ଇନର ହୁନଲ କ୍ଲବ୍ ରିଭରସାଇଡ୍ ତରଫରୁ ବରିଷ୍ଠ ନାଗରିକଙ୍କୁ ସମ୍ବର୍ଦ୍ଧନା
ରାଉରକେଲା:ଇନର ହ୍ବିଲ କ୍ଲବ ଅଫ ରାଉରକେଲା ରିଭର ସାଇଡ ଆନୁକୂଲ୍ୟରେ ଗୋପବନ୍ଧୁ ପାଠାଗାର ପରିସରରେ “ବିଶ୍ଵ ବୟସ୍କ ଦିବସ” କ୍ଲବ ର ଅଧ୍ୟକ୍ଷାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ରାଉରକେଲାର ବିଶିଷ୍ଟ ଶଲ୍ୟ ଚିକିତ୍ସକ ଡାକ୍ତର ପ୍ରଫୁଲ୍ଲ ଚନ୍ଦ୍ର ମହାପାତ୍ର ଏବଂ ପାଠାଗାରର ସଭାପତି ନବଘନ ସାହୁ ପ୍ରଦୀପ ପ୍ରଜ୍ଜ୍ଵଳନ ପୂର୍ବକ କାର୍ଯ୍ୟକ୍ରମର ଉଦ୍ଘାଟନ କରିଥିଲେ। ଅଧ୍ୟକ୍ଷା ସ୍ବାଗତ ଭାଷଣ ଦେଇ ଥିଲେ। ଏହି ସଭାରେ ସର୍ବଶ୍ରୀ ଶରତ ଚନ୍ଦ୍ର ମହାନ୍ତି, ଜ୍ଞାନେନ୍ଦ୍ର କୁମାର ରାୟ, ଦେବରାଜ ଗୌଡ, ନଗେନ ସାମନ୍ତରାୟ, ପ୍ରେମାନନ ମହାପାତ୍ର, ଲଲନ ମୋହନ ଦାସ, ଗ୍ୟାନେଶ୍ୱର ଭୂୟାଁ, ଇଗ୍ନେଶ ହାଁସଦା, ଆର୍ କୁମାର, ଡି.ଜେ ସିହ୍ନା, ଅତୁଲ୍ୟ କୁମାର ମହାକୁଡ ପ୍ରମୁଖ ଅଶୀବର୍ଷ ବୟସରୁ ଅଧିକ ବୟୋଜ୍ୟେଷ୍ଠ ନାଗରିକଙ୍କୁ କ୍ଲବ ତରଫରୁ ପୁଷ୍ପ ଗୁଚ୍ଛ, ଉଲ୍ ଟୋପି ଏବଂ ମଫଲର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ନିରଞ୍ଜନ ନନା ରକ୍ଷାସୂତ୍ର ବନ୍ଧନ କରି ସମସ୍ତଙ୍କୁ ଆଶିର୍ବାଦ କରିଥିଲେ । ସମିତିର ସଦସ୍ୟା ମାନେ ଭକ୍ତି ସଙ୍ଗୀତ ପରିବେଷଣ କରିଥିଲେ। ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ଶଙ୍କର ପ୍ରସାଦ ତ୍ରିପାଠୀ,ଲକ୍ଷ୍ମଣ ନାଥ ଦାସ, ସୁଖବିନ୍ଦର ସିଂ ଶେଖୋଁ ପ୍ରମୁଖ ବହୁ ବ୍ୟକ୍ତି ଉପସ୍ଥିତ ଥିଲେ l
କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍

