ପାପଡାହାଣ୍ଡି 19/6, ମନିସ – ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ମୋକିଆ ବାତ୍ୟା ଆଶ୍ରୟସ୍ଥଳୀ ଠାରେ ସୋମବାର ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ପାପଡାହାଣ୍ଡି ଅଗ୍ନିଶମ ବିଭାଗ ତରଫରୁ ମକଡ୍ରିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ବିଡ଼ିଓ ଦିବାକର ବାଗଙ୍କ ଅଧକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ତହସିଲଦାର ଯୋଗେଶ୍ୱର ଭୋଇ, ସରପଞ୍ଚ ଜଗତ ଜୀବନ ନାୟକ, ଯୁଗଳ ବିଶୋଇ ପ୍ରମୁଖ ଯୋଗଦେଇଥିଲେ | ଆଗାମୀ ବର୍ଷା ଋତୁରେ କିଭଳି ପ୍ରାକୃତିକ ଵିପର୍ଯ୍ୟ ର ମୁକାବିଲା କରାଯାଇପାରିବ ସେ ନେଇ ବିଡିଓ ପ୍ରାଞ୍ଜଳ ଭାବେ ଉପସ୍ଥିତ ଅତିଥି ମାନଙ୍କୁ ବୁଝାଇ ଥିଲେ | ମକଡ୍ରିଲ ମାଧ୍ୟମରେ ପ୍ରାକୃତିକ ବିପର୍ଯୟ ର କିଭଳି ମୁକାବିଲା କରାଯାଇପାରିବ ସେ ନେଇ ଅଗ୍ନିଶମ ବିଭାଗ ତରଫରୁ ବିଭିନ୍ନ କାର୍ଯ୍ୟକ୍ରମ କରାଯାଇଥିଲା | କାର୍ଯ୍ୟକ୍ରମରେ ପଞ୍ଚାୟତ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ , ଶିକ୍ଷୟତ୍ରୀ ଶିକ୍ଷକ , ଅଙ୍ଗନବାଡି କର୍ମୀ, ଆଶା କର୍ମୀ , ସି ଆର ସି ସି , ପ୍ରାଣୀଧନ ନିରକ୍ଷକ ମାନେ ଉପସ୍ଥିତ ଥିଲେ |
previous post