ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅନୁଗୁଳ ଆମ୍ବେଦକର ଭବନ ଉଚ୍ଛେଦ ନୋଟିସର ପ୍ରତିବାଦ ,  କଳାହାଣ୍ଡି ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କଲା ବହୁଜନ ମିଳିତ ମହାସଂଘ

ଭବାନୀପାଟଣା,୧୯/୦୬( )-ଅନୁଗୁଳ ଜିଲ୍ଲାପାଳଙ୍କ ଦ୍ୱାରା ଅନୁଗୁଳର ଆମ୍ବେଦକର ଫାଉଣ୍ଡେସନ ଭବନ ଓ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ଉଚ୍ଛେଦ ପାଇଁ ଦିଆଯାଇଥିବା ନୋଟିସକୁ ପ୍ରତ୍ୟାହାର କରି ଫାଉଣ୍ଡେସନକୁ ଜମି ପଟ୍ଟା ପ୍ରଦାନ ଓ ପ୍ରତିମୂର୍ତ୍ତିମାନଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କୁ ଦାବି କରିଛି ବହୁଜନ ମିଳିତ ମହାସଂଘ ! ଆଜି କଳାହାଣ୍ଡି ଜିଲ୍ଲାପାଳଙ୍କ ଜରିଆରେ ଏନେଇ ଏକ ଦାବିପତ୍ର ପ୍ରଦାନ କରାଯାଇଛି ! ଓଡ଼ିଶାର ଅଗ୍ରଣୀ ସାମାଜିକ ଓ ବୈଚାରିକ ସଂଗଠନ ଅଲ୍ ଓଡିଶା ସିଡ୍ଯୁଲ୍ଡ କାଷ୍ଟ ଫେଡେରେସନ, ଓବିସି-ଏସଟି-ଏସସି ମିଳିତ ମହାସଂଘ, ଭୀମ ଆର୍ମୀ, ବହୁଜନ ମୁକ୍ତି ମୋର୍ଚ୍ଚା, ବହୁଜନ ସମାଜ ପାର୍ଟି, ବ୍ରାସ୍ ସଂଗଠନର କର୍ମକର୍ତ୍ତାମାନଙ୍କ ଏକ ମିଳିତ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ ! ଏଥିରେ ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନର କାର୍ଯ୍ୟକାରୀ ସଭାପତି ଋଷିସୂଦନ ଛତ୍ରପାଲ, ଆଶିଷ ରଞ୍ଜନ ନାଏକ, ସାଧାରଣ ସମ୍ପାଦକ ସୂର୍ଯ୍ୟ ନାରାୟଣ କୁମାର, ଉପଦେଷ୍ଟା ଯୋଗେଶ୍ୱର ସାଗର, ଏସ୍. ସୁଜାତା, ଜିଲ୍ଲା ଯୁବ ବିଭାଗ ସଭାପତି ଚନ୍ଦନ ନାଏକ, ଆଇନ ବିଭାଗର ଲୋକନାଥ ନାଏକ, ଓବିସି-ଏସଟି-ଏସସି ମିଳିତ ମହାସଂଘ ତରଫରୁ ବିଭୀଷଣ ନାଏକ, ଭୀମ୍ ଆର୍ମୀର ଜିଲ୍ଲା ସଭାପତି ରଜନୀକାନ୍ତ ସମର୍ଲିଆ, ବହୁଜନ ମୁକ୍ତି ମୋର୍ଚ୍ଚାର ଜିଲ୍ଲା ସଭାପତି ଲବ କରୁଆଁ, ଉପସଭାପତି ମାଧବ ସୁନାନୀ, ଡମ୍ବରୁଧର କରୁଆଁ, ବହୁଜନ ସମାଜ ପାର୍ଟିର ଜିଲ୍ଲା ସଭାପତି ଜଳନ୍ଧର ବେହେରା, ବ୍ରାସ୍ ର ସଭାପତି ତ୍ରିନାଥ ନାଏକ ପ୍ରମୁଖ ଏଇ ପ୍ରତିନିଧି ଦଳରେ ସାମିଲ ଥିଲେ।

ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ 

Related posts

ହାଇଟେକ୍ ପବ୍ଲିକ୍ ସ୍କୁଲ୍ ର  ୧୭ ତମ ପ୍ରତିଷ୍ଠା ଦିବସ ଓ ଉତ୍କଳ ଦିବସ ଧୁମଧାମ ରେ ପାଳିତ

Sunil Chandra Nayak

ଜିଲ୍ଲା ସ୍ତରୀୟ ଆଦିବାସୀ ଦିବସ ପାଳନ ପାଇଁ ଚୂଡାନ୍ତ ବୈଠକ ଅନୁଷ୍ଠିତ

masiha

ଆଜି ଖୋଲିଲା ବିଦ୍ୟାଳୟ:ବିଦ୍ୟାଳୟରେ ପିଲା ସଂଖ୍ୟା ଶୁନ

Sunil Chandra Nayak

Leave a Comment

error: Content is protected !!