ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓକିଲ ସଙ୍ଘର ସାଧାରଣ ବୈଠକ ଅନୁଷ୍ଠିତ 

ଓକିଲ ସଙ୍ଘର ସାଧାରଣ ବୈଠକ ଅନୁଷ୍ଠିତ 

ଜୁନାଗଡ଼,୪/୯ମନୀସ) -ଓଡିଶା ଷ୍ଟେଟ ବାର କାଉନସିଲ ଚିଠି ସଂଖ୍ୟା 4848(156)2025ମତେ ଜୁନାଗଡ଼ ଓକିଲ ସଙ୍ଘ ର ଏକ ଜରୁରୀ ସାଧାରଣ ବୈଠକ ଅନୁଷ୍ଠିତ ହୋଇ ଅଫିସ ଅଫ ପ୍ରଫିଟ କିମ୍ବା ଓକିଲାତି ଛାଡି ଅନ୍ୟ କୌଣସି ବ୍ୟବସାୟ କରୁଥିବା ଓକିଲ ବନ୍ଧୁ ମାନଙ୍କୁ ଜଣାଇ ଦେବା ପାଇଁ ସଙ୍ଘ ସଭାପତି ବାଳକୃଷ୍ଣ ଅଚାରୀ ଙ୍କ ସଭାପତିତ୍ୱ ରେ ସଭା ଅନୁଷ୍ଠିତ ହୋଇ ଯାଇଛି l ଏହି ସଭା ରେ ସମସ୍ତ ସଭ୍ୟ ଅଂଶଗ୍ରହଣ କରି ଆଲୋଚନା ମାଧ୍ୟମରେ ସମସ୍ତ ବିଷୟ ବୁଝିଥିଲେ l ଯେଉଁମାନେ ଉକ୍ତ ବ୍ୟବସାୟ କରୁଛନ୍ତି ତେବେ ନିଜ ନିଜ ଓକିଲାତି ଲାଇସେନ୍ସ ସରେନ୍ଡର କରିବା ପାଇଁ ବୈଠକ ରେ ମତ ପ୍ରକାଶ ପାଇଥିଲା l ବରିଷ୍ଟ ସଦସ୍ୟ ଅଶୋକ ପାତ୍ର, ମଦନ ମୋହନ ସାହୁ, ରମେଶ ନାଏକ, ଉପସଭାପତି ଦିଗାମ୍ବର ନାଏକ, ନିଜ ନିଜ ମତ ରଖିଥିଲେ l ସଂଘ ସମ୍ପାଦକ ହିମାଂଶୁ ଶେଖର ବରାଡ଼ ଧନ୍ୟବାଦ ଦେଇ ସଭା ଶେଷ ହୋଇ ଥିଲା l ଏହି ସଭା ରେ ଜଗଜୀବନ ମାଝୀ, କୈଳାସ ଚୌଧୁରୀ, ଧନେଶ୍ୱର ନାଏକ, ଦିବ୍ୟ ଦୀପ, ନରେନ୍ଦ୍ର କ୍ଷିତୀ, ପ୍ରଦୀପ ଦାସ, ପ୍ରବୀଣ ପଟ୍ଟନାୟକ, ଅନନ୍ତ ବେହେରା, ସୁଶୀଲ ପାଢ଼ୀ, ସୁଦୀପ୍ତ ପୁଝlରୀ, ଚିନ୍ମୟ ମେହେର ତାପସ ସାହୁ, ଜୟଦେବ ସୁନାନୀ ପ୍ରମୁଖ ଅଂଶଗ୍ରହଣ କରିଥିଲେ l

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଦ ମିରର ସୋସିଆଲ ଫାଉଣ୍ଡେସନର ସାମାଜିକ କାର୍ଯ୍ୟକ୍ରମ

masiha

ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଉଦଘାଟିତ

masiha

ଏମକେସିଜି ମେଡ଼ିକାଲରେ ଅବ୍ୟବସ୍ଥା: ରେଡ଼ିଓଲୋଜି ବିଭାଗରେ ରୋଗୀ ହେଉଛନ୍ତି ଅସ୍ତବ୍ୟସ୍ତ ,ଅଧୀକ୍ଷକଙ୍କ ନିୟନ୍ତ୍ରଣ ବାହାରେ କର୍ମଚାରୀ 

Sunil Chandra Nayak

Leave a Comment

error: Content is protected !!