ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡ୍ରିମ୍ ଟିମ୍ ଫାଉଣ୍ଡେସନର ଅଷ୍ଟମ ପ୍ରତିଷ୍ଠା ଦିବସ

ରାଉରକେଲା/ ସାମାଜିକ ପ୍ରତିବଦ୍ଧତା ରଖି ତିଆରି ହୋଇଥିବା ସ୍ବେଚ୍ଛାସେବୀ ଅନୁଷ୍ଠାନ ଡ୍ରିମ ଟିମ୍ ଫାଉଣ୍ଡେସନର ଅଷ୍ଟମ ପ୍ରତିଷ୍ଠା ଦିବସ ସିଭିଲଟାଉନସିପ ଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ମୁଖ୍ୟ ଟ୍ରଷ୍ଟି ପଦ୍ମିନୀ ପାଣିଗ୍ରାହୀ ଓ ଅଧ୍ୟକ୍ଷ ଅମୀୟ ଦାସ, ବରିଷ୍ଠ ସଦସ୍ୟ ଅଜୟ ପୂଜାରୀ ଓ ଆଲୋକ ବେହେରା ପ୍ରମୁଖ ଯୋଗଦେଇ ବିଗତ ବର୍ଷର କାର୍ଯ୍ୟଗୁଡିକୁ ସମୀକ୍ଷା କରିବା ସହ ଆଗକୁ କିପରି କାର୍ଯ୍ୟକ୍ରମ ଗୁଡିକ ଲୋକାଭିମୁଖି ହୋଇ ପାରିବ ସେ ସଂପର୍କରେ ବିଭିନ୍ନ ପ୍ରସ୍ତାବ ପାରିତ କରିଥିଲେ । ପ୍ରତିଷ୍ଠା ଦିବସ ଉପଲକ୍ଷେ କେକ୍ କଟାଯାଇ ଉପସ୍ଥିତ ସଦସ୍ୟଙ୍କ ମଧ୍ୟରେ ବଣ୍ଟନ କରାଯାଇଥିଲା । ସୂଚନା ଯୋଗ୍ୟ ଯେ ଡ୍ରିମ ଟିମ୍ ସହରରେ ହେଉଥିବା ବିଭିନ୍ନ ଭୋଜିଭାତରେ ବଳକା ହେଉଥିବା ଖାଦ୍ୟ ଗୁଡିକ ସଂଗ୍ରହ କରି ଆବଶ୍ୟକତା ହେଉଥିବା ଭୋକିଲା , ଆଶ୍ରମ କିମ୍ବା ବସ୍ତି ଅଂଚଳରେ ବଣ୍ଟନ କରିଦେଇଥାନ୍ତି। ଏଥିପାଇଁ ଭୋଜିଭାତ କରୁଥିବା ଅନୁଷ୍ଠାନ ଗୁଡିକ ବଳକା ଖାଦ୍ୟ ରହିଲେ ଡ୍ରିମ୍ ଟିମ୍ ସହ ଯୋଗାଯୋଗ କରିଥାନ୍ତି । ଏହି ପ୍ରତିଷ୍ଠା ଦିବସ ପାଳନ ଅବସରରେ ଅନ୍ୟ ବରିଷ୍ଠ ସଦସ୍ୟ ସର୍ବଶ୍ରୀ ସନ୍ତୋଷ ସଏ, ମହେନ୍ଦ୍ର ମହାନ୍ତି, ବିକାଶ ବାନାର୍ଜୀ, ଅଜୟ ପ୍ରଧାନ, ମୀନତି ବାରିକ, ସୁଦୀପ୍ତା ଜେନା, ପଞ୍ଚାନନ ଜେନା, ଲିତାଞ୍ଜଳୀ ପତି, ସଲିତ ପତି ପ୍ରମୁଖ ଉପସ୍ଥିତ ଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଦୁଇ ଦ୍ବିଦିବସୀୟ ଏମଏସଏମଇ ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

ବନ୍ଧୁଗାଁ ବ୍ଲକରେ ନୂତନ ଭାବେ ୨୮୩ ଜଣଙ୍କୁ ମଧୁବାବୁ ଭତ୍ତା ଯୋଜନାରେ ଅନ୍ତର୍ଭୁକ୍ତ

masiha

ଶିକ୍ଷାଦାନ କ୍ଷେତ୍ରରେ ନାଇସ ଇନଷ୍ଟିଚ୍ୟୁଟର ସଫଳତା 

Leave a Comment

error: Content is protected !!