ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଇନ୍ଦ୍ରାବତୀ ଉଚ୍ଚ ବିଦ୍ୟାଳୟ ର ଶିକ୍ଷାଦାନ ବ୍ୟବସ୍ଥା ସୁଧାର ପାଇଁ ପ୍ରୟାସ 

ତେନ୍ତୁଳିଖୁଣ୍ଟି ୧୯/୦୬/୨୩ // ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଖାତିଗୁଡା ସ୍ଥିତ ପ୍ରକଳ୍ପ ପରିଚାଳିତ ବିଦ୍ୟାଳୟ ର ପରିଚାଳନା ଦ୍ବନ୍ଦ୍ୱ ତୁଟି ନଥିବା ବେଳେ ଛାତ୍ର ଛାତ୍ରୀ ଙ୍କ ସ୍ୱାର୍ଥ କୁ ଆଖି ଆଗରେ ରଖି ଶିକ୍ଷାଦାନ ପାଇଁ ଦୁଇ କଣ ଟି ଜି ଟି (କଳା) ଓ ଜଣେ ଲେଖାଏଁ କ୍ଲାସିକାଲ ହିନ୍ଦୀ ଶିକ୍ଷକ ତଥା ପି ଇ ଟି ଙ୍କୁ ଡେପୁଟେସନ କରିଛନ୍ତି ଜିଲ୍ଲା ଶିକ୍ଷାଧିକାରୀ। ଜିଲ୍ଲା ଶିକ୍ଷା ଅଧିକାରୀ କାର୍ଯ୍ୟଳୟ ରୁ 17 ଜୁନ ରେ ପତ୍ର ସଂଖ୍ୟା 2818 ପ୍ରକାରେ ବିରିଗୁଡା ସରକାରୀ ଉଚ୍ଚ ବିଦ୍ୟାଳୟ ର ଜ୍ୟୋତିର୍ମୟୀ ଛୋଟରାୟ ,ଲମତ।ଗୁଡ଼ା ୟୁ ଜି ଉଚ୍ଚ ବିଦ୍ୟାଳୟର ଏଲ ସୁଜାତା ଆଚାରି ଟି ଜି ଟି (କଳା,) ଙ୍କୁ ସୋମ ରୁ ଶନିବାର ଇନ୍ଦ୍ରାବତୀ ଉଚ୍ଚ ବିଦ୍ୟାଳୟକୁ ଡେପୁଟେସନ କରାଯାଇଛି। ସେହିଭଳି ଲମତା ଗୁଡାର କ୍ଲାସିକାଲ ଶିକ୍ଷକ ସୁବ୍ରତ ରଥ ଙ୍କୁ ସୋମବାର ମଙ୍ଗଳବାର ଓ ବୁଧ ବାର ଇନ୍ଦ୍ରାବତୀ ଉଚ୍ଚ ବିଦ୍ୟାଳୟ କୁ ଡେପୁଟେସନ କରାଯାଇଛି। ଦେଓପାଲି ଉ ଜି ଉଚ୍ଚ ବିଦ୍ୟାଳୟ ର ହିନ୍ଦୀ ଶିକ୍ଷକ ଙ୍କୁ ଗୁରୁବାର ଶୁକ୍ରବାର ଓ ଶନିବାର ଇନ୍ଦ୍ରାବତୀ ଉଚ୍ଚ ବିଦ୍ୟାଳୟ କୁ ଡେପୁଟେସନ ଆଦେଶ ହୋଇଛି। ପିଇଟି ମିନା କୁମାରୀ ମହାନ୍ତି ଙ୍କୁ ଶୁକ୍ରବାର ଶନିବାର ଇନ୍ଦ୍ରାବତୀ ଉଚ୍ଚ ବିଦ୍ୟାଳୟ କୁ ଡେପୁଟେସନ ଆଦେଶ ହୋଇଛି। 20 ଜୁଲାଇ 2018 ରେ ପ୍ରମୁଖ ସଚିବ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତବୈଠକରେ ବିଦ୍ୟାଳୟ ଓ ଗାଁ ଶିକ୍ଷା ବିଭାଗୀୟ ସଚିବ ଙ୍କ ଉପସ୍ଥିତିରେ ପ୍ରକଳ୍ପ ପରିଚାଳିତ ବିଦ୍ୟାଳୟ ଗଣ ଶିକ୍ଷା ବିଭାଗକୁ ହସ୍ତାନ୍ତର ହେବ ବୋଲି ନିଷ୍ପତ୍ତି ହୋଇଥିଲା। କିନ୍ତୁ ବର୍ତ୍ତମାନ ସୁଦ୍ଧା ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗରୁ ହସ୍ତାନ୍ତର ତଥା ମୋଡାଲିଟି ଓ ଏସ ଓ ପି ଜିଲ୍ଲା ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ କୁ ଆସିନି। ଏଣୁ ନିର୍ଦେଶ ଆସିବା ପର୍ଯ୍ୟନ୍ତ ଉକ୍ତ ବିଦ୍ୟାଳୟ ର ଶିକ୍ଷାଦାନ ଠିକ ରୂପେ କରାଇବା ପାଇଁ ଜିଲ୍ଲା ଶିକ୍ଷାଧିକରି କାର୍ଯ୍ୟାଳୟ ଡେପୁଟେସନ କରିଥିବା ଚିଠିରେ ଉଲ୍ଲେଖ ରହିଛି। ଅପେକ୍ଷା କେବେ ହେବ ହସ୍ତାନ୍ତର ପ୍ରକ୍ରିୟା?

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ସାତ ଦିନିଆ ବନ୍ଯା ଓ ବାତ୍ଯା ମୁକାବିଲା ସଚେତନତା ଶିବିର ଉଦ୍ଘାଟିତ

Medha Patkar Detained by Police at Rayagada Railway Station

masiha

ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ୨୦୨୩

masiha

Leave a Comment

error: Content is protected !!