ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନିର୍ମାଣଧୀନ ପୋଲ ତଳେ ବାଇକ ଖସି, ଦୁଇ ମୃତ

ନିର୍ମାଣଧୀନ ପୋଲ ତଳେ ବାଇକ ଖସି, ଦୁଇ ମୃତ

ପାପଡାହାଣ୍ଡି,26/02, ମନିସ —ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଶହୀଦ ମିନାର ନିକଟ ଟୁରୀ ନଦୀରେ ନିର୍ମାଣଧୀନ ପୋଲ ତଳେ ବାଇକ ଖସି ଦୁଇ ଜଣଙ୍କ ମୃତ୍ୟୁ ହୋଇଛି | ସେମାନେ ହେଲେ ଉମରକୋଟ ବ୍ଲକ ଗୋଇଦୌଡ଼ି ଗ୍ରାମର ବଳରାମ ମୁଦୁଲି ଓ ଡାବୁଗାଁ ଥାନା ଅନ୍ତର୍ଗତ ସିଉନାଗୁଡା ଗ୍ରାମର ରଇନା ଯାନୀ | ଉଭୟ ଗୁରୁତରଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନେବା ସମୟରେ ଦୁହିଁଙ୍କ ମୃତ୍ୟୁ ହୋଇଥିଲା | ରବିବାର ରାତ୍ର 12.30 ଘଣ୍ଟା ସମୟରେ ଉଭୟ ଯୁବତୀ ଯୁବକ ଏକ ବାଇକ OD24J 4210 ଯୋଗେ ନବରଙ୍ଗପୁର ବ୍ଲକ ଲୋଦିଯୋଡି ଯାଉଥିଲେ | ଏହି ସମୟରେ ପାପଡାହାଣ୍ଡି ଟୁରୀ ନଦୀ ପୋଲ ନିର୍ମାଣ କାମ ଜାରି ରହିଛି | ଲୋକଙ୍କ ସୁରକ୍ଷା ନିମନ୍ତେ ପୋଲ ରୁ ଦୂରରେ ଏକ ମାଟି ବିଛାଇ ରଖାଯାଇଛି | ବାଇକ ଚାଳକ ଭାରସାମ୍ୟ ହରାଇ ମାଟି ଗଦା ଉପରେ ଚଢାଇ ପୋଲ ତଳେ ଖସି ପଡି ଗୁରୁତର ହୋଇଥିଲେ | ପୋଲ ନିର୍ମାଣ କାମରେ କାର୍ଯରତ କିଛି ଶ୍ରମିକ ଦୁର୍ଘଟଣା ଘଟିଥିବା ଜାଣିବା ପରେ ଦୁହିଁଙ୍କୁ ଉଦ୍ଧାର କରି 108 ଆମ୍ବୁଲାନ୍ସ ଯୋଗେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ପୋଠାଇବା ସମୟରେ ବାଟ ରେ ହିଁ ଦୁହିଁ ଙ୍କ ମୃତ୍ୟୁ ଘଟିଥିଲା | ପୋଲିସ ଖବର ପାଇଁ ଘଟଣା ସ୍ଥଳ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା | ଉଭୟ ମୃତକ ଙ୍କ ବାପା ଆସି ଅପରାହ୍ନରେ ପାପଡାହାଣ୍ଡି ଥାନାରେ ଏତଲା ଦେବା ପରେ ପୋଲିସ ୟୁଡ଼ି କେସ ନ 50/24 ରୁଜୁ କରି ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ତଦନ୍ତ ଅଧିକାରୀ ଶିବ ପ୍ରସାଦ ଦଳେଇ ସୂଚନା ଦେଇଛନ୍ତି |

ପାପଡାହାଣ୍ଡି ରୁ ସ୍ଵପ୍ନ ଜିତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଡାବୁଗାଁ ରେ ରାମ ନବମୀ ପାଳନ ଅବସରରେ ଶୋଭାଯାତ୍ରା 

masiha

ଆମ ଓଡ଼ିଶା ନବୀନ ଓଡିଶା ସଚେତନତା କାର୍ଯ୍ୟକ୍ରମ

masiha

ବଡ଼ଗାଁ ବ୍ଲକ ପରିସର ରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ

masiha

Leave a Comment

error: Content is protected !!