ବାଲେଶ୍ଵର,୧୯/୬/୨୩- ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ପରିସରରେ ଥିବା ମିଟିଂ ହଲ ପ୍ରକୋଷ୍ଠରେ ପଞ୍ଚାୟତ ସମିତି ଖଇରାର ଷଷ୍ଠ ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଅଧ୍ଯକ୍ଷା ଅଭିଲିପ୍ସା ସାହୁଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଅଧିବେଶନରେ ସ୍ଥାନୀୟ ବିଧାୟକ ଜ୍ଯୋତିପ୍ରକାଶ ପାଣିଗ୍ରାହୀ, ବିଡିଓ ଉତ୍ତମ କୁମାର ଜେନା, ସହକାରୀ କାର୍ଯ୍ୟବାହୀ ଯନ୍ତ୍ରୀ, ହିସାବ ରକ୍ଷକ ଅଧିକାରୀ, କମ୍ପ୍ୟୁଟର ପ୍ରୋଗ୍ରାମର ଶଶିକାନ୍ତ ଦାସ, ୩ ନମ୍ବର ଜୋନ ଜିଲ୍ଲାପରିଷଦ ସଦସ୍ୟ ଗଜେନ୍ଦ୍ର ପ୍ରସାଦ ଦାସ, ୪ ନମ୍ବର ଜିଲ୍ଲାପରିଷଦ ସଦସ୍ୟା ରଶ୍ମିତା ମହାପାତ୍ର ଓ ଉପାଧ୍ୟକ୍ଷ ଗଜେନ୍ଦ୍ର ପରିଡା ପ୍ରମୁଖ ମଞ୍ଚାସୀନ ହୋଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ପୂର୍ବ ବୈଠକର ବିବରଣୀ ପାଠ କରିଥିଲେ ଭାରପ୍ରାପ୍ତ ଜିପିଓ ଆଶିଷ କୁମାର ଜେନା । ବିବରଣୀ ପାଠ ପରେ ୫ମ ଅର୍ଥ କମିଶନ ଓ ପଞ୍ଚଦଶ ଅର୍ଥ କମିଶନ ଅନୁଦାନର ପ୍ରକଳ୍ପ ପ୍ରଦାନ, ପାନୀୟଜଳ ଓ ପରିମଳ, ସ୍ଥାୟୀ କମିଟି, ସାମାଜିକ ସୁରକ୍ଷା, ମିଶନ ଶକ୍ତି ଓ ଅନନ୍ୟା ବହୁ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା ହୋଇଥିଲା । ଅଧ୍ଯକ୍ଷାଙ୍କ ଅନୁମତି ନ ନେଇ ଗୃହକୁ ମେମ୍ବର ମାନଙ୍କ ପ୍ରଶ୍ନରେ କିଛି ସମୟ ପାଇଁ ଅଶାନ୍ତି ସୃଷ୍ଟି ହୋଇଥିଲା । ଶାସକ ଦଳର ପ୍ରଶ୍ନରେ ଉତ୍ତେଜନା ସୃଷ୍ଟି ହେବାରୁ ଜିଲ୍ଲାପରିଷଦ ସଦସ୍ୟ ଶ୍ରୀ ଦାସଙ୍କ ଗୃହତ୍ଯାଗ ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା । ପରେ ଅଧ୍ଯକ୍ଷାଙ୍କ ହସ୍ତକ୍ଷେପ ପରେ ଶେଷ ପର୍ଯ୍ୟନ୍ତ ସ୍ବାଭାବିକ ଭାବେ ଗୃହ ଚାଲିଥିଲା ।।