ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡ୍ରିମ୍ ଟିମ୍ ଫାଉଣ୍ଡେସନର ଅଷ୍ଟମ ପ୍ରତିଷ୍ଠା ଦିବସ

ରାଉରକେଲା/ ସାମାଜିକ ପ୍ରତିବଦ୍ଧତା ରଖି ତିଆରି ହୋଇଥିବା ସ୍ବେଚ୍ଛାସେବୀ ଅନୁଷ୍ଠାନ ଡ୍ରିମ ଟିମ୍ ଫାଉଣ୍ଡେସନର ଅଷ୍ଟମ ପ୍ରତିଷ୍ଠା ଦିବସ ସିଭିଲଟାଉନସିପ ଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ମୁଖ୍ୟ ଟ୍ରଷ୍ଟି ପଦ୍ମିନୀ ପାଣିଗ୍ରାହୀ ଓ ଅଧ୍ୟକ୍ଷ ଅମୀୟ ଦାସ, ବରିଷ୍ଠ ସଦସ୍ୟ ଅଜୟ ପୂଜାରୀ ଓ ଆଲୋକ ବେହେରା ପ୍ରମୁଖ ଯୋଗଦେଇ ବିଗତ ବର୍ଷର କାର୍ଯ୍ୟଗୁଡିକୁ ସମୀକ୍ଷା କରିବା ସହ ଆଗକୁ କିପରି କାର୍ଯ୍ୟକ୍ରମ ଗୁଡିକ ଲୋକାଭିମୁଖି ହୋଇ ପାରିବ ସେ ସଂପର୍କରେ ବିଭିନ୍ନ ପ୍ରସ୍ତାବ ପାରିତ କରିଥିଲେ । ପ୍ରତିଷ୍ଠା ଦିବସ ଉପଲକ୍ଷେ କେକ୍ କଟାଯାଇ ଉପସ୍ଥିତ ସଦସ୍ୟଙ୍କ ମଧ୍ୟରେ ବଣ୍ଟନ କରାଯାଇଥିଲା । ସୂଚନା ଯୋଗ୍ୟ ଯେ ଡ୍ରିମ ଟିମ୍ ସହରରେ ହେଉଥିବା ବିଭିନ୍ନ ଭୋଜିଭାତରେ ବଳକା ହେଉଥିବା ଖାଦ୍ୟ ଗୁଡିକ ସଂଗ୍ରହ କରି ଆବଶ୍ୟକତା ହେଉଥିବା ଭୋକିଲା , ଆଶ୍ରମ କିମ୍ବା ବସ୍ତି ଅଂଚଳରେ ବଣ୍ଟନ କରିଦେଇଥାନ୍ତି। ଏଥିପାଇଁ ଭୋଜିଭାତ କରୁଥିବା ଅନୁଷ୍ଠାନ ଗୁଡିକ ବଳକା ଖାଦ୍ୟ ରହିଲେ ଡ୍ରିମ୍ ଟିମ୍ ସହ ଯୋଗାଯୋଗ କରିଥାନ୍ତି । ଏହି ପ୍ରତିଷ୍ଠା ଦିବସ ପାଳନ ଅବସରରେ ଅନ୍ୟ ବରିଷ୍ଠ ସଦସ୍ୟ ସର୍ବଶ୍ରୀ ସନ୍ତୋଷ ସଏ, ମହେନ୍ଦ୍ର ମହାନ୍ତି, ବିକାଶ ବାନାର୍ଜୀ, ଅଜୟ ପ୍ରଧାନ, ମୀନତି ବାରିକ, ସୁଦୀପ୍ତା ଜେନା, ପଞ୍ଚାନନ ଜେନା, ଲିତାଞ୍ଜଳୀ ପତି, ସଲିତ ପତି ପ୍ରମୁଖ ଉପସ୍ଥିତ ଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ନଙ୍ଗଲବୋର୍ଡ ରେ ଡାଇରିଆ ଆତଙ୍କ, ୧୬ ଆକ୍ରାନ୍ତ, ୬ ଗୁରୁତର 

Sunil Chandra Nayak

ଧର୍ମଗଡ ବ୍ଲକ ବଗାଡ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ବିଶ୍ବଜିତ ବେହେରାଙ୍କୁ ମିଳିଲା ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର

masiha

ଯୁଡ଼ିଆରେ ହାତୀ ଉପଦ୍ରବରେ ଚାଷୀ ସର୍ବସ୍ବାନ୍ତ ; ଘର ଭାଙ୍ଗି ଧାନ,ଚାଉଳ ଖାଇ ଦେଲା ; ଚାଷୀ ମୁଣ୍ଡରେ ଚଡକ

masiha

Leave a Comment

error: Content is protected !!