ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ଅଗ୍ନିଶମ ବିଭାଗର ମକଡ୍ରିଲ 

ପାପଡାହାଣ୍ଡି 19/6, ମନିସ – ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ମୋକିଆ ବାତ୍ୟା ଆଶ୍ରୟସ୍ଥଳୀ ଠାରେ ସୋମବାର ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ପାପଡାହାଣ୍ଡି ଅଗ୍ନିଶମ ବିଭାଗ ତରଫରୁ ମକଡ୍ରିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ବିଡ଼ିଓ ଦିବାକର ବାଗଙ୍କ ଅଧକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ତହସିଲଦାର ଯୋଗେଶ୍ୱର ଭୋଇ, ସରପଞ୍ଚ ଜଗତ ଜୀବନ ନାୟକ, ଯୁଗଳ ବିଶୋଇ ପ୍ରମୁଖ ଯୋଗଦେଇଥିଲେ | ଆଗାମୀ ବର୍ଷା ଋତୁରେ କିଭଳି ପ୍ରାକୃତିକ ଵିପର୍ଯ୍ୟ ର ମୁକାବିଲା କରାଯାଇପାରିବ ସେ ନେଇ ବିଡିଓ ପ୍ରାଞ୍ଜଳ ଭାବେ ଉପସ୍ଥିତ ଅତିଥି ମାନଙ୍କୁ ବୁଝାଇ ଥିଲେ | ମକଡ୍ରିଲ ମାଧ୍ୟମରେ ପ୍ରାକୃତିକ ବିପର୍ଯୟ ର କିଭଳି ମୁକାବିଲା କରାଯାଇପାରିବ ସେ ନେଇ ଅଗ୍ନିଶମ ବିଭାଗ ତରଫରୁ ବିଭିନ୍ନ କାର୍ଯ୍ୟକ୍ରମ କରାଯାଇଥିଲା | କାର୍ଯ୍ୟକ୍ରମରେ ପଞ୍ଚାୟତ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ , ଶିକ୍ଷୟତ୍ରୀ ଶିକ୍ଷକ , ଅଙ୍ଗନବାଡି କର୍ମୀ, ଆଶା କର୍ମୀ , ସି ଆର ସି ସି , ପ୍ରାଣୀଧନ ନିରକ୍ଷକ ମାନେ ଉପସ୍ଥିତ ଥିଲେ |

ପାପଡାହାଣ୍ଡି ରୁ ସ୍ବପ୍ନ ଜୀତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ବୌଦ୍ଧ ସହରର ମନ୍ଦିର ଗୁଡିକ ସହିତ ବୁଦ୍ଧ କୀର୍ତ୍ତିରାଜ ବିକାଶ ପାଇଁ ସମୀକ୍ଷା କଲେ ଜିଲ୍ଲାପାଳ

Sunil Chandra Nayak

ଗାଙ୍ଗପୁର ବିବେକାନନ୍ଦ ଶିଶୁ ଶିକ୍ଷା ପ୍ରତିଷ୍ଠାନରେ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

Sunil Chandra Nayak

ଗୁହାଳଡାଙ୍ଗିରୀରେ ଧାନ ମଣ୍ଡି ଖୋଲିଲା

masiha

Leave a Comment

error: Content is protected !!