ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ପୁରୁଷୋତ୍ତମପୁର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରୁ ଚୋରି ଅଭିଯୋଗ 

ପୁରୁଷୋତ୍ତମପୁର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରୁ ଚୋରି ଅଭିଯୋଗ 

ବସ୍ତା,26/02 : ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅଧୀନସ୍ଥ ପୁରୁଷୋତ୍ତମପୁର ପଞ୍ଚାୟତ ଅନ୍ତର୍ଗତ ପୁରୁଷୋତ୍ତମପୁର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରୁ ରବିବାର ବିଳମ୍ବିତ ରାତିରେ ଚୋରି ହୋଇଯାଇଛି। ଦୁର୍ବୃତ୍ତ ମାନେ କାର୍ଯ୍ୟାଳୟର ମୁଖ୍ୟ ଦ୍ବାରର ତାଲା ଭାଙ୍ଗି ଭିତରେ ପଶି ୫୨ ଇଞ୍ଚର ଏଲଇଡ଼ି ଟିଭି,କ୍ୟାମେରା ଓ ୟୁପିଏସ ଚୋରି କରିନେଇ ଚମ୍ପଟ ମାରିଛନ୍ତି।ସୋମବାର ସକାଳ 10 ଟା ସମୟରେ ଗ୍ରାମବାସୀ ଓ କର୍ମଚାରୀମାନେ ପହଞ୍ଚି ଚୋରି ସମ୍ପର୍କରେ ଜାଣିବାକୁ ପାଇଥିଲେ।ଘଟଣା ସମ୍ପର୍କରେ ସରପଞ୍ଚ ସଂଘମିତ୍ରା ବେହେରା ଓ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଜନ୍ମେଜୟ ଦଳାଇ ମଧ୍ୟାହ୍ନ 12 ଟା ସମୟରେ ଥାନାରେ ଅଭିଯୋଗ କରିବା ପରେ ଏସ ଆଇ ସନ୍ଦୀପ କୁମାର କୁଜୁର ଓ ଅନ୍ୟ ପୁଲିସ କର୍ମଚାରୀ ସନ୍ଧାନୀ କୁକୁର ସହ ଘଟଣା ସ୍ଥଳରେ ସଦଳବଳେ ପହଞ୍ଚି ଛାନଭିନ୍ ଜାରି ରଖିଥିଲେ।ଚୋରି ସାମଗ୍ରୀର ଆନୁମାନିକ ମୂଲ୍ୟ ପ୍ରାୟ ୭୦ ହଜାର ଟଙ୍କା ହେବ ବୋଲି ସରପଞ୍ଚ ଶ୍ରୀମତି ବେହେରା ଅପରାହ୍ନ 4 ଟା ସମୟରେ ସୂଚନା ଦେଇଛନ୍ତି।

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ବାଇକ୍ ଚୋର ଧରିପଡିବା ପରେ ପୁଲିସ୍ କୁ ହସ୍ତାନ୍ତର କଲେ ଲୋକେ 

ଦାଦନ ଶ୍ରମିକକୁ ବନ୍ଧକ ଘଟଣା.- ସର୍ଦାର ବିରୁଦ୍ଧରେ ହେବ କାର୍ଯ୍ୟାନୁଷ୍ଠାନ ପାଇଁ ଶ୍ରମ ବିଭାଗ ତତ୍ପର, କେବେ ଗିରଫ କରିବ ପାଟଣାଗଡ଼ ପୁଲିସ , ଘଟଣା ପରେ ଫେରାର ଦାଦନ ସର୍ଦାର 

masiha

ଲକ୍ଷାଧିକ ଟଙ୍କାର ବ୍ରାଉନ ସୁଗାର ଜବତ, ଜଣେ ଗିରଫ

Sunil Chandra Nayak

Leave a Comment

error: Content is protected !!