ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉତ୍ତର ବାଲେଶ୍ୱର ଜିଲ୍ଲା ବିଜେପି ନେତ୍ରୀ ଅଳକା ଜେନାଙ୍କ ଦ୍ୱାରା ୩୦୦ ରୁ ଉର୍ଦ୍ଧ୍ୱ ମହିଳାଙ୍କୁ ମାଗଣା ସାନିଟାରୀ ପେଡ଼ ବଣ୍ଟନ

ଉତ୍ତର ବାଲେଶ୍ୱର ଜିଲ୍ଲା ବିଜେପି ନେତ୍ରୀ ଅଳକା ଜେନାଙ୍କ ଦ୍ୱାରା ୩୦୦ ରୁ ଉର୍ଦ୍ଧ୍ୱ ମହିଳାଙ୍କୁ ମାଗଣା ସାନିଟାରୀ ପେଡ଼ ବଣ୍ଟନ

ଜଳେଶ୍ଵର,୨/୭-(ମନିସ)-ଜଳେଶ୍ଵର ବ୍ଲକ ଅନ୍ତର୍ଗତ କୋଟସାହି ପଞ୍ଚାୟତ ଅଧୀନ ବଙ୍ଗା ଗ୍ରାମରେ ଉତ୍ତର ବାଲେଶ୍ୱର ଜିଲ୍ଲା ବିଜେପି ଯୁବମୋର୍ଚା କାର୍ଯ୍ୟକାରିଣୀ ସଦସ୍ୟା ଅଳକା ଜେନାଙ୍କ ଦ୍ୱାରା ଓଡିଶା ସରକାରଙ୍କ ଦୁଇ ବର୍ଷ ଏବଂ କେନ୍ଦ୍ର ସରକାରଙ୍କର ୧୨ ବର୍ଷ ପୂର୍ତ୍ତି ଅବସରରେ ନାରୀ ମାନଙ୍କ ପାଇଁ ପ୍ରଦାନ କରାଯାଇଥିବା ବିଭିନ୍ନ ଯୋଜନା ବିଷୟରେ ଆଲୋଚନା କରିବା ସହିତ ନିଜେ କିପରି ସ୍ୱାବଲମ୍ବୀ ହୋଇ ପାରିବେ ସେଥି ପ୍ରତି ଧ୍ୟାନ ଦେବା ପାଇଁ ପରାମର୍ଶ ଦିଆ ଯାଇଥିଲା। ଶେଷରେ ତିନି ଶହରୁ ଉର୍ଦ୍ଧ୍ବ ସାନିଟାରୀ ପେଡ଼ ଉପସ୍ଥିତ ମାଆ, ଭଉଣୀ ମାନଙ୍କୁ ପ୍ରଦାନ କରାଯାଇ ଥିଲା। ଉକ୍ତ କାର୍ଯ୍ୟକ୍ରମରେ ପ୍ରଭାକର ନାଥ, ବିଶ୍ୱନାଥ ମହାନ୍ତି, ବଳରାମ ହେମ୍ବ୍ରମ, ବାବଲା ହେମ୍ବ୍ରମ, ଜିତାଂଶୁ ନାଥ, ଧରଣୀ ଜେନା, ତିବରୁ ଟୁଡୁ, ଶଙ୍କର ଟୁଡୁ, କାର୍ତ୍ତିକ ମାରାଣ୍ଡି, ସତ୍ୟସାଧନ ନାଥ, ଶିଶିର ଜେନା, ନରୋତ୍ତମ ନାଥ , ବିବେକ ଜେନା,ସନ୍ତୋଷ ଜେନା, ସାଗର ଜେନା ପ୍ରମୁଖ ଉପସ୍ଥିତ ଥିଲେ।

ସୁକୁମାର ରଣା ଙ୍କ ରିପୋର୍ଟ୍ 

Related posts

ଝାରକଟା ଉପ୍ରା ବିଦ୍ୟାଳୟରେ ଜାତୀୟ କୃମି ନାଶକ ଦିବସ ପାଳିତ 

masiha

ଥୁଆମୁଳ ରାମପୁର ବ୍ଳକ ସ୍ଥିତ ସମାଗୁଡାରେ ମାଘ ଟୋକି ପର୍ବ ପାଳିତ

Sunil Chandra Nayak

ସଫଳ (ଗୁଟକା) ଡିଲର ଓ ସରକାରୀ କର୍ମଚାରୀଙ୍କ ମଧୁଚନ୍ଦ୍ରୀକା ରେ ଚାଲିଛି କାରବାର 

masiha

Leave a Comment

error: Content is protected !!