ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ସ୍ତରୀୟ ପୋଷଣ ମାହ-୨୦୨୩ ପାଳିତ 

ଜିଲ୍ଲା ସ୍ତରୀୟ ପୋଷଣ ମାହ-୨୦୨୩ ପାଳିତ 

ରାୟଗଡ଼: ୧୪/୯/୨୦୨୩ : ରାୟଗଡ଼ ଜିଲ୍ଲା ପ୍ରଶାସନ ତରଫରୁ ସ୍ଥାନୀୟ ବ୍ଲକ ମିଶନ ଶକ୍ତି ଗୃହ ଠାରେ ଜିଲ୍ଲା ସ୍ତରୀୟ ପୋଷଣ ମାହ-୨୦୨୩ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଭାସ୍କର ରଇତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ଜିଲ୍ଲା କୃଷି ବିଭାଗ ତରଫରୁ ମିଲଟ ମିଶନ ମାଧ୍ୟମରେ ମିଲଟ ଦ୍ଵାରା ବିଭିନ୍ନ ଖାଦ୍ୟ ପ୍ରସ୍ତୁତି ବିଷୟରେ ସଚେତନ କରାଯାଇଥିଲା । ଜିଲ୍ଲାର ସମସ୍ତ ୧୧ଟି ସମନ୍ଵିତ ଶିଶୁ ବିକାଶ ଯୋଜନା ପ୍ରକଳ୍ପରୁ ମଣ୍ଡିଆ ଏବଂ ଅନ୍ୟ ମିଲେଟ ଦ୍ଵାରା ପ୍ରସ୍ତୁତ ହୋଇଥିବା ପିଠା, କେକ, ଲଡୁ, ସୁପ ଭଳି ଖାଦ୍ୟ ସାମଗ୍ରୀର ପ୍ରଦର୍ଶନ କରାଯାଇଥିଲା । ଜିଲ୍ଲା ସ୍ତରୀୟ ପୋଷଣ ମାହ ପାଳନ ଅବସରରେ ନାଚ ଗୀତ, କାହାଣୀ ଓ ଏକକ ଅଭିନୟ ଭଳି ବିଭିନ୍ନ ମାଧ୍ୟମରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ରାୟଗଡ ସ୍ଵୟଂ ଶାସିତ ମହାବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ବିଭାଗର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ମଣ୍ଡିଆ ଓ ସୁଆଁରେ ପ୍ରସ୍ତୁତ ଖିରୀ, ସୁପ, ଲଡୁ ପ୍ରଦର୍ଶନ ସହିତ କେଉଁ ମିଲେଟ ରେ କେତେ ପରିମାଣର ଲୌହ, କ୍ୟାଲସିଅମ ଭଳି ଧାତବ ପଦାର୍ଥ ରହିଛି ଯାହା ମଣିଷ ଶରୀର ପାଇଁ ନିହାତି ଆବଶ୍ୟକ ବୋଲି ସଚେତନ କରାଯାଇଥିଲା । 

ଏହି ଜିଲ୍ଲା ସ୍ତରୀୟ ପୋଷଣ ମାହ ନିମନ୍ତେ ଅନୁଷ୍ଠିତ ସଭାରେ ଯୋଗଦେଇ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରଇତ ଶିଶୁ, କିଶୋରୀ, ଗର୍ଭବତୀ ଓ ପ୍ରସୂତୀ ମହିଳା ମାନଙ୍କ ନିମନ୍ତେ ସରକାରଙ୍କ ଦ୍ଵାରା ପ୍ରଦାନ କରାଯାଉଥିବା ପୋଷଣ ଯୁକ୍ତ ଖାଦ୍ୟ ଅତି ଉଚ୍ଚ ମାନର । ତେଣୁ ସମସ୍ତେ ପୋଷଣ ଓ ରକ୍ତ ହୀନତା ରୋକିବା ନିମନ୍ତେ ପୋଷଣ ଯୁକ୍ତ ଖାଦ୍ୟ ଗ୍ରହଣ କରିବା ନିମନ୍ତେ ପ୍ରତ୍ଯେକ ଲୋକ ପାଖରେ ବାର୍ତ୍ତା ପହଞ୍ଚାଇବା ଆବଶ୍ୟକ ବୋଲି ମତ ପ୍ରକାଶ କରିଥିଲେ। ମାଣ୍ଡିଆ ଭଳି ଅନେକ ମିଲେଟ ରହିଛି ସେହି ଗୁଡିକୁ ଖାଇବା ଆବଶ୍ୟକ ବୋଲି ଗୁରୁତ୍ଵ ଦେଇଥିଲେ ଏବଂ ବିଭିନ୍ନ କାର୍ଯ୍ୟକ୍ରମରେ ଭାଗନେଇଥିବା କୃତି ପ୍ରତିଭାଗୀ ମାନଙ୍କୁ ପୁରଷ୍କାର ପ୍ରଦାନ କରାଯାଇଥିଲା । 

ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ଯାଜ୍ଞସେନୀ ବେହେରା, ଅତିରିକ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡା ମମତା ଚୌଧୁରୀ, ଜିଲ୍ଲା ମୁଖ୍ଯ କ୍ରୁଷି ଅଧିକାରୀ ମନୋଜ ପ୍ରଧାନ,ଉଦ୍ୟାନ ବିଭାଗର ଉପ ନିର୍ଦ୍ଦେଶକ ,ମିଲେଟ ମିଶନର ଡିପିସି ଶିଳା ଭଦ୍ର ଦିଗାଲ, ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀମତୀ କାମାକ୍ଷୀ ମଞ୍ଜରୀ ପାଢୀ, ଜିଲ୍ଲା କୃଷି ଅଧିକାରୀ ଙ୍କ ସମେତ ଜିଲ୍ଲାର ସମସ୍ତ ସିଡିପିଓ, ସୁପରଭାଇଜର, ସ୍ବୟଂ ସହାୟକ ଗୋଷ୍ଠୀର ବ୍ଲକ ଫେଡେରେସନର ସଦସ୍ଯାା, ଅଙ୍ଗନବାଡି କର୍ମୀ, କିଶୋରୀ ବାଳିକା ମାନେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ପୋଷଣ ପ୍ରକଳ୍ପ ପରିଚାଳିକା ସ୍ନେହଲତା ପାଢୀ, ଜିଲ୍ଲା ସଯୋଜିକା ମଧୁଲତା ଦଣ୍ଡସେନା ଓ ଜିଲ୍ଲା ସହାୟକ ମହେନ୍ଦ୍ର ପ୍ରମୁଖ ପରିଚାଳନା କରିଥିଲେ ।

ରାୟଗଡା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ମୁକୁଳା ଟ୍ରାନ୍ସଫମର ନେଇ ଗ୍ରାମବାସୀ ଚିନ୍ତିତ ଓ ଭୟଭୀତ   ସୁରକ୍ଷା ନାମ ନେଇରେ ସୁଖିଲାଟାରେ ଟିପିଏନଓଡିଏଲ ବାହା ବାହା ନେଉଛି 

masiha

ଜିଲ୍ଲା ସ୍ତରୀୟ ଯୁବ ରେଡକ୍ରସ ଶିବିର ଉଦଘାଟିତ

Sunil Chandra Nayak

ସୂଚନା ଫଳକ ରେ ବ୍ୟତିକ୍ରମ,  ସୁଚନା,ଡ୍ରେନ- କାମ… ହୋଇଛି କଂକ୍ରିଟ ରାସ୍ତା 

Sunil Chandra Nayak

Leave a Comment

error: Content is protected !!