ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶ୍ରେଷ୍ଠ ବିଦ୍ୟାଳୟ ପୁରସ୍କାର ପାଇଲା କୁପାରି ହାଇସ୍କୁଲ

ଶ୍ରେଷ୍ଠ ବିଦ୍ୟାଳୟ ପୁରସ୍କାର ପାଇଲା କୁପାରି ହାଇସ୍କୁଲ

ବାଲେଶ୍ଵର,୨୬/୦୨/୨୪- ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ କୁପାରି ହାଇସ୍କୁଲକୁ ମିଳିଲା ଶ୍ରେଷ୍ଠ ବିଦ୍ୟାଳୟ ପୁରସ୍କାର । ରାଜ୍ୟ ସରକାରଙ୍କ ଦ୍ବାରା ୫-ଟି ଅଧିନରେ ଶିକ୍ଷାର ବିକାଶ ପାଇଁ ପ୍ରଥମେ ବିଦ୍ୟାଳୟ ରୂପାନ୍ତରିଣ ଓ ପରେ ଶିକ୍ଷକ/ଶିକ୍ଷୟିତ୍ରୀ, ଅଭିଭାବକ ଓ ଛାତ୍ରଛାତ୍ରୀ ମାନଙ୍କୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ କରାଯାଉଛି । ଏ ନେଇ ସାରା ଓଡିଶାରେ ଶିକ୍ଷାନୁରାଗୀଙ୍କର ଶିକ୍ଷା ପ୍ରତି ଆଗ୍ରହ ଦେଖାଦେଇଛି । ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର କ୍ଷେତ୍ରରେ ଖଇରା ବ୍ଲକ ମଧ୍ୟ ପଛରେ ପଡି ନାହିଁ । ବିଶେଷକରି କୁପାରି ସରକାରୀ ଉଚ୍ଚ ବିଦ୍ୟାଳୟ ଶ୍ରେଷ୍ଠ ବିଦ୍ୟାଳୟ ଭାବେ ପୁରସ୍କୃତ ହୋଇଅଛି । ସେହିପରି ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜଗବନ୍ଧୁ ବେଶ୍ରା ମଧ୍ୟ ଶ୍ରେଷ୍ଠ ପ୍ରଧାନ ଶିକ୍ଷକ ଭାବେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଛନ୍ତି । ଏଥିପାଇଁ କୁପାରି ଅଞ୍ଚଳରେ ଖୁସିର ଲହରୀ ଖେଳି ଯାଇଥିବା ବେଳେ ବହୁ ଛାତ୍ରଛାତ୍ରୀ, ଅଭିଭାବକ ଓ ପୁରାତନ ଛାତ୍ରଛାତ୍ରୀ ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଏବଂ ଶିକ୍ଷା କର୍ମଚାରୀ ମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏହା ସମୁହ ସହଯୋଗର ପ୍ରତିଫଳନ ବୋଲି ପ୍ରଧାନ ଶିକ୍ଷକ ଶ୍ରୀ ବେଶ୍ରା କହିବା ସହ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଵାସିଙ୍ଗି ରେ ଟିଭିଏସ୍ ଏକ୍ସେଲକୁ ପଛରୁ ପିଟିଲା ନୂଆ ହାଇଭା,ଟିଭିଏସ୍ ଆରୋହୀ ମୃତ; କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ

masiha

ପେନସନ ଗ୍ରାହୀ ସଙ୍ଘ ପକ୍ଷରୁ ଟ୍ରେନ ଦୁର୍ଘଟଣାରେ ମୃତକଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ସଭା

ସେଲ ଅଧିକାରୀଙ୍କ ଦରମା ସଂଶୋଧନ ବିଜ୍ଞପ୍ତି ପ୍ରକାଶ

Sunil Chandra Nayak

Leave a Comment

error: Content is protected !!