ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ପୁରୁଷୋତ୍ତମପୁର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରୁ ଚୋରି ଅଭିଯୋଗ 

ପୁରୁଷୋତ୍ତମପୁର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରୁ ଚୋରି ଅଭିଯୋଗ 

ବସ୍ତା,26/02 : ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅଧୀନସ୍ଥ ପୁରୁଷୋତ୍ତମପୁର ପଞ୍ଚାୟତ ଅନ୍ତର୍ଗତ ପୁରୁଷୋତ୍ତମପୁର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରୁ ରବିବାର ବିଳମ୍ବିତ ରାତିରେ ଚୋରି ହୋଇଯାଇଛି। ଦୁର୍ବୃତ୍ତ ମାନେ କାର୍ଯ୍ୟାଳୟର ମୁଖ୍ୟ ଦ୍ବାରର ତାଲା ଭାଙ୍ଗି ଭିତରେ ପଶି ୫୨ ଇଞ୍ଚର ଏଲଇଡ଼ି ଟିଭି,କ୍ୟାମେରା ଓ ୟୁପିଏସ ଚୋରି କରିନେଇ ଚମ୍ପଟ ମାରିଛନ୍ତି।ସୋମବାର ସକାଳ 10 ଟା ସମୟରେ ଗ୍ରାମବାସୀ ଓ କର୍ମଚାରୀମାନେ ପହଞ୍ଚି ଚୋରି ସମ୍ପର୍କରେ ଜାଣିବାକୁ ପାଇଥିଲେ।ଘଟଣା ସମ୍ପର୍କରେ ସରପଞ୍ଚ ସଂଘମିତ୍ରା ବେହେରା ଓ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଜନ୍ମେଜୟ ଦଳାଇ ମଧ୍ୟାହ୍ନ 12 ଟା ସମୟରେ ଥାନାରେ ଅଭିଯୋଗ କରିବା ପରେ ଏସ ଆଇ ସନ୍ଦୀପ କୁମାର କୁଜୁର ଓ ଅନ୍ୟ ପୁଲିସ କର୍ମଚାରୀ ସନ୍ଧାନୀ କୁକୁର ସହ ଘଟଣା ସ୍ଥଳରେ ସଦଳବଳେ ପହଞ୍ଚି ଛାନଭିନ୍ ଜାରି ରଖିଥିଲେ।ଚୋରି ସାମଗ୍ରୀର ଆନୁମାନିକ ମୂଲ୍ୟ ପ୍ରାୟ ୭୦ ହଜାର ଟଙ୍କା ହେବ ବୋଲି ସରପଞ୍ଚ ଶ୍ରୀମତି ବେହେରା ଅପରାହ୍ନ 4 ଟା ସମୟରେ ସୂଚନା ଦେଇଛନ୍ତି।

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ଗ୍ରାହକ ସେବାକେନ୍ଦ୍ରରୁ ବନ୍ଧୁକ ମୁନରେ ୫୦ ହଜାର ଟଙ୍କା ଲୁଟ୍ 2- ଟ୍ରକର ପଛକୁ ଧକ୍କା ଦେଲା ଡ଼ମ୍ଫର , ଚାଳକ ଗୁରୁତର

masiha

ଦିବ୍ୟାଙ୍ଗ ଯୁବତୀ କୁ ଦୁଷ୍କର୍ମ ।ଅଭିଯୁକ୍ତ ବାହାରେ ନିର୍ଭୟରେ ବୁଲୁଛି। ଅଭିଯୁକ୍ତ କୁ ଗିରଫ କରୁନାହିଁ ପୋଲିସ । ନ୍ୟାୟ ପାଇଁ ଡିଜି ଙ୍କ ଦ୍ୱାରସ୍ଥ ହେଲେ ପିଡିତା 

Sunil Chandra Nayak

ଭିଜିଲାସନ୍ସ ଜାଲ ରେ ଜଳ ବିଭାଜିକା କର୍ମୀ

masiha

Leave a Comment

error: Content is protected !!