ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଜୀବ କୁମାର କରଣ ଙ୍କ ସ୍ମୃତିଚାରଣ

ରାଜୀବ କୁମାର କରଣ ଙ୍କ ସ୍ମୃତିଚାରଣ

ରାଉରକେଲା: ସହରର ଜଣାଶୁଣା ଟିକେଟ କାଉଣ୍ଟର ବିକ୍ରେତା ତଥା ସମାଜସେବୀ ରାଜୀବ କୁମାର କରଣ ଙ୍କ ଦ୍ବାଦଶାହ ଦିବସରେ ଏକ ସ୍ମୃତି ଚାରଣ ସଭ ଅନୁଷ୍ଠିତ ହୋଇଯାଇଛି। ସେକ୍ଟର ୨ ସ୍ଥିତ ସିଟୁ କାଉଣ୍ଟରର ବରିଷ୍ଠ କର୍ମକର୍ତ୍ତା ମୀନକେତନ ରାଉତ ଙ୍କ ସଭାପତିତ୍ବରେ ଆୟୋଜିତ ଏହି ସଭାରେ ରଘୁନାଥପାଲି ବିଧାୟକ ସୁବ୍ରତ ତରାଇ, ବିମାନ ମାଇତି, ବସନ୍ତ ନାୟକ, ରାଜକିଶୋର ପ୍ରଧାନ, ସୁରେନ୍ଦ୍ର ବରାଳ, ଓସ୍କାର କୁଜୁର, ଗଗନ ଶତପଥୀ, ମଳୟ କୁମାର ଦାସ, ଟୁନା ମହାପାତ୍ର, ମନୋଜ ପଟ୍ଟନାୟକ, ଉମେଶ ଶରଣ, ଅଜୟ ଦାସ, ସୁଶାନ୍ତ ପଣ୍ଡା,ଦୀପକ ଦାସ,ନିରାପଦ ପଦି, ମନୋରଞ୍ଜନ ଦାଶ,ଶ୍ରୀକାନ୍ତ ଦାସ, ଶ୍ରୀମନ୍ତ ବେହେରା,ବାବୁନି ମହାପାତ୍ର,ସୁକେନ୍ଦୁ ପାତ୍ର, ଜଗବନ୍ଧୁ ନାୟକ, ସୁରେନ୍ଦ୍ର ଦାଶ, ରାଜୀବ ନାୟକ,ବୁବୁ ପତି, ଦିଲ୍ଲିପ ଧଳସାମନ୍ତ, ଅନିରୁଦ୍ଧ ସାମଲ, ନାରାୟଣ ମହାନ୍ତି, ଅରବିନ୍ଦ ଦାସ, ଦେବେନ୍ଦ୍ର ପରିଜା, ଅରୁଣ ନାୟକ ପ୍ରମୁଖ ସ୍ମୃତି ଚାରଣ ସହ ତାଙ୍କ ସହ ବିତାଇଥିବା ମୁହୁର୍ତ୍ତ କୁ ରୋମନ୍ଥନ କରିଥିଲେ। ଏହି ଅବସରରେ ବିଭିନ୍ନ ସ୍ଥାନରେ ଥିବା ଟିକେଟ କାଉଣ୍ଟର ର କର୍ମକର୍ତ୍ତା ଗଣ ଓ ବହୁ ରାଜୀବ ପ୍ରେମୀ ଉପସ୍ଥିତ ଥିଲେ। ଶେଷରେ ସମସ୍ତେ ଗଙ୍ଗା ଭୋଜିରେ ମିଳିତ ହୋଇଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଓଡିଆ ସାହିତ୍ୟ ସଂସ୍କୃତି ସମ୍ପର୍କିତ ଆଲୋଚନା ଚକ୍ର ଶ୍ରୀଜଗନ୍ନାଥ ମହାବିଦ୍ୟାଳୟରେ ଅନୁଷ୍ଠିତ 

masiha

ରାତୁଲ ଗାଁରେ ଅଗ୍ନି ଭୈରବଙ୍କ ଝାମୁଯାତ୍ରା 

Sunil Chandra Nayak

ସୁନ୍ଦରଗଡ଼ ଜିଲ୍ଲା ପତଂଜଳି ଯୋଗ ପରିବାର ଆନୁକୁଲ୍ୟରେ ପବିତ୍ର ରାମନବମୀ ଓ ସ୍ବାମୀଜୀଙ୍କ ସନ୍ନ୍ୟାସ ଦୀକ୍ଷା ଦିବସ ପାଳନ 

masiha

Leave a Comment

error: Content is protected !!