ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅନୁଷ୍ଠିତ ହେଲା ପଞ୍ଚାୟତ ସମିତିର ଷଷ୍ଠ ସାଧାରଣ ଅଧିବେଶନ 

ବାଲେଶ୍ଵର,୧୯/୬/୨୩- ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ପରିସରରେ ଥିବା ମିଟିଂ ହଲ ପ୍ରକୋଷ୍ଠରେ ପଞ୍ଚାୟତ ସମିତି ଖଇରାର ଷଷ୍ଠ ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଅଧ୍ଯକ୍ଷା ଅଭିଲିପ୍ସା ସାହୁଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଅଧିବେଶନରେ ସ୍ଥାନୀୟ ବିଧାୟକ ଜ୍ଯୋତିପ୍ରକାଶ ପାଣିଗ୍ରାହୀ, ବିଡିଓ ଉତ୍ତମ କୁମାର ଜେନା, ସହକାରୀ କାର୍ଯ୍ୟବାହୀ ଯନ୍ତ୍ରୀ, ହିସାବ ରକ୍ଷକ ଅଧିକାରୀ, କମ୍ପ୍ୟୁଟର ପ୍ରୋଗ୍ରାମର ଶଶିକାନ୍ତ ଦାସ, ୩ ନମ୍ବର ଜୋନ ଜିଲ୍ଲାପରିଷଦ ସଦସ୍ୟ ଗଜେନ୍ଦ୍ର ପ୍ରସାଦ ଦାସ, ୪ ନମ୍ବର ଜିଲ୍ଲାପରିଷଦ ସଦସ୍ୟା ରଶ୍ମିତା ମହାପାତ୍ର ଓ ଉପାଧ୍ୟକ୍ଷ ଗଜେନ୍ଦ୍ର ପରିଡା ପ୍ରମୁଖ ମଞ୍ଚାସୀନ ହୋଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ପୂର୍ବ ବୈଠକର ବିବରଣୀ ପାଠ କରିଥିଲେ ଭାରପ୍ରାପ୍ତ ଜିପିଓ ଆଶିଷ କୁମାର ଜେନା । ବିବରଣୀ ପାଠ ପରେ ୫ମ ଅର୍ଥ କମିଶନ ଓ ପଞ୍ଚଦଶ ଅର୍ଥ କମିଶନ ଅନୁଦାନର ପ୍ରକଳ୍ପ ପ୍ରଦାନ, ପାନୀୟଜଳ ଓ ପରିମଳ, ସ୍ଥାୟୀ କମିଟି, ସାମାଜିକ ସୁରକ୍ଷା, ମିଶନ ଶକ୍ତି ଓ ଅନନ୍ୟା ବହୁ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା ହୋଇଥିଲା । ଅଧ୍ଯକ୍ଷାଙ୍କ ଅନୁମତି ନ ନେଇ ଗୃହକୁ ମେମ୍ବର ମାନଙ୍କ ପ୍ରଶ୍ନରେ କିଛି ସମୟ ପାଇଁ ଅଶାନ୍ତି ସୃଷ୍ଟି ହୋଇଥିଲା । ଶାସକ ଦଳର ପ୍ରଶ୍ନରେ ଉତ୍ତେଜନା ସୃଷ୍ଟି ହେବାରୁ ଜିଲ୍ଲାପରିଷଦ ସଦସ୍ୟ ଶ୍ରୀ ଦାସଙ୍କ ଗୃହତ୍ଯାଗ ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା । ପରେ ଅଧ୍ଯକ୍ଷାଙ୍କ ହସ୍ତକ୍ଷେପ ପରେ ଶେଷ ପର୍ଯ୍ୟନ୍ତ ସ୍ବାଭାବିକ ଭାବେ ଗୃହ ଚାଲିଥିଲା ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଢେ଼ଙ୍କାନାଳ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ୪୯ ତମ କ୍ରୀଡାଉତ୍ସବ ପାଳିତ

masiha

ମାଣିକେଶ୍ବରୀ ୟୁନିଭର୍ସିଟିର ଛାତ୍ରୀ ତୋଫାଳୀ ମୃତ୍ୟୁ ଘଟଣାକୁ ରାଜନୀତି କରଣକୁ ନିନ୍ଦା ; ନ୍ୟାୟ ପାଇଁ ଲଢ଼େଇ ଜାରୀ ରଖିବ ଫୋରମ୍ 

masiha

ସର୍ବ ମଙ୍ଗଳା ଉଚ୍ଚ ମାଧ୍ୟମିକ ବିଦ୍ଯାଳୟରେ ବିଶ୍ୱ ପ୍ରାଥମିକ ଉପଚାର ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!