧମାଳ ଜିଲ୍ଲାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଧାରଣାରେ ବସିଛନ୍ତି ସମୁହ ଡାକ୍ତର । ଡାକ୍ତରମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରୀ ରହିଥିବା ଯୋଗୁଁ ରୋଗୀ ସେବାରେ ଘୋର ପ୍ରଭାବ ପଡ଼ିଥିବା ଦେଖିବାକୁ ମିଳିଛି । ଗୋଟିଏ ପଟେ ସରକାର ଦାବି ପୁରଣ ନକରିବା ଯାଏଁ ଏହି ଆନ୍ଦୋଳନ ଜାରୀ ରହିବ ବୋଲି ଓମସା ପକ୍ଷରୁ କୁହାଯାଉ ଥିବା ବେଳେ ସେପଟେ ଡାକ୍ତରଖାନାରେ ସେବା ନପାଇ ରୋଗୀ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଛି । କନ୍ଧମାଳ ଜିଲ୍ଲାରେ ଜିଲ୍ଲା ଓ ଉପଖଣ୍ଡ ଚିକିତ୍ସାଳୟ ସମେତ ୧୪ଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଏବଂ ୩୪ ଟି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ରୋଗୀସେବା ବାଧାପ୍ରାପ୍ତ ହେଉଥିବା ଜଣାପଡ଼ିଛି । ରୋଗୀ ସେବା ବାଧାପ୍ରାପ୍ତ ଯୋଗୁଁ ଆମେ ଦୁଃଖିତ । ଡାକ୍ତରଙ୍କ ପ୍ରତି ସରକାରଙ୍କ ଅବହେଳା ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ରୋଗୀଙ୍କ ଅସୁବିଧା ପାଇଁ ସରକାର ସମ୍ପୂର୍ଣ୍ଣ ଭାବେ ଦାୟୀ ରହିବେ ବୋଲି ଓମସା କନ୍ଧମାଳ ଜିଲ୍ଲା ସମ୍ପାଦକ ସୁନିଲ୍ କୁମାର ବେହେରା ପ୍ରକାଶ କରିଛନ୍ତି ।

ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ

Related posts

ଆଜି ଆସ ଆମେ ବସ୍ତି କୁ ଯିବା କାର୍ଯ୍ୟକ୍ରମ

masiha

ସଂସ୍କାର ଶିଶୁ ମହୋତ୍ସବ “ମୟୂରୀ ” ଥିମ ସଙ୍ଗ ପ୍ରସ୍ତୁତି ଶେଷ ଆସନ୍ତା ୨୬ରେ ଷ୍ଟାଡିୟମ କନଫରେନ୍ସ ହଲ ରେ ହେବ ଓଡିଓ ରିଲିଜ 

Sunil Chandra Nayak

ଭୁବନେଶ୍ୱର ଆଦିବାସୀ ମେଳାରେ କନ୍ଧମାଳ ଷ୍ଟ୍ରବେରି ର ଚାହିଦା ବୃଦ୍ଧି 

masiha

Leave a Comment

error: Content is protected !!