ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନର୍ଲା ଡିଗ୍ରୀ କଲେଜରେ ଭୂଗୋଳ ବିଭାଗର ଫଳାଫଳକୁ ନେଇ ଅଭିଭାବକ ଅସନ୍ତୋଷ

ନର୍ଲା ଡିଗ୍ରୀ କଲେଜରେ ଭୂଗୋଳ ବିଭାଗର ଫଳାଫଳକୁ ନେଇ ଅଭିଭାବକ ଅସନ୍ତୋଷ

ନର୍ଲା: କଳାହାଣ୍ଡି ଜିଲ୍ଲା ନର୍ଲା ପଞ୍ଚାୟତ ସମିତି ଡିଗ୍ରୀ କଲେଜରେ ଭୂଗୋଳ ବିଭାଗର ଫଳାଫଳକୁ ନେଇ ଏବେ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ପ୍ରକଟ ହୋଇଛି। ଏମାନେ ଉକ୍ତ କଲେଜର ଅଧ୍ୟାପକ, ଅଧ୍ୟାପିକା ମାନଙ୍କ ଖାମଖିଆଲି ମନୋଭାବ ଯୋଗୁଁ ନିଜର ଛାତ୍ରଛାତ୍ରୀ ମାନଙ୍କ ଭବିଷ୍ୟତ ଅନ୍ଧାର ହେବାକୁ ବସିଛି ବୋଲି ଅଭିଯୋଗ କରିଛନ୍ତି। ପୁ୍ନଶ୍ଚ ଏହି ଡିଗ୍ରୀ କଲେଜର ଭୂଗୋଳ ବ୍ୟତିତ ଅନ୍ୟ ବିଷୟର ଫଳାଫଳ ଠିକ ରହୁଥିବା ବେଳେ ଭୂଗୋଳ ପରୀକ୍ଷାରେ କାହିଁକି ଫଳାଫଳ ନିମ୍ନ ସ୍ତରରେ ରହୁଛି ତାହା ସମସ୍ତଙ୍କ ଦୃଷ୍ଟିର କାରଣ ହୋଇଛି। ପ୍ରାପ୍ତ ସୂଚନା ମତେ ଭୂଗୋଳ ବିଷୟର ପ୍ରଥମ ସେମିଷ୍ଟାରରେ ୧୫ ଜଣ ରେଗୁଲାର ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ପୂର୍ବରୁ ବେକ ଲାଗିଥିବା ୯ ଜଣ ଅର୍ଥାତ୍ ସର୍ବମୋଟ ୨୪ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ଏଥିରୁ ରେଗୁଲାର କୈାଣସି ଛାତ୍ରଛାତ୍ରୀ ପାସ କରି ନ ଥିବା ବେଳେ ବେକ ଲାଗିଥିବା ଛାତ୍ରଛାତ୍ରୀ ମାନଙ୍କୁ ମଧ୍ୟରୁ ପାଞ୍ଚ ଜଣ ଉତ୍ତୀର୍ଣ୍ଣ କରିଥିଲେ। ରେଗୁଲାରରେ କୈାଣସି ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇ ନ ଥିବାରୁ ଶିକ୍ଷା ଦାନ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ସେହିପରି ତୃତୀୟ ସେମିଷ୍ଟାରରେ ଭୂଗୋଳ ବିଷୟରେ ରେଗୁଲାରରେ ୧୨ ଜଣ ପରୀକ୍ଷାର୍ଥୀଙ୍କ ପରୀକ୍ଷା ଦେଇଥିବା ବେଳେ ବେକ ଲାଗିଥିବା ୫ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ।ସର୍ବ ମୋଟ ୧୭ ଜଣ ପରୀକ୍ଷା ଦେଇଥିଲେ। ଏଥିରୁ ପୁଣି ରେଗୁଲାରରୁ ୩ ଜଣ ଉତ୍ତୀର୍ଣ୍ଣ କରିଥିଲେ। ଯାହା କି ଅତି ଲଜ୍ଜାର ବିଷୟ ବୋଲି ଶିକ୍ଷା ପ୍ରେମୀ ଓ ଅଭିଭାବକ ମାନେ କୁହନ୍ତି। ଭୂଗୋଳ ବିଷୟର ଶିକ୍ଷା ଦାନ ଉପରେ ଗୁରୁତ୍ବ ଦେବାପାଇଁ ଛାତ୍ରଛାତ୍ରୀ ମାନେ ଅଧ୍ୟକ୍ଷଙ୍କୁ ଗୁହାରି ଜଣାଇ ଥିବା ଏବେ ପ୍ରକାଶ ପାଉଛି।

ଦୀପକ୍ ଠାକୁର୍ ଙ୍କ ରିପୋର୍ଟ୍ 

Related posts

ସହିଦ ଭଗତ ସିଂହଙ୍କ ପୁଣ୍ୟ ତିଥିରେ ଶ୍ରଦ୍ଧାଞ୍ଜଳି ଅର୍ପଣ 

masiha

ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରଙ୍କ ଆୟୁଷ୍ମାନ ଜନ ଆରୋଗ୍ୟ ମନ୍ଦିର ପରିଦର୍ଶନ ସହ ହିତାଧିକାରୀଙ୍କୁ ସ୍ୱାସ୍ଥ୍ୟ କାର୍ଡ଼ ବଣ୍ଟନ

masiha

ନାମ୍ପୋ ସରକାରୀ ଉଚ୍ଚ ବିଦ୍ୟାଳୟରେ ଦୁର୍ନୀତିର ଗନ୍ଧ! ସମଗ୍ର ଶିକ୍ଷା ଅଭିଯାନ ପକ୍ଷରୁ ପ୍ରଦତ୍ତ ୬୦ ଲକ୍ଷ ଟଙ୍କାରୁ ବିନା ଟେଣ୍ଡରରେ ୧୪ ଲକ୍ଷ ଟଙ୍କା ଖର୍ଚ୍ଚ? ମାତ୍ର ବିଭାଗ ଯନ୍ତ୍ରୀ ପାଖରେ ସୂଚନା ନାହିଁ !

Sunil Chandra Nayak

Leave a Comment

error: Content is protected !!